ETV Bharat / bharat

ଗୋଟିଏ ଦିନରେ 13823 କୋରୋନା ପଜିଟିଭ ଚିହ୍ନଟ, 162 ମୃତ

ମହାମାରୀ କୋରୋନାକୁ ଦୀର୍ଘ 1 ବର୍ଷ ବିତିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କାବୁକୁ ଆସିନି ସଂକ୍ରମଣ। ଦୈନିକ ଆସୁଛି 10ହଜାରରୁ ଅଧିକ ପଜିଟିଭ ସଂଖ୍ୟା। ଅଧିକ ପଢନ୍ତୁ...

author img

By

Published : Jan 20, 2021, 10:50 AM IST

ଗୋଟିଏ ଦିନରେ 13,823 କୋରୋନା ପଜିଟିଭ ଚିହ୍ନଟ
ଗୋଟିଏ ଦିନରେ 13,823 କୋରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଏବେ ବି ଜାରି ରହିଛି କୋରୋନା ପ୍ରକୋପ। 24 ଘଣ୍ଟା ଭିତରେ ଆସିଲା 13 ହଜାର 823 କୋରୋନା ପଜିଟିଭ । ଏଥିରେ 162 ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି। ଯଦି ଦେଖାଯାଏ ତେବେ ଗତକାଲି(ମଙ୍ଗଳବାର) ଅପେକ୍ଷା ଆଜି (ବୁଧବାର) ସଂକ୍ରମଣ ସଂଖ୍ୟାରେ ସାମାନ୍ୟ ବୃଦ୍ଧି ଘଟିଛି ଯାହାକୁ ନେଇ ମୋଟ ସଂକ୍ରମଣ ସଂଖ୍ୟା 1 କୋଟି 5 ଲକ୍ଷ 95 ହଜାର 660କୁ ବୃଦ୍ଧି ପାଇଛି।

ସେହିପରି ଏଥିରେ ସୁସ୍ଥ ହୋଇଛନ୍ତି 1 କୋଟି 2 ଲକ୍ଷ 45 ହଜାର 741ରୁ ଅଧିକ ଆକ୍ରାନ୍ତ। ଏବଂ ଏବେ ସୁଦ୍ଧା ଗଲାଣି 1 ଲକ୍ଷ 52 ହଜାର 718 ଜଣ ଆକ୍ରାନ୍ତଙ୍କ ଜୀବନ । ବର୍ତ୍ତମାନ ମୋଟ 1 ଲକ୍ଷ 97 ହଜାର 201 ଜଣ ଦେଶର ବିଭିନ୍ନ କୋଭିଡ କେୟାରରେ ଚିକିତ୍ସାଧୀନ ଅଛନ୍ତି।

ଅନ୍ୟପଟେ ଦେଶରେ ଟୀକାକରଣ ଆରମ୍ଭ ହୋଇଥିବାବେଳେ, ଖୁବଶୀଘ୍ର ଏହି ମହାମୀର ବିପଦରୁ ମୁକ୍ତି ମିଳିବ ବୋଲି ଆଶା କରାଯାଉଛି।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.