ETV Bharat / bharat

INDIA CORONA: ୧୨୫୧୬ ନୂଆ ସଂକ୍ରମିତ, 501 ମୃତ

ଗତ ୨୪ ଘଣ୍ଟାରେ ଦେଶରୁ 12,516 ନୂଆ ସଂକ୍ରମିତ ଚିହ୍ନଟ । କେରଳରେ ସଂକ୍ରମଣ ମାମଲା ସର୍ବାଧିକ । ଅଧିକ ପଢନ୍ତୁ...

author img

By

Published : Nov 12, 2021, 9:50 AM IST

INDIA CORONA: ୧୨,୫୨୬ ନୂଆ ସଂକ୍ରମିତ
INDIA CORONA: ୧୨,୫୨୬ ନୂଆ ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ ନିୟନ୍ତ୍ରଣାଧୀନ ରହିଛି ମହାମାରୀ । ପ୍ରତ୍ୟହ ୧୫ ହଜାର ତଳେ ରହୁଛି ସଂକ୍ରମଣ । ଗତ ୨୪ ଘଣ୍ଟାରେ ଦେଶରୁ 12,516 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ କମୁଥିଲେ ହେଁ ମୃତ୍ୟୁସଂଖ୍ୟା କମିବାର ନାଁ ଧରୁନି । ଗୋଟିଏ ଦିନରେ ଦେଶରେ 501 କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ବର୍ତ୍ତମାନ ଭାରତରେ 1,37,416ଟି ସକ୍ରିୟ ମାମଲା ରହିଛି । ଯାହାକି ଗତ 267 ଦିନ ମଧ୍ୟରେ ସର୍ବନିମ୍ନ । ସେହିପରି ଆଜିର ନୂତନ ସଂକ୍ରମିତଙ୍କୁ ମିଶାଇ ଦେଶର ମୋଟ ପଜିଟିଭ ମାମଲା 3,44,14,186କୁ ବୃଦ୍ଧି ପାଇଛି । ପୁଣି 501 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ପରେ ଏବେ ମୋଟ କୋରୋନା ଜନିତ ମୃତ୍ୟୁସଂଖ୍ୟା 4,62,690ରେ ପହଞ୍ଚିଛି ।

ଗତ ୨୪ ଘଣ୍ଟାରେ କେରଳ(7,224), ମହାରାଷ୍ଟ୍ର (997), ପଶ୍ଚିମବଙ୍ଗ(854), ତାମିଲନାଡୁ (820) ଏବଂ ମିଜୋରାମ(631)ଆଦି ୫ଟି ରାଜ୍ୟରୁ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.