ନୂଆଦିଲ୍ଲୀ: ଦେଶରେ ତଳମୁହାଁ କୋରୋନା ଗ୍ରାଫ୍ । ୧୩ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ଭାରତର ମାତ୍ର ୧୨, ୪୨୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହା ଗତ ୨୩୮ ଦିନ ମଧ୍ୟରେ ସର୍ବନିମ୍ନ । ତେବେ ସଂକ୍ରମଣ କମୁଥିଲେ ମଧ୍ୟ କୋରୋନା ମୃତ୍ୟୁରେ ଲାଗୁନି ବ୍ରେକ୍ । ଗୋଟିଏ ଦିନରେ ଦେଶରୁ ୩୫୬ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ଏବଂ ୧୫, ୯୫୧ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏନେଇ ସୂଚନା ଦେଇଛି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ।
ବର୍ତ୍ତମାନ ଭାରତରେ ୧,୬୩,୮୧୬ ଟି ସକ୍ରିୟ ମାମଲା ରହିଛି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୧୫,୯୫୧ ଜଣ ସୁସ୍ଥ ହୋଇଥିବାବେଳେ ବର୍ତ୍ତମାନ ଦେଶର ସୁସ୍ଥତା ହାର ୯୮.୧୯ ପ୍ରତିଶତ ରହିଛି ।
ଏ ଯାବତ୍ ଦେଶରେ ମୋଟ ୬୦,୧୯,୦୧,୫୪୩ଟି ସାମ୍ପୁଲ ଟେଷ୍ଟ କରାଯାଇଛି । ସେଥିମଧ୍ୟରୁ ଗତକାଲି(ସୋମବାର) କେବଳ ୧୧,୩୧,୮୨୬ଟି ଟେଷ୍ଟ ହୋଇଛି । ସେହିପରି ଭାରତରେ ମୋଟ ୧୦୨.୯୪ କୋଟି ଡୋଜ ଟିକା ଦିଆସରିଛି ।
@ANI