ETV Bharat / bharat

INDIA CORONA: ଦିନକରେ ଲକ୍ଷେ ପାର୍ କଲା ସଂକ୍ରମଣ - ଭାରତ କୋରୋନା ସଂକ୍ରମଣ

ଦିନକରେ ଲକ୍ଷେ ପାର୍ କଲା ସଂକ୍ରମଣ । 24 ଘଣ୍ଟା ମଧ୍ୟରେ ଦେଶରେ 1,17,100 ନୂଆ ପଜିଟିଭ ମାମଲା ଚିହ୍ନଟ । ଅଧିକ ପଢନ୍ତୁ

INDIA CORONA: ଲକ୍ଷେ ପାର୍ କଲା ସଂକ୍ରମଣ
INDIA CORONA: ଲକ୍ଷେ ପାର୍ କଲା ସଂକ୍ରମଣ
author img

By

Published : Jan 7, 2022, 10:20 AM IST

ନୂଆଦିଲ୍ଲୀ: ଭାରତରେ କୋରୋନା ବିସ୍ଫୋରଣ । ଦିନକରେ ଲକ୍ଷେ ପାର୍ କଲା ସଂକ୍ରମଣ ମାମଲା । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 1,17,100 ନୂଆ ପଜିଟିଭ ମାମଲା ଚିହ୍ନଟ ହୋଇଛି । ଗୋଟିଏ ଦିନରେ 30,836 ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ 302 ଜଣଙ୍କ ମୁଣ୍ଡ ନେଇଛି ମହାମାରୀ ।

ବର୍ତ୍ତମାନ ଭାରତରେ ପଜିଟିଭ ହାର 7.74% ରହିଛି । ନୂଆ ସଂକ୍ରମଣ ମାମଲାକୁ ମିଶାଇ ଦେଶରେ ସକ୍ରିୟ ମାମଲା 3,71,363କୁ ବୃଦ୍ଧି ପାଇଛି । ସେହିପରି ଏବେ ସୁଦ୍ଧା ସମୁଦାୟ 3,43,71,845 ଜଣ ସୁସ୍ଥ ହୋଇଛନ୍ତି ଏବଂ 4,83,178 ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମହାମାରୀ ପ୍ରସାର ମଧ୍ୟରେ ବି ଦେଶରେ ଟୀକାକରଣ ଜୋରଦାର୍ ଚାଲିଛି । ଜାନୁଆରୀରୁ କିଶୋର-କିଶୋରୀଙ୍କ ଟୀକାକରଣ ଆରମ୍ଭ ହୋଇଯାଇଥିବାବେଳେ ଦେଶରେ ଏ ଯାଏଁ ମୋଟ 149.66 ଡୋଜ୍ ଟିକା ଦିଆଯାଇଛି ।

ଦିନକୁ ଦିନ ପୂର୍ବ ଅପେକ୍ଷା ଦ୍ରୁତଗତିରେ ବଢିଚାଲିଛି ଦୈନିକ ସଂକ୍ରମଣ(Daily covid infection) । 10 ଦିନ ତଳେ ଦୈନିକ ପଜିଟିଭ ମାମଲା 10 ହଜାର୍ ତଳେ ଥିବାବେଳେ କେଇଟା ଦିନ ମଧ୍ୟରେ ସଂକ୍ରମଣ ଏକ ଲକ୍ଷ ଅତିକ୍ରମ କରିଛି । ଲୋକେ ମଧ୍ୟ କୋରୋନା ଏଭଳି ପ୍ରାଦୁର୍ଭାବ ଦେଖି ଛାନିଆ ହୋଇଛନ୍ତି । ବିଶେଷକରି ମହାରାଷ୍ଟ୍ର ଏବଂ ଦିଲ୍ଲୀରେ ସ୍ଥିତି ଜଟିଳ ହେବାରେ ଲାଗିଛି । ବସ୍ତିଠୁ କଲୋନୀ ଚାରିଆଡେ ମାଡି ଚାଲିଛି ମହାମାରୀ । କୋରୋନା ରୂପୀ ବିପଦର ମୁକାବିଲା ଲାଗି ପ୍ରାୟ ସବୁ ରାଜ୍ୟରେ କଟକଣା କଡାକଡି କରିଥିବା ବେଳେ ସଂକ୍ରମଣ ଆଗକୁ ଆହୁରି ବଢିବ ବୋଲି ବିଶେଷଜ୍ଞ ଆଶଙ୍କା ବ୍ୟକ୍ତ କରିଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.