ETV Bharat / bharat

INDIA CORONA: ଦିନକରେ 11,466 ନୂଆ ସଂକ୍ରମିତ, 460 ମୃତ

author img

By

Published : Nov 10, 2021, 12:05 PM IST

ଲଗାତର କୋରୋନା ମାମଲାରେ ହ୍ରାସ ବୃଦ୍ଧି ଲାଗି ରହିଛି । କିନ୍ତୁ ମୃତ୍ୟୁସଂଖ୍ୟାରେ ଲାଗୁନି ବ୍ରେକ। ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ 11 ହଜାର 466 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 460 ଜଣଙ୍କ ଜୀବନ ନେଇଛି କିଲର ଭାଇରସ । ଅଧିକ ପଢନ୍ତୁ...

INDIA CORONA: ଦିନକରେ 11,466 ନୂଆ ସଂକ୍ରମିତ, 460 ମୃତ
INDIA CORONA: ଦିନକରେ 11,466 ନୂଆ ସଂକ୍ରମିତ, 460 ମୃତ

ନୂଆଦିଲ୍ଲୀ: ଲଗାତର କୋରୋନା ମାମଲାରେ ହ୍ରାସ ବୃଦ୍ଧି ଲାଗି ରହିଛି । କିନ୍ତୁ ମୃତ୍ୟୁସଂଖ୍ୟାରେ ଲାଗୁନି ବ୍ରେକ। ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ 11 ହଜାର 466 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 460 ଜଣଙ୍କ ଜୀବନ ନେଇଛି କିଲର ଭାଇରସ । ସେହିପରି ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୪୩ ଲକ୍ଷ ୮୮ ହଜାର ୫୭୯ ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା 4 ଲକ୍ଷ 61 ହଜାର 849ରେ ପହଞ୍ଚିଛି ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ, ଦିନକ ମଧ୍ୟରେ 11,961 ଜଣ ସୁସ୍ଥ ହୋଇଛନ୍ତି, ଯାହାକୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା 3 କୋଟି 37 ଲକ୍ଷ 87 ହଜାର 47ରେ ପହଞ୍ଚିଛି । ତେବେ ଦେଶରେ ସୁସ୍ଥହାର 98.25 ପ୍ରତିଶତ ରହିଛି, ଯାହା ମାର୍ଚ୍ଚ 2020 ପରେ ସର୍ବାଧିକ ଅଟେ । ସେହିପରି ଦେଶରେ ମୋଟ 1 ଲକ୍ଷ 39 ହଜାର 683 ଟି ସକ୍ରିୟ ମାମଲା ରହିଛି, ଯାହାକି 264 ଦିନ ମଧ୍ୟରେ ସର୍ବନିମ୍ନ ଅଟେ । ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର 0.41 ପ୍ରତିଶତ ଅଟେ, ଯାହା ମାର୍ଚ୍ଚ 2020 ଠାରୁ ସର୍ବନିମ୍ନ ଅଟେ ।

ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ସୁଦ୍ଧା ସମୁଦାୟ 109,63,59,208 ହିତାଧିକାରୀଙ୍କୁ ଟିକା ଦିଆଯାଇଛି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ କେବଳ 52,69,137 ଡୋଜ୍‌ ଟିକା ଦିଆଯାଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.