ନୂଆଦିଲ୍ଲୀ: ଦେଶରେ କମୁଛି ସଂକ୍ରମଣ । ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ 11,106 ନୂଆ ସଂକ୍ରମିତ । ହେଲେ ଗୋଟିଏ ଦିନରେ ଗଡିଲା 459 ମୁଣ୍ଡ । ଦେଶରେ ସଂକ୍ରମଣ ତଳମୁହାଁ ରହିଥିଲେ ହେଁ ମୃତ୍ୟୁସଂଖ୍ୟା କିନ୍ତୁ ବେଲଗାମ୍ ରହିଛି । ସେପଟେ ପଜିଟିଭ ସଂଖ୍ୟା ହ୍ରାସ ସହ ସୁସ୍ଥସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ୨୪ ଘଣ୍ଟାରେ ଦେଶରୁ 12,789 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ବର୍ତ୍ତମାନ ଭାରତରେ ମୋଟ 1,26,620ଟି ସକ୍ରିୟ ମାମଲା ରହିଛି । ବର୍ତ୍ତମାନ ଦେଶର ଦୈନିକ ପଜିଟିଭ ରେଟ୍(୦.98 %) 2% ତଳେ ରହୁଛି । ଏବେସୁଦ୍ଧା ମୋଟ ୧୧୫.୨୩ କୋଟି ଟୀକାକରଣ କରାଯାଇଛି । ସେହିପରି ଏଯାବତ୍ ମୋଟ ୬୨.୯୩ କୋଟି ନମୁନା ପରୀକ୍ଷା ହୋଇଛି ।
ଦେଶରେ ଚିହ୍ନଟ 11,106 ନୂଆ ସଂକ୍ରମିତଙ୍କ ମଧ୍ୟରେ କେବଳ କେରଳରୁ 6,111ଟି ମାମଲା ରହିଛି ଏବଂ 51 ଜଣଙ୍କ ମୃତ୍ୟୁ ହୋଇଛି ।
@ANI