ETV Bharat / bharat

INDIA CORONA: ବେକାବୁ କୋରୋନା, ଦୈନିକ ସଂକ୍ରମଣ ଦୁଇ ଲକ୍ଷ ମୁହାଁ - ଭାରତ କୋରୋନା ଦୈନିକ ସଂକ୍ରମଣ

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ 1,94,720 ନୂଆ କୋରୋନା ସଂକ୍ରମିତ ଚିହ୍ନଟ । 442 ମୃତ । ଅଧିକ ପଢନ୍ତୁ

INDIA CORONA: ବେକାବୁ ମହାମାରୀ, ଦିନକରେ ଦୁଇ ଲକ୍ଷ ମୁହାଁ ସଂକ୍ରମଣ

author img

By

Published : Jan 12, 2022, 9:29 AM IST

Updated : Jan 12, 2022, 9:51 AM IST

ନୂଆଦିଲ୍ଲୀ: ଦେଶରେ ବେକାବୁ ହେଉଛି ମହାମାରୀ । ପ୍ରତିଦିନ ପୂର୍ବ ରେକର୍ଡ ଭାଙ୍ଗୁଛି ସଂକ୍ରମଣ । ପୂର୍ବରୁ ଦୈନିକ ପଜିଟିଭ ମାମଲା ଦେଢ ଲକ୍ଷ ପାର୍ କରିଥିବାବେଳେ ଏବେ ଦୁଇ ଲକ୍ଷ ମୁହାଁ ହୋଇଛି ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ 1,94,720 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି(India reports 1,94,720 fresh COVID case) । ଯାହା ଗତକାଲି(ମଙ୍ଗଳବାର) ତୁଳନାରେ ୧୫.୮ ପ୍ରତିଶତ ଅଧିକ । ସେହିପରି ଦିନକରେ 60,405 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଏବଂ 442 ଜଣ ପ୍ରାଣ ହରାଇଛନ୍ତି ।

ବର୍ତ୍ତମାନ ଭାରତରେ ପଜିଟିଭ ହାର 11.05% ରହିଛି । ଆଜିର ନୂଆ ମାମଲାକୁ ମିଶାଇ ମୋଟ ସକ୍ରିୟ ମାମଲା 9,55,319କୁ ବୃଦ୍ଧି ପାଇଛି । ବର୍ଦ୍ଧିତ ସଂକ୍ରମଣ ସହ ଦେଶବ୍ୟାପୀ ଟୀକାକରଣକୁ ତ୍ବରାନ୍ବିତ କରାଯାଇଛି । ଏଯାବତ୍ ଭାରତରେ ସମୁଦାୟ 153.70 କୋଟି ଡୋଜ୍ ଟୀକାକରଣ ହୋଇଛି । କେବଳ ଗତ ୨୪ ଘଣ୍ଟାରେ 76 ଲକ୍ଷ ଡୋଜ୍ ଦିଆଯାଇଛି । ଜାନୁୟାରୀ ୧୦ ତାରିଖରୁ ଦେଶରେ ବୁଷ୍ଟର ଡୋଜ୍ ଟୀକାକରଣ ଆରମ୍ଭ ହୋଇଥିବେଳେ ଦୁଇ ଦିନ ମଧ୍ୟରେ 18,52,611 ଜଣ ଏହି ପ୍ରିକସନ ଡୋଜ୍ ନେଇଛନ୍ତି । କେନ୍ଦ୍ର ସ୍ବାସ୍ଥ୍ଯ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି ।

ଅପରପକ୍ଷେ, ଦୈନିକ ସଂକ୍ରମଣ ବୃଦ୍ଧି ସହ ନୂଆ ଭାରିଆଣ୍ଟ ଓମିକ୍ରନ ମାମଲା ମଧ୍ୟ ବଢି ଚାଲିଛି । ଏବେସୁଦ୍ଧା ଭାରତରେ ମୋଟ 4,868ଟି ଓମିକ୍ରନ କେସ୍ ଚିହ୍ନଟ ହୋଇଛି । ବିଶେଷକରି ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଦିଲ୍ଲୀ, ତାମିଲନାଡୁ ଏବଂ କର୍ଣ୍ଣାଟକରେ ସ୍ଥିତି ସଙ୍ଗୀନ ରହିଛି ।

@ANI

Last Updated : Jan 12, 2022, 9:51 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.