ନୂଆଦିଲ୍ଲୀ: ଗଲୱାନ ଘାଟିରେ ହୋଇଥିବା ସଂଘର୍ଷକୁ ନେଇ ବେଜିଂ ତଥ୍ୟକୁ ବରଖାସ୍ତ କରିଛି ଭାରତ । ଏଲ୍ଏସିରେ ଭାରତୀୟ ସୈନ୍ୟଙ୍କ ଉତ୍ତେଜନାପୂର୍ଣ୍ଣ ବ୍ୟବହାର ଯୋଗୁଁ ଏହି ସଂଘର୍ଷ ହୋଇଥିବା ନେଇ ବୟାନ ଦେଇଛି ଚୀନ । ଚୀନ ସୀମା ଭିତରେ ପଶିବାକୁ ଭାରତୀୟ ସୈନ୍ୟମାନେ ଏକପାଖିଆ ପ୍ରୟାସ କରିଥିବା ନେଇ ଅଭିଯୋଗ କରିଛି ଚୀନ । ତେବେ ଚୀନର ଏହି ବେଜିଂ ବୟାନକୁ ବରଖାସ୍ତ କରିଛି ଭାରତ ।
ଏହାକୁ ନେଇ ଚୀନର ବୈଦେଶିକ ମନ୍ତ୍ରାଳାୟର ମୁଖପାତ୍ର କହିଛନ୍ତି ଯେ, ଗତ ବର୍ଷ ଗଲୱାନ ଘାଟିରେ ହୋଇଥିବା ସଂଘର୍ଷ ପାଇଁ ପଡ଼ୋଶୀ ଦେଶର ସୈନ୍ୟଙ୍କ ଉତ୍ତେଜନାପୂର୍ଣ୍ଣ ବ୍ୟବହାର ଦାୟୀ । ପୂର୍ବ ଲଦ୍ଦାଖ୍ର ଏଲଏସିରେ କୌଣସି ସମସ୍ୟା ନଥିଲା । ଚୀନ ସୀମା ମଧ୍ୟକୁ ପଡ଼ୋଶୀ ସୈନ୍ୟମାନେ ପଶିବାକୁ ଚେଷ୍ଟା କରୁଥିବା ସମୟରେ ଏହି ସଂଘର୍ଷ ହୋଇଛି । ଯାହା ଫଳରେ ଦ୍ବିପାକ୍ଷିକ ଚୁକ୍ତିର ଉଲ୍ଲଂଘନ ହୋଇଥିଲା ।
ଏହି ଘଟଣାରେ ଭାରତକୁ ସମ୍ପୂର୍ଣ୍ଣ ଦୋଷ ଦେଇଛନ୍ତି ଚୀନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର । ଭାରତ ଯୋଗୁଁ ସମସ୍ତ ପ୍ରୋଟକଲ ଓ ବୁଝାମଣା ଭାଙ୍ଗିଥିଲା ବୋଲି ସେ କହିଛନ୍ତି । ଏହି ସମସ୍ତ ଘଟଣା ପାଇଁ ଭାରତୀୟ ସୈନ୍ୟଙ୍କ ଏକ ପାଖିଆ ନୀତି ରହିଛି ବୋଲି ସେ କହିଛନ୍ତି ।
୨୦୨୦ ଜୁନ୍ ମାସରେ ଗଲୱାନ ଘାଟିରେ ଚୀନ୍ ସହ ସଂଘର୍ଷ ହୋଇଥିଲା । ଫଳରେ ୨୦ ଜଣ ଯବାନ ଶହୀଦ ହୋଇଥିବା ବେଳେ ୩୫ ଜଣ ଗୁରୁତର ଭାବରେ ଆହତ ହୋଇଥିଲେ । ଚୀନର ସୈନ୍ୟଙ୍କ ମୃତାହତ ତଥ୍ୟ ଦେବାରେ କୁଣ୍ଠାବୋଧ କରିଥିଲା । ତେବେ ଏହି ଅଭିଯୋଗ ଭିତ୍ତିହୀନ ବୋଲି କହିଛନ୍ତି ଭାରତ ସରକାର ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ