ETV Bharat / bharat

China-Taiwan conflict: ‘ଚୀନର ତାଇଓ୍ବାନ ଦଖଲ ପର୍ଯ୍ୟନ୍ତ ଅପେକ୍ଷା ନକରି ପଦକ୍ଷେପ ଗ୍ରହଣ କରୁ ଭାରତ’

author img

By

Published : Aug 12, 2023, 10:18 PM IST

ଚୀନ ତାଇଓ୍ବାନ ସଙ୍କଟ ମଧ୍ୟରେ ଭାରତର ଭୂମିକାକୁ ମନେ ପକାଇଲେ ତାଇଓ୍ବାନ ପ୍ରତିରକ୍ଷା ବିଶେଷଜ୍ଞ । କହିଲେ ଅପେକ୍ଷା କରି ଭାରତ ପଦକ୍ଷେପ ଗ୍ରହଣ କରିବା ଉଚିତ । ବିସ୍ତାରବାଦୀ କମ୍ୟୁନିଷ୍ଟ ଦେଶ ସମଗ୍ର ବିଶ୍ବ ପାଇଁ ବିପଦ । ଅଧିକ ପଢନ୍ତୁ

China-Taiwan conflict : ‘ଚୀନର ତାଇଓ୍ବାନ ଦଖଲ ପର୍ଯ୍ୟନ୍ତ ଅପେକ୍ଷା କରି ପଦକ୍ଷେପ ଗ୍ରହଣ କରୁ ଭାରତ’

ନୂଆଦିଲ୍ଲୀ: ନିଜର ଜଳସୀମା ନିକଟବର୍ତ୍ତୀ ଦ୍ବୀପରାଷ୍ଟ୍ର ତାଇୱାନକୁ ଅକ୍ତିଆରକୁ ନେବାକୁ ଚୀନ ଗତବର୍ଷଠାରୁ ବିଭିନ୍ନ କୌଶଳ ଆପଣାଇବାରେ ଲାଗିଛି । ଏପରିକି ଦୁଇ ରାଷ୍ଟ୍ର ମଧ୍ୟରେ ଯୁଦ୍ଧ ପରିସ୍ଥିତି ମଧ୍ୟ ଦଖାଦେଇଛି । ଚୀନ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଇଓ୍ବାନ ଦଖଲ କରିବା ପାଇଁ ପ୍ରସ୍ତୁତି ଜାରି ରଖିଥିବା ବେଳେ ତାଇଓ୍ବାନ ମଧ୍ୟ ମୁକାବିଲା ରଣନୀତି ପ୍ରସ୍ତୁତ କରିଛି । ନିକଟରେ ଏହି ଉତ୍ତେଜନା ଚମର ସୀମାରେ ପହଞ୍ଚିଥିଲା । ଏବେ ମଧ୍ୟ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଲାଗି ରହିଛି ।

କୌଣସି ପରିସ୍ଥିତିରେ ବିସ୍ତାରବାଦୀ ଡ୍ରାଗନ ତାଇଓ୍ବାନ ଉପରେ ସାମରିକ ଆକ୍ସନ ଆରମ୍ଭ କରିପାରେ ବୋଲି ଚର୍ଚ୍ଚା ହେଉଛି । ଏହାରି ମଧ୍ୟରେ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ସୁରକ୍ଷାରେ ବେଶ ସକ୍ରିୟ ଭୂମିକାରେ ଥିବା ଭାରତର ଆଭିମୁଖ୍ୟ କ’ଣ ରହିବ ତାହା ମଧ୍ୟ ଗୁରୁତ୍ବପୂର୍ଣ୍ଣ । ତେବେ ଏହାକୁ ନେଇ ଭାରତଠାରୁ ଭିନ୍ନ ଆଶା ରଖିଛି ତାଇଓ୍ବାନ । ଆଜି ତାଇଓ୍ବାନ ପ୍ରତିରକ୍ଷା ବିଶଷଜ୍ଞ ଡ. ଶେନ ମିଙ୍ଗ ଶିସ ଏହି ପ୍ରସଙ୍ଗରେ ଭାରତର ବଡ ଭୂମିକା ରହିଥିବା କଥା କହିଛନ୍ତି । ଇଟିଭି ଭାରତ ସହ ବାର୍ତ୍ତାଳପରେ ଶିସ କହିଛନ୍ତି, ଚୀନର ତାଇଓ୍ବାନ ଦଖଲ କରିବା ପର୍ଯ୍ୟନ୍ତ ଅପେକ୍ଷା ନକରି ଭାରତ ଆଗୁଆ ପଦକ୍ଷେପ ଗ୍ରହଣ କରିବା ଉଚିତ ।

ତାଇୱାନରେ ଥିବା ଜାତୀୟ ସୁରକ୍ଷା ଅନୁସନ୍ଧାନ ବିଭାଗର ନିର୍ଦ୍ଦେଶକ ତଥା ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଡିଫେନ୍ସ ଆଣ୍ଡ ସିକ୍ୟୁରିଟି ରିସର୍ଚ୍ଚ (INDSR) ର ଉପ କାର୍ଯ୍ୟନିର୍ବାହୀ ଅଧିକାରୀ ଦାୟିତ୍ବରେ ରହିଛନ୍ତି ଡ. ଶେନ ମିଙ୍ଗ ଶିସ । ସେ କହିଛନ୍ତି, ଯେତେବେଳେ ଚୀନ୍ ତାଇୱାନ ଉପରେ ଆକ୍ରମଣ କରିବ, ସେତେବେଳେ ଭାରତ ନିଜ ସ୍ବାର୍ଥ ଦୃଷ୍ଟିରୁ କୌଣସି ନିଷ୍ପତ୍ତି ଗ୍ରହଣ କରିପାରେ । ହେଲେ ତାଇଓ୍ବାନ ଦଖଲ ପରେ ଚୀନ ଭାରତ-ଚୀନ ସୀମାରେ ମଧ୍ଯ ଅସ୍ଥିରତା ଆରମ୍ଭ କରିପାରେ । ଭାରତ ଯଦି ଏପ୍ରକାର କୌଣସି ଆଶଙ୍କା ଅନୁଭବ କରେ, ତେବେ ଭାରତ ଅଧିକ ସତର୍କ ରହିବା ଉଚିତ ହେବ ।

ଏହା ମଧ୍ୟ ପଢନ୍ତୁ:-China-Taiwan conflict: ତାଇଓ୍ବାନକୁ ଚାରିପଟୁ ଘେରିଛି ଚୀନର 26 ଯୁଦ୍ଧ ବିମାନ ଓ 4 ନୌସେନା ଜାହାଜ

ତେଣୁ ସେହି କ୍ରମରେ ଭାରତ ଚୀନର ତାଇଓ୍ବାନ ପ୍ରତି ସାମରିକ କାର୍ଯ୍ୟାନୁଷ୍ଠାନ ପ୍ରତି ଅପେକ୍ଷା କରିବା ଉଚିତ ନୁହେଁ । ଏହି ପ୍ରସଙ୍ଗରେ ଭାରତ ତାର ପ୍ରସ୍ତୁତି ଯଥାଶୀଘ୍ର ଆରମ୍ଭ କରିଦେବା ଉଚିତ । ତାଇୱାନର ଦଖଲ ପର୍ଯ୍ୟନ୍ତ ଅପେକ୍ଷା କରିବା ଉଚିତ୍ ନୁହେଁ । ଭାରତ ପ୍ରତି ଚୀନ୍‌ର ପ୍ରକୃତ ଉଦ୍ଦେଶ୍ୟ କ’ଣ ତାହା ମଧ୍ୟ ଦେଖିବା ଉଚିତ୍ । ଚୀନର ଆକ୍ରୋଶରୁ ତାଇଓ୍ବାନକୁ ରକ୍ଷା କରିବା ପାଇଁ ଏକ ଶକ୍ତିଶାଳୀ ସାମରିକ ମେଣ୍ଟ ଗଠନ କରାଯିବା ଉଚିତ୍ । ଗଣତାନ୍ତ୍ରିକ ଦେଶମାନଙ୍କ ସହ ସହଯୋଗ ଓ ମିଳିତ ସାମରିକ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଦୃଢ କରିବା ଉଚିତ୍ । କାରଣ ଏକଛତ୍ରବାଦୀ ତଥା ଶକ୍ତିଶାଳୀ କମ୍ୟୁନିଷ୍ଟ ଦେଶ ‘ଚୀନ’ ଭାରତ ଏବଂ ସମଗ୍ର ବିଶ୍ବ ପାଇଁ ବିପର୍ଯ୍ୟୟ ବୋଲି ତାଇୱାନର ପ୍ରତିରକ୍ଷା ବିଶେଷଜ୍ଞ ଚେତାବନୀ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.