ETV Bharat / bharat

ଦେଶରେ ସରିଛି 23 କୋଟିରୁ ଉର୍ଦ୍ଧ୍ବ ଟୀକାକରଣ - ଟୀକାକରଣ

ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ 23.10 କୋଟି ଟିକା ଦିଆଯାଇଛି । ଟୀକାକରଣକୁ 142 ଦିନ ହୋଇଯାଇଛିବା ବେଳେ ଗତକାଲି ଗୋଟିଏ ଦିନରେ 31 ଲକ୍ଷ 20 ହଜାର 451ଟି ଟିକା ଦିଆଯାଇଛି । ଅଧିକ ପଢନ୍ତୁ...

ଦେଶରେ ହୋଇଛି23 କୋଟିରୁ ଉର୍ଦ୍ଧ୍ବ ଟୀକାକରଣ
ଦେଶରେ ହୋଇଛି23 କୋଟିରୁ ଉର୍ଦ୍ଧ୍ବ ଟୀକାକରଣ
author img

By

Published : Jun 6, 2021, 8:22 AM IST

ନୂଆଦିଲ୍ଲୀ: ଦେଶରେ କୋରୋନା ବିରୋଧରେ ଲଢେଇ ପାଇଁ ଆରମ୍ଭ ହୋଇଛି ଟୀକାକରଣ । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ 23.10 କୋଟି ଟିକା ଦିଆଯାଇଛି । ଟୀକାକରଣକୁ 142 ଦିନ ହୋଇଯାଇଥିବା ବେଳେ ଗତକାଲି ଗୋଟିଏ ଦିନରେ 31 ଲକ୍ଷ 20 ହଜାର 451ଟି ଟିକା ଦିଆଯାଇଛି । କେନ୍ଦ୍ରମନ୍ତ୍ରାଳୟ ସୂଚନା ଅନୁଯାୟୀ ଶନିବାର ଦିନ ଦିଆଯାଇଥିବା ଡୋଜ ମଧ୍ୟରୁ 18ରୁ 44 ବର୍ଷର ବର୍ଗଙ୍କୁ 16 ଲକ୍ଷ 19 ହଜାର 504 ଟି ପ୍ରଥମ ଡୋଜ ଟିକା ଦିଆଯାଇଥିବା ବେଳେ , 4 ଲକ୍ଷ 10 ହଜାର ଦ୍ବିତୀୟ ଡୋଜ ଦିଆଯାଇଛି ।

ଦେଶରେ 18-44 ବର୍ଷ ବୟସର 2.76 କୋଟି ଲୋକଙ୍କୁ ପ୍ରଥମ ଡୋଜ ଦିଆଯାଇଛି, 1,60,406 ଲୋକଙ୍କୁ ଦ୍ବିତୀୟ ଡୋଜ ଟିକା ଦିଆଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟ ସୂଚନାଅନୁଯାୟୀ, ଟୀକାକରଣ ଅଭିଯାନ ଆରମ୍ଭ ହେବା ପରଠାରୁ ମୋଟ 23.10 କୋଟି ଟିକା ଦିଆଯାଇଛି, ସେଥିମଧ୍ୟରୁ 99 ଲକ୍ଷ 62ହଜାର 728 ସ୍ବାସ୍ଥ୍ୟ କର୍ମୀଙ୍କୁ ପ୍ରଥମ ଏବଂ 68 ଲକ୍ଷ 53 ହଜାର 413 କର୍ମଚାରୀଙ୍କୁ ଦ୍ବିତୀୟ ଡୋଜ ଦିଆଯାଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.