ETV Bharat / bharat

G 20 Summit:ଘୋଷଣା ହେଲା ଭାରତ-ମଧ୍ୟପ୍ରାଚ୍ୟ ଓ ପୂର୍ବ ୟୁରୋପ ସଂଯୋଗୀକରଣ କରିଡର

ପ୍ରଧାନମନ୍ତ୍ରୀଙ୍କ ଅନୁଯାୟୀ, ଆଗାମୀ ଦିନରେ ଭାରତ, ମଧ୍ୟପ୍ରାଚ୍ୟ ଏବଂ ୟୁରୋପର ଅର୍ଥନୈତିକ ଐକିକରଣ ପାଇଁ ଏହି ସଂଯୋଗୀକରଣ କରିଡର ନୂତନ ମାଧ୍ୟମ ଭାବେ ସାମ୍ନାକୁ ଆସିବାକୁ ଯାଉଛି । ଅଧିକ ପଢନ୍ତୁ

ଶୀଘ୍ର ଆରମ୍ଭ ହେବ ଭାରତ-ମଧ୍ୟପ୍ରାଚ୍ଯ, ପୂର୍ବ ୟୁରୋପ ସଂଯୋଗୀକରଣ କରିଡର

author img

By ETV Bharat Odisha Team

Published : Sep 9, 2023, 7:33 PM IST

ନୂଆଦିଲ୍ଲୀ: ଜାରି ରହିଥିବା ଜି20 ସମ୍ମିଳନୀରେ ଅର୍ନ୍ତମହାଦେଶୀୟ ମହାଦେଶୀୟ ଯୋଗାଯୋଗ କ୍ଷେତ୍ରରେ ଆଉ ଏକ ବଡ ପଦକ୍ଷେପ ଗ୍ରହଣ କରାଯାଇଛି । ଭାରତ ସହ ରେଳ ଓ ଜଳପଥରେ ସିଧା ଯୋଡି ହେବ ମଧ୍ୟପ୍ରାଚ୍ଯ ଓ ପୂର୍ବ ୟୁରୋପ । ଘୋଷଣା ହୋଇଛି ଭାରତ-ମଧ୍ୟପ୍ରାଚ୍ଯ ଓ ପୂର୍ବ ୟୁରୋପ ସଂଯୋଗୀକରଣ କରିଡର । ଆଜି ସମ୍ମିଳନୀର ଦ୍ବିତୀୟ ଅଧିବେଶନରେ ଅନ୍ୟ ବିଶ୍ବନେତାଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘୋଷଣା କରିଛନ୍ତି ।

ଘୋଷଣା ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ‘‘ଆଜି ଆମେ ସମସ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ଐତିହାସିକ ସହଭାଗିତାରେ ପହଞ୍ଚି ସାରିଛୁ । ମାନବ ସଭ୍ୟତାର ବିକାଶ ପାଇଁ ସୁଦୃଢ ଯୋଗାଯୋଗ ଭିତ୍ତିଭୂମି ପ୍ରମୁଖ୍ଯ ଆଧାର । ଭାରତ ଏହି ପ୍ରସଙ୍ଗକୁ ପ୍ରାଥମିକତାର ସହ ବିଚାର କରିଆସିଛି । ଆମେ ବିଶ୍ୱାସ କରୁ ଯେ ବିଭିନ୍ନ ଦେଶ ମଧ୍ୟରେ ଯୋଗାଯୋଗରେ ସୁଦୃଢୀକରଣ କେବଳ ପାରସ୍ପରିକ ବାଣିଜ୍ୟରେ ଉନ୍ନତି ଆଣିବ ତାହା ନୁହେଁ ବରଂ ପରସ୍ପର ମଧ୍ଯରେ ଆତ୍ମବିଶ୍ୱାସ ମଧ୍ୟ ବଢାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ । ପ୍ରଧାନମନ୍ତ୍ରୀଙ୍କ ଅନୁଯାୟୀ, ଆଗାମୀ ଦିନରେ ଭାରତ, ମଧ୍ୟପ୍ରାଚ୍ୟ ଏବଂ ୟୁରୋପର ଅର୍ଥନୈତିକ ଐକିକରଣ ପାଇଁ ଏହି ସଂଯୋଗୀକରଣ କରିଡର ନୂତନ ମାଧ୍ୟମ ଭାବେ ସାମ୍ନାକୁ ଆସିବାକୁ ଯାଉଛି ।’’

ଏହା ମଧ୍ୟ ପଢନ୍ତୁ :- G20 Summit: ଭାରତର ବଡ ଉପଲବ୍ଧି, ‘Delhi Declaration’ ଘୋଷଣାପତ୍ରକୁ 100% ସହମତି

ଏହି ନୂଆ ଯୋଗାଯୋଗ ଯୋଜନା ମାଧ୍ୟମରେ ଭାରତ-ମଧ୍ୟପ୍ରାଚ୍ୟ ଓ ପୂର୍ବ ୟୁରୋପୀୟ ଦେଶମାନେ ଜଳପଥ ଓ ରେଳପଥ ମାଧ୍ୟମରେ ଯୋଡିହେବେ । ଏହି ଅର୍ନ୍ତମହାଦେଶୀୟ ବୃହତ୍ତ ଯୋଗାଯୋଗ ପ୍ରକଳ୍ପର ରୂପରେଖ ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ସୂଚନା ଆସିନାହିଁ । ଭାରତ, ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ), ସାଉଦି ଆରବ, ଫ୍ରାନ୍ସ, ଇଟାଲୀ, ଜର୍ମାନୀ ଏବଂ ଆମେରିକା ସହିତ ସଂଯୋଗ ଏବଂ ଭିତ୍ତିଭୂମି ସୁଦୃଢ କରିବା ଦିଗରେ ଏହି ବୃହତ୍ତ ପ୍ରକଳ୍ପ ବେଶ ସହାୟକ ହେବା ନେଇ ଆଶାବ୍ୟକ୍ତ କରାଯାଉଛି । ଅର୍ନ୍ତମହାଦେଶୀୟ ପ୍ରତ୍ୟେକ୍ଷ ଯୋଗାଯୋଗ କ୍ଷେତ୍ରେର ଗ୍ରହଣ କରାଯାଇଥିବା ଏହି ନିଷ୍ପତ୍ତି ବିଶ୍ବରେ ପ୍ରଥମ ଏବଂ ଐତିହାସିକ ମଧ୍ୟ । ଆମେରିକା ରାଷ୍ଟ୍ରପତି ବାଇଡେନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ୟୁରୋପୀୟ ୟୁୁନିୟନ ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲେଏନ୍ ଜି20 ରେ ଏହାକୁ ଘୋଷଣା କରିଛନ୍ତି । ଏହି ପ୍ରକଳ୍ପ ହେଉଛି ଗ୍ଲୋବାଲ୍ ଇନଫ୍ରାଷ୍ଟ୍ରକ୍ଚର ଇନଭେଷ୍ଟମେଣ୍ଟ ପାଇଁ ଏକ ବଡ ବହୁଦେଶୀୟ ସହଭାଗିତା ପ୍ରକଳ୍ପ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.