ETV Bharat / bharat

India Middle East corridor: ହ୍ରାସ ପାଇବ ଚୀନର ଆଧିପତ୍ୟ, ଉଭୟ ଭାରତ ଓ ଆମେରିକାକୁ ମିଳିବ ନିର୍ବାଚନୀ ଲାଭ ! - ଭାରତ ମଧ୍ୟପ୍ରାଚ୍ୟ କରିଡର

ଭାରତ-ମଧ୍ୟପ୍ରାଚ୍ୟ-ପୂର୍ବ ୟୁରୋପ କନେକ୍ଟିଭିଟି କରିଡର ପ୍ରକଳ୍ପର ନିର୍ବାଚନୀ ଲାଭ ନେବେ ଆମେରିକା ଓ ଭାରତ । ଜିଓ-ପଲିଟିକାଲ (ବୈଶ୍ୱିକ ରାଜନୈତିକ) ସ୍ଥିତିରେ ଚୀନ ଓ ପାକିସ୍ତାନ ପ୍ରାଧାନ୍ୟ ହ୍ରାସ ସହ କେଉଁ ସବୁ ରାଷ୍ଟ୍ର ହେବେ ଲାଭାନ୍ବିତ ? କେମିତି ବଦଳିବ ଦକ୍ଷିଣ-ଆସିଆ ଓ ପୂର୍ବ-ୟୁରୋପ ମଧ୍ୟରେ ବାଣିଜ୍ୟିକ ଦୃଶ୍ୟପଟ, ଅଧିକ ପଢନ୍ତୁ

India Middle East corridor: ଉଭୟ ଭାରତ ଓ ଆମେରିକାକୁ ମିଳିବ ବଡ ନିର୍ବାଚନୀ ଲାଭ !

author img

By ETV Bharat Odisha Team

Published : Sep 13, 2023, 7:35 PM IST

ନୂଆଦିଲ୍ଲୀ: ନିକଟରେ ଭାରତ ଅଧ୍ୟକ୍ଷତାରେ ଶେଷ ହୋଇଥିବା ଜି20 ସମ୍ମିଳନୀ ବୈଠକର ଏକ ପ୍ରମୁଖ ବୈଶ୍ବିକ ଅର୍ଥନୈତିକ ନିଷ୍ପତ୍ତି ଥିଲା ଭାରତ-ମଧ୍ୟପ୍ରାଚ୍ୟ- ପୂର୍ବ ୟୁରୋପ କନେକ୍ଟିଭିଟି କରିଡର ପ୍ରକଳ୍ପ । ଏହି ଅର୍ଥନୈତିକ କରିଡର ଭାରତ ଏବଂ ସହଭାଗୀ ଦେଶମାନଙ୍କ ପାଇଁ ଏକ ବଡ ସଫଳତା ବୋଲି କୁହାଯାଉଛି । ତେବେ ଏହି ବୃହତ୍ତ ଅର୍ଥନୈତିକ ପ୍ରକଳ୍ପ ନିଷ୍ପତ୍ତି 2024 ନିର୍ବାଚନରେ ​​ପ୍ରଧାନମନ୍ତ୍ରୀ ମୋଦି ଏବଂ ରାଷ୍ଟ୍ରପତି ବାଇଡେନଙ୍କ ପାଇଁ ଭୋଟ୍ ବ୍ୟାଙ୍କରେ ପରିଣତ ହେବ କି ? ସେମିତି ଏକ ଅନୁମାନ ମଧ୍ୟ ସାମ୍ନାକୁ ଆସିଲାଣି ।

କାରଣ ଆସନ୍ତାବର୍ଷ (2024)ରେ ଉଭୟ ଦେଶରେ ନିର୍ବାଚନ ହେବାକୁ ଯାଉଛି । ଏହି ବହୁଦେଶୀୟ ଅର୍ଥନୈତିକ ପ୍ରକଳ୍ପ କାର୍ଯ୍ୟକାରୀ ହେବା ଫଳରେ ଚୀନର ଅର୍ଥନୈତିକ ଆଧିପତ୍ୟ ହ୍ରାସ ପାଇବ । ପଶ୍ଚିମ ରାଷ୍ଟ୍ରସମୂହଙ୍କ ପାଇଁ ଭାରତ ଅର୍ଥନୀତିରେ ଚୀନର ବିକଳ୍ପ ହେବା ସହ ଗ୍ଲାବାଲ ସାଉଥର ସ୍ବର ଭାବେ ସାମ୍ନାକୁ ଆସିବ । ଏହାରି ମଧ୍ୟରେ ଏହାକୁ ବାଇଡେନ ଓ ମୋଦିଙ୍କ ବଡ ସଫଳତା ବୋଲି ମଧ୍ୟ କୁହାଯାଉଛି । ଯାହା ବିଶ୍ବସ୍ତରରେ ଉଭୟଙ୍କ ଭାବମୂର୍ତ୍ତି ଉଜ୍ଜଳ କରିଛି । ତେଣୁ ଉଭୟ ନିଜ ଦେଶର ନିର୍ବାଚନରେ ଏହି ପ୍ରକଳ୍ପର ସଫଳତାର ଶ୍ରେୟ ଭୋଟ ଆକାରରେ ପାଇପାରନ୍ତି ।

2013 ମସିହାରେ ଚୀନ୍‌ ବଡର ରୋଡ ଇନିସିଏଟିଭ୍‌ (BRI) ନାମରେ ବୃହତ୍ତ ଅର୍ଥନୈତିକ ଭିତ୍ତିଭୂମି ପ୍ରକଳ୍ପ ଆରମ୍ଭ କରିଥିଲା । ଏହି ପ୍ରକଳ୍ପ ମାଧ୍ୟମରେ ସଦସ୍ୟ ଦେଶମାନଙ୍କରେ ବେଜିଂ ତାର ଆର୍ଥିକ ପଦଚିହ୍ନ ଛାଡିବାକୁ ଯୋଜନା ରଖିଥିଲା । ଦକ୍ଷିଣ ଏସିଆରେ ପ୍ରମୁଖ ରାଷ୍ଟ୍ର ଭାରତ BRIର ଏକ ଅଂଶ ନୁହେଁ । ତେବେ ଚୀନ ଆରମ୍ଭ କରିଥିବା ଏହି ପ୍ରକଳ୍ପ ଆସନ୍ତାବର୍ଷ 10 ବର୍ଷ ପୂରଣ କରିବା ପୂର୍ବରୁ ଭାରତ ପ୍ରୟାସରେ ଭାରତ-ମଧ୍ୟପ୍ରାଚ୍ଯ ଓ ପୂର୍ବ-ୟୁରୋପ ଅର୍ଥନୈତିକ କରିଡର (IMEEC) ଆରମ୍ଭ କରିବାକୁ ଜି20 ରାଷ୍ଟ୍ରସମୂହ ସହମତ ହୋଇଛନ୍ତି । ଯାହା ଚୀନର ଆଧିପତ୍ୟ ହ୍ରାସ କରିବାରେ ଏକ ବଡ ସଫଳତା ।

ଏହି ପ୍ରକଳ୍ପ ଭାରତକୁ ମଧ୍ୟପ୍ରାଚ୍ଯ ଓ ପୂର୍ବ ୟୁରୋପୀୟ ଦେଶମାନଙ୍କ ସହ ଉଭୟ ଜଳପଥ ଓ ରେଳପଥ ଦ୍ବାରା ସଂଯୋଗ କରିବ । ଏହା ଏକ ଅନ୍ତର୍ଜାତୀୟ ବାଣିଜ୍ୟପଥ ଭାବେ କାର୍ଯ୍ୟ କରିବ । ପ୍ରକଳ୍ପ ମାଧ୍ୟମରେ ଭାରତ, ସାଉଦି ଆରବିଆ ଭାୟା ଦେଇ ୟୁରୋପ ମଧ୍ୟରେ ବାଧାମୁକ୍ତ ବାଣିଜ୍ୟ କରାଯାଇ ପାରିବ । ଜି20 ସମ୍ମିଳନୀର ଦ୍ବିତୀୟ ଦିନରେ ଆମେରିକା, ପଶ୍ଚିିମ ଏସିଆ ଓ ୟୁରୋପୀୟ ୟୁନିୟନର ଦେଶମାନେ ଏହି ରାଜିନାମାରେ ଏକମତ ହୋଇଛନ୍ତି । ଏହି ଚୁକ୍ତିନାମା ଚୀନ୍‌ର BRI ପ୍ରକଳ୍ପର ଆର୍ଥିକ ଆଧିପତ୍ୟକୁ ପ୍ରତିହତ କରିବା ସହ ଏହି ଅଞ୍ଚଳରେ ପାକିସ୍ତାନର ଭୌଗୋଳିକ ଏବଂ ରଣନୈତିକ ପ୍ରାଧାନ୍ୟକୁ ମଧ୍ୟ ହ୍ରାସ କରିବ । ଭାରତକୁ କେନ୍ଦ୍ର-ଏସିଆ ସହିତ ସଂଯୋଗ କରିବା ପାଇଁ ପାକିସ୍ତାନକୁ ଅତିକ୍ରମ କରିବାର ଆବଶ୍ୟକତା ପଡୁଥିଲା । ତେବେ ବିଭାଜନ ପରେ ଏପର୍ଯ୍ୟନ୍ତ ଏହା ପ୍ରୟାସ ପ୍ରାୟତଃ ସମ୍ଭବପର ହୋଇନାହିଁ । କାରଣ ଦୁଇ ଦେଶର ମଧ୍ୟରେ ଲାଗି ରହିଥିବା ବିବାଦ ମଧ୍ୟରେ ଏହା କେବେ ହେଲେ ମଧ୍ୟ ସମ୍ବବପର ହେଲା ପରି ମଧ୍ୟ ମନେ ହେଉନଥିଲା ।

ତେବେ ଏହି IMEEC ପ୍ରକଳ୍ପର କାର୍ଯ୍ୟକାରିତା ପରେ ଏସିଆ ଓ ୟୁରୋପ ସିଧା ସଂଯୋଗ ହେବ । ଭାରତର ବିଶ୍ବ ବାଣିଜ୍ୟ ଦିଗରେ ମଧ୍ୟ ପାକିସ୍ତାନର ଭୂମିକା କୌଣସି ପ୍ରସଙ୍ଗିକତା ରଖିବ ନାହିଁ । ଚୀନ ଦ୍ବାରା କରାଯାଇଥିବା CPSC (ଚୀନ-ପାକିସ୍ତାନ ଇକୋନୋମିକ୍ କରିଡର) ପାକିସ୍ତାନ ଅଧିକୃତ ଗିଲଗିଟ ଓ ବେଲୁଚିସ୍ତାନ ମଧ୍ୟ ଦେଇ କାର୍ଯ୍ୟକାରୀ ହୋଇପାରୁନାହିଁ । କାରଣ ବିଚ୍ଛିନ୍ନତାବାଦୀମାନେ ଏହି ପ୍ରକଳ୍ପକୁ ବିରୋଧ କରିଆସୁଛନ୍ତି । ଏହି ପ୍ରକଳ୍ପର ଅଗ୍ରଗତି ହୋଇନପାରିବା କାରଣରୁ ଆଗକୁ ଚୀନ ଓ ପାକିସ୍ତାନ ମଧ୍ଯରେ ଦ୍ବିପାକ୍ଷିକ ସମ୍ପର୍କ ମଧ୍ଯ ବିଗାଡି ପାରେ ବୋଲି ଅନୁମାନ କରାଯାଉଛି ।

ପାକିସ୍ତାନର ସହଯୋଗୀ ଥିବା ସାଉଦି ଆରବିଆ ଏହି IMEEC ପ୍ରକଳ୍ପରେ ଏକ ମୁଖ୍ୟ ସଦସ୍ୟ ରାଷ୍ଟ୍ର ଭାବେ ରହିଛି । ରିଆଧରେ ଭାରତ,ଆମେରିକା, ସାଉଦି ଓ ୟୁଏଇର ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ବୈଠକରେ ଏହି ପ୍ରକଳ୍ପର ପ୍ରାଥମିକ ଆଲୋଚନା ହୋଇଥିଲା । ତେବେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା ପରେ ଭାରତ ସହଯୋଗୀ ଦେଶମାନଙ୍କ ମଧ୍ୟରେ ପରିବହନ ଓ ଯାତ୍ରାର ସମୟ ମଧ୍ଯ ପୂର୍ବାପେକ୍ଷା 35 ପ୍ରତିଶତ ହ୍ରାସ ପାଇବ । ତେବେ ଏହି ଅର୍ନ୍ତମହାଦେଶୀୟ ଅର୍ଥନୈତିକ ପ୍ରକଳ୍ପର ସବିବେଶ ନକ୍ସା ଏବେ ପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ ।

ଭାରତ ପୂର୍ବରୁ ମଧ୍ୟ-ଏସିଆ ସହ ଯୋଡି ହେବା ପାଇଁ ଇରାନର ଚବାହାର ବନ୍ଦର ପ୍ରକଳ୍ପ ଉପରେ ନିର୍ଭର କରୁଥିଲା । ପାକିସ୍ତାନକୁ ବାଇପାସ କରି ମଧ୍ୟ-ଏସିଆକୁ ସଂଯୋଗ କରିବା ପାଇଁ ଭାରତ ଚବାହାର ଓ ଜେହେଦାନ ମଧ୍ୟରେ ରେଳ ଲାଇନ ମଧ୍ୟ ନିର୍ମାଣ କରିବାକୁ ପ୍ରସ୍ତାବ ରଖିଥିଲା । ତେବେ ଭାରତର ଏହି ପ୍ରକଳ୍ପକୁ ଚୀନ ଓ ଆମେରିକା ନିଜର ଭିନ୍ନ ଭିନ୍ନ ଲାଭ ପାଇଁ ବନ୍ଦ କରିବାକୁ ଚାହୁଁଥିଲେ । ଇରାନ ସହ ଆମେରିକାର ପୂର୍ବରୁ ତିକ୍ତତା ରହିଥିଲା । ଅନ୍ୟପଟେ ଚଳିତ ଆଫ୍ରିକୀୟ ୟୁନିୟନ ମଧ୍ୟ ଚଳିତଥର ଜି20 ସଦସ୍ୟତା ଗ୍ରହଣ କରିବା ପରେ ଚୀନର ଚିନ୍ତା ବଢିଛି ।

ତେବେ ଚଳିତ ଜି20 ସମ୍ମିଳନୀରେ ଏହି ବୃହତ୍ତ ଅର୍ଥନୈତିକ କରଡିର ପ୍ରତିଷ୍ଠା ନିଷ୍ପତ୍ତି ଉଭୟ ଆୟୋଜକ ଭାରତ ଓ ଆମେରିକା ପାଇଁ ନିର୍ବାଚନୀ ସଫଳତା ଆଣିପାରେ । କାରଣ ବର୍ଷ 2024ରେ ଉଭୟ ଦେଶରେ ନିର୍ବାଚନ ଥିବା ବେଳେ ଏହାକୁ ଉଭୟ ରାଷ୍ଟ୍ରମୁଖ୍ଯ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ଜୋ ବାଇଡେନଙ୍କର ଏକ ବଡ ସଫଳ ନିଷ୍ପତ୍ତି ଓ ଉପଲବ୍ଧତା ବୋଲି ବିବେଚନା କରାଯାଉଛି । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଜେରୁଜେଲମରେ ଆମେରିକାର କୂଟନୈତିକ ମିଶନ ପ୍ରତିଷ୍ଠା କରିଥିଲେ । ଯାହାକି ଟ୍ରମ୍ପଙ୍କୁ ଇହୁଦୀ ସମର୍ଥକଙ୍କ ଭୋଟ ମଧ୍ୟ ମିଳିଥିଲା । ତେବେ ଏବେ ଏହି IMEEC ପ୍ରକଳ୍ପରେ ଉଭୟ ବିରୋଧୀ ଦେଶ ସାଉଦି ଓ ଇସ୍ରାଏଲ ସଦସ୍ୟ ଭାବେ ରହିବେ । ଯାହାକି ଆମେରିକାର ମଧ୍ୟସ୍ଥତାରେ ହୋଇଛି । ତେଣୁ ଟ୍ରମ୍ପଙ୍କ ପରି ବାଇଡେନ ମଧ୍ୟ ଇହୁଦୀ ସମର୍ଥିତ ଭୋଟ ପାଇପାରନ୍ତି ।

ଏହା ମଧ୍ୟ ପଢନ୍ତୁ :-G 20 Summit:ଘୋଷଣା ହେଲା ଭାରତ-ମଧ୍ୟପ୍ରାଚ୍ୟ ଓ ପୂର୍ବ ୟୁରୋପ ସଂଯୋଗୀକରଣ କରିଡର

ଅନ୍ୟପଟେ ପାକିସ୍ତାନ ଓ ଚୀନର ମିଳିତ ଆଧିପତ୍ୟକୁ ହ୍ରାସ କରିବାରେ ଏହି ପ୍ରକଳ୍ପ ନିଷ୍ପତ୍ତି ଗ୍ରହଣ କରିବା ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଏକ ବଡ କୂଟନୈତିକ ସଫଳତା ବୋଲି କୁହାଯାଉଛି । ଯାହା ମୋଦିଙ୍କ ଭାବମୂର୍ତ୍ତିକୁ ମଧ୍ୟ ବିଶ୍ବସ୍ତରରେ ଆହୁରି ଉଜ୍ଜଳ କରିଛି । କାରଣ ଭାରତ ଚୀନ ମଧ୍ୟରେ ଏକାଧିକ କ୍ଷେତ୍ରରେ କୂଟନୈତିକ ପ୍ରତିଯୋଗିତା ଓ ବିବାଦ ମଧ୍ୟ ରହିଛି । ଏହାର ନିର୍ବାଚନୀ ଫାଇଦା ମଧ୍ୟ ମୋଦିଙ୍କୁ ମିଳିପାରେ । ତେବେ ଏହି ନିର୍ବାଚନୀ ଫାଇଦା ଅନୁମାନ ସତରେ ଭୋଟ ବ୍ୟାଙ୍କରେ ବଦଳୁଛି କି ନାହିଁ, ତାହା ସମୟ ଆସିଲେ ଜଣାପଡିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.