ETV Bharat / bharat

INDIA Meeting: ଖଡ଼ଗେ ଓ ରାହୁଲଙ୍କୁ ଭେଟିଲେ ଏନସିପି ମୁଖ୍ୟ ଶରଦ ପାୱାର - ମଲ୍ଲିକାର୍ଜୁନଙ୍କ ବାସଭବନରେ ଶରଦ ପାୱାର

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନଙ୍କ ବାସଭବନରେ ଏନସିପି ମୁଖ୍ୟ ଶରଦ ପାୱାର । ଇଣ୍ଡିଆ ମେଣ୍ଟ ସମ୍ପର୍କରେ ଆଲୋଚନା ପରେ ଏକ୍ସରେ ଦେଲେ ସୂଚନା । ଅଧିକ ପଢନ୍ତୁ

INDIA Meeting
INDIA Meeting
author img

By ETV Bharat Odisha Team

Published : Oct 6, 2023, 5:35 PM IST

ନୂଆଦିଲ୍ଲୀ: ନ୍ୟାସନାଲ କଂଗ୍ରେସ ପାର୍ଟି (NCP) ମୁଖ୍ୟ ଶରଦ ପାୱାର ଗୁରୁବାର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଓ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଦିଲ୍ଲୀରେ ଭେଟିଛନ୍ତି । ଶରଦ ଖଡ଼ଗେଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ତାଙ୍କୁ ସାକ୍ଷାତ କରିବା ପରେ ସୋସିଆଲ ମିଡିଆରେ ଏନେଇ ସୂଚନା ଦେଇଛନ୍ତି । ସେପଟେ ଇଣ୍ଡିଆ ମେଣ୍ଟ ସମସ୍ତ ଆହ୍ବାନକୁ ସାମ୍ନା କରିବା ଲାଗି ପ୍ରସ୍ତୁତ ଅଛି ଏବଂ ଆଗାମୀ ସାଧାରଣ ନିର୍ବାଚନରେ ନିଶ୍ଚିତ ଶାସନ ଭାର ଗ୍ରହଣ କରିବ ବୋଲି ଖଡ଼ଗେ ଏକ୍ସ(X)ରେ ସୂଚନା ଦେଇଛନ୍ତି ।

  • देश की जनता की आवाज़ और बुलंद करने के लिये आज, श्री @RahulGandhi जी के साथ, NCP अध्यक्ष श्री @PawarSpeaks जी से भेंट हुई।

    हम हर चुनौती के लिए तैयार हैं।

    जुड़ेगा भारत, जीतेगा INDIA 🇮🇳 pic.twitter.com/5EXuKSU6zL

    — Mallikarjun Kharge (@kharge) October 6, 2023 " class="align-text-top noRightClick twitterSection" data=" ">

ବୈଠକ ପରେ ଏନସିପି ସୁପ୍ରିମୋ ଶରଦ ଏକ୍ସରେ ଲେଖିଛନ୍ତି," INC ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ତାଙ୍କ ବାସଭବନରେ ଭେଟିଛି । ଏହି ସମୟରେ ସାଂସଦ ରାହୁଲ ଗାନ୍ଧୀଙ୍କ ସମେତ ଏନସିପି ବିଧାୟକ ଜିତେନ୍ଦ୍ର ଆୱହାଦ ଓ ଗୁରୁଦୀପ ସାପଲ ଉପସ୍ଥିତ ଥିଲେ ।" ସେପଟେ ଖଡ଼ଗେ ମଧ୍ୟ ଏହି ବୈଠକ ନେଇ ଏକ୍ସରେ ସୂଚନା ଦେଇ କହିଛନ୍ତି, " ବିଭିନ୍ନ ସମସ୍ୟା ନେଇ ଦେଶବାସୀଙ୍କ ସ୍ବର ଉତ୍ତୋଳନ କରିବା ଦିଗରେ ଆଜି ରାହୁଲ ଗାନ୍ଧୀଙ୍କ ସମେତ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ସମେତ ଆଲୋଚନା ହୋଇଛି । ଆମେ ସମସ୍ତ ଚ୍ୟାଲେଞ୍ଜ ଲାଗି ପ୍ରସ୍ତୁତ । ଇଣ୍ଡିଆ ଆମ ସହ ଯୋଡ଼ି ହେବ ଏବଂ 'ଇଣ୍ଡିଆ' ଜିତିବ ମଧ୍ୟ ।"

  • Paid a courtesy visit to INC President MP Malikarjun Kharge at his residence. MP Rahul Gandhi, NCP MLA Jitendra Awhad and Gurdeep Sapal, INC CWC Member were also present for the meeting. pic.twitter.com/k67eUa9TsK

    — Sharad Pawar (@PawarSpeaks) October 6, 2023 " class="align-text-top noRightClick twitterSection" data=" ">

ଏହା ବି ପଢନ୍ତୁ- କୌଣସି ବି ପରିସ୍ଥିତିରେ ଇଣ୍ଡିଆ ମେଣ୍ଟ ଭାଙ୍ଗିବ ନାହିଁ ଆପ୍‌: କେଜ୍ରିୱାଲ

ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏହି ବୈଠକରେ ଇଣ୍ଡିଆ ମେଣ୍ଟର ଆଗାମୀ ରଣନୀତି କଣ ହେବ ଏବଂ ସମ୍ପ୍ରତି ରାଜନୈତିକ ବାତାବରଣ ସମ୍ପର୍କରେ ଆଲୋଚନା ହୋଇଛି । ସେପଟେ ବିରୋଧୀ ମହାମେଣ୍ଟର ଭୋପାଳରେ ହେବାକୁ ଥିବା ବୈଠକ ରଦ୍ଦ ହୋଇଥିବା ବେଳେ ଆଗାମୀ ବୈଠକ କେଉଁ ସ୍ଥାନରେ ହେବ ସେ ନେଇ ନିଷ୍ପତ୍ତି ନିଆଯାଇନାହିଁ । ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟ ଠାରୁ ଶାସନ ଭାର ଛଡ଼ାଇ କେନ୍ଦ୍ରରେ ସରକାର ଗଠନ କରିବା ଲାଗି 12ରୁ ଅଧିକ ବିରୋଧୀ ଦଳ ଏକତ୍ର ହୋଇ 'ଇଣ୍ଡିଆ' ମେଣ୍ଟ ଗଠନ କରିଛନ୍ତି ।

ମେଣ୍ଟର ଶେଷ ବୈଠକ ମୁମ୍ବାଇରେ ଆୟୋଜିତ ହୋଇଥିଲା । ମେଣ୍ଟର ଆଗାମୀ ରଣନୀତି ଓ କାର୍ଯ୍ୟପନ୍ଥା ସମ୍ପର୍କରେ ନିଷ୍ପତ୍ତି ନେବା ଲାଗି ଏକ ସମନ୍ବୟ କମିଟି ଗଠନ ହୋଇଥିଲା । ଏଥିରେ 14 ଜଣ ସଦସ୍ୟ ରହିଥିଲେ । ଚଳିତ ବର୍ଷ ଜୁନ ମାସରେ ପାଟନା ଠାରେ ମେଣ୍ଟର ପ୍ରଥମ ବୈଠକ ହୋଇଥିଲା । ଅନ୍ୟପଟେ ଏନସିପି 2 ଭାଗ ହେବା ପରେ ଶରଦ ପାୱାର ଗୋଷ୍ଠୀ ଓ ଅଜିତ ପାୱାର ନେତୃତ୍ବାଧୀନ ଗୋଷ୍ଠୀ ପାର୍ଟି ସଙ୍କେତ ଓ ନାମ ଲାଗି ଭାରତୀୟ ନିର୍ବାଚନୀ ଆୟୋଗର ଆବେଦନ କରିଥିଲେ । ଉଭୟ ଗୋଷ୍ଠୀ ଆବଶ୍ୟକ ଦସ୍ତାବିଜ ଆୟୋଗରେ ଦାଖଲ କରିବା ଲାଗି ଉଭୟ ଗୋଷ୍ଠୀକୁ ନିର୍ଦ୍ଦେଶ ଦେଇଛନ୍ତି ଇସି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.