ETV Bharat / bharat

India Corona: ତଳମୁହାଁ କୋରୋନା ଗ୍ରାଫ, ଦିନକରେ ୭୧୭୮ ନୂଆ ମାମଲା

author img

By

Published : Apr 24, 2023, 11:24 AM IST

କିଛି ଦିନ କୋରୋନା ଗ୍ରାଫ ଉପରମୁହାଁ ରହିବା ପରେ ଏବେ ଖସୁଛି ସଂକ୍ରମଣ । ଆଜି ୭୧୭୮ ନୂଆ ମାମଲା ଚିହ୍ନଟ । ଅଧିକ ପଢନ୍ତୁ

Corona in India
Corona in India

ନୂଆଦିଲ୍ଲୀ: ଦେଶରେ ତଳମୁହାଁ କୋରୋନା ଗ୍ରାଫ । ଲଗାତାର ୨ରୁ ଦିନ ହେବ କୋରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ସପ୍ତାହରୁ ଅଧକ ଦିନ ହେବ ଦେଶରେ ସଂକ୍ରମଣ ମାମଲା ୧୦ ହଜାର ଉପରେ ରହୁଥିବା ବେଳେ ଆଜି ତଳକୁ ଖସିଛି ସଂକ୍ରମଣ ମାମଲା । ଗତ ୨୪ ଘଣ୍ଟାରେ ୭୧୭୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତକାଲି(ରବିବାର) ଏହି ସଂଖ୍ୟା ୧୦ ହଜାର ୧୧୨ ରହିଥିଲା । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଗତ ୨୪ ଘଣ୍ଟାରେ ଦେଶରେ ୭ ହଜାର ୧୭୮ ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଆଜିକୁ ମିଶାଇ ଦେଶରେ ମୋଟ ଆକ୍ଟିଭ ସଂଖ୍ୟା ୬ଲକ୍ଷ ୫୬ ହଜାର 83ରେ ପହଞ୍ଚିଛି । ତେବେ ସଂକ୍ରମିତଙ୍କ ସଂଖ୍ୟା କମୁଥିବା ବେଳେ ଏହା ଏକ ଆଶ୍ବସ୍ତିକର ଖବର ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ କମିବାରେ ଲାଗିଛି । ଦିନକରେ ୮ଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୩୧ ହଜାର ୩୪୫ରେ ପହଞ୍ଚିଛି । ତେବେ ଦୈନିକ ପଜିଟିଭ ହାର ୯.୧୬ ପ୍ରତିଶତ ରହିଛି । ସାପ୍ତାହିକ ପଜିଟିଭ ହାର ୫.୪୧ ପ୍ରତିଶତ ରହିଛି ।

ଏହା ମଧ୍ୟ ପଢନ୍ତୁ: Gemini Sankaran Passed Away: ଭାରତୀୟ ସର୍କସର ଜନକ ଜେମିନି ଶଙ୍କରନଙ୍କ ପରଲୋକ

ଅନ୍ୟପଟେ କୋରୋନା ଆକ୍ରାନ୍ତଙ୍କ ସୁସ୍ଥତା ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୯ ହଜାର ୨୮୫ ଜଣ ସୁସ୍ଥ ହୋଇଛନ୍ତି । ସେପଟେ କୋରୋନାକୁ ମାତ ଦେବା ପାଇଁ ଟେଷ୍ଟ ସଂଖ୍ୟା ମଧ୍ୟ ବୃଦ୍ଧି କରାଯାଉଛି । ଗତ ୨୪ ଘଣ୍ଟାରେ ୭୮ ହଜାର ୩୪୨ଜଣଙ୍କ କୋରୋନା ପରୀକ୍ଷା କରାଯାଇଛି । ସେମାନଙ୍କ ମଧ୍ୟରୁ ୭ହଜାର ୧୭୮ଜଣ ରିପୋର୍ଟ ପଜିଟିଭ ଆସିଛି । ଏଯାବତ ଦେଶରେ ମୋଟ ୨୨୦ କୋଟି ୬୬ ଲକ୍ଷ ୩୯ ହଜାର ୭୩୬ଜଣଙ୍କୁ କୋରୋନା ଟିକା ଦିଆଯାଇଥିଲା । ଗତ ୨୪ ଘଣ୍ଟାରେ ୨୦୮ଜଣ କୋରୋନା ଟିକା ନେଇଛନ୍ତି ।

କହିରଖୁଛୁ କି, ଗତ କିଛି ଦିନର ବ୍ୟବଧାନ ପରେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ହୁହୁ ହୋଇ ବଢିବାରେ ଲାଗିଥିଲା । ସଂକ୍ରମଣ ମାମଲା ୧୦ ହଜାର ଉପରେ ରହୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଥିଲା । ତେବେ ୮ ରାଜ୍ୟକୁ କେନ୍ଦ୍ର ପକ୍ଷରୁ ଆଗୁଆ ଚିଠି ଲେଖି ସତର୍କ କରାଯାଇଥିଲା । ସେହି ସମୟରେ ଆଗାମୀ ୧୦ରୁ ୧୨ ଦିନ ପର୍ଯ୍ୟନ୍ତ ରୋଗୀ ସଂଖ୍ୟା ବୃଦ୍ଧି ପାଇ ପୁଣି ହ୍ରାସ ପାଇବ ବୋଲି ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା । ବର୍ତ୍ତମାନ ସଂକ୍ରମଣ ମାମଲା ହ୍ରାସ ପାଇବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.