ETV Bharat / bharat

India Corona: ମୁଣ୍ଡ ଟେକିଲା କୋରୋନା, ଦିନକରେ ସଂକ୍ରମଣ 6 ହଜାର ପାର୍‌ - ଦେଶରେ କୋରୋନା ସଂକ୍ରମଣରେ ବୃଦ୍ଧି

ଦେଶରେ ହୁହୁ ହୋଇ ବଢିବାରେ ଲାଗିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । 24 ଘଣ୍ଟା ମଧ୍ୟରେ 6 ହଜାର 50 କୋରୋନା ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ

corona cases in india
corona cases in india
author img

By

Published : Apr 7, 2023, 10:52 AM IST

ନୂଆଦିଲ୍ଲୀ: ଦେଶରେ କୋରୋନା ସଂକ୍ରମଣରେ ବୃଦ୍ଧି । ପୁଣି ହୁହୁ ହୋଇ ବଢିବାରେ ଲାଗିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏବେ 7 ହଜାର ମୁହାଁ ହୋଇଛି ଦୈନିକ ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ 6 ହଜାର 50 କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ କୋରୋନା ଆକ୍ଟିଭ କେସ 28 ହଜାର 303ରେ ପହଞ୍ଚିଛି । ଗତକାଲି ସଂକ୍ରମଣ 5 ହଜାର ପାର କରିଥିବା ବେଳେ ଆଜି 6 ହଜାର ପାର କରିଛି ଯଦି ଦୈନିକ ସଂକ୍ରମଣରେ ଏପରି ବୃଦ୍ଧି ଘରେ ତେବେ କୋରୋନାର ଚତୁର୍ଥ ଲହରକୁ ଏଡାଇ ଦିଆଯାଇ ପାରିବ ନାହିଁ । ଏହାକୁ ନେଇ ଦେଶବାସୀଙ୍କ ମନରେ ପୁଣି ଭୟ ସୃଷ୍ଟି ହୋଇଛି ।

ସେହିପରି ଗତ 24 ଘଣ୍ଟା ମଧ୍ୟରେ 3 ହଜାର 320 କୋରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା 4କୋଟି 41 ଲକ୍ଷ 85 ହଜାର 858ରେ ପହଞ୍ଚିଛି । ଦେଶରେ ଦୈନିକ ସଂକ୍ରମଣ ହାର 3.39 ପ୍ରତିଶତ ରହିଥିବା ବେଳେ ସପ୍ତାହିକ ସଂକ୍ରମଣ ହାର 3.02 ପ୍ରତିଶତ ରହିଛି । ମୋଟ କୋରୋନା ଜନିତ ମୃତ୍ୟୁ ସଂଖ୍ୟା 5 ଲକ୍ଷ 30 ହଜାର 943 ରହିଛି । ମୋଟ 220.66 କୋଟି ଲୋକ କୋରୋନା ଟିକା ନେଇ ସାରିଛନ୍ତି । ସେଥି ମଧ୍ୟରେ 95.21 କୋଟି ସେକେଣ୍ଡ ଡୋଜ ଓ 22.87 କୋଟି ବୁଷ୍ଟର ଡୋଜ ନେଇଛନ୍ତି । ଗତ 24 ଘଣ୍ଟା ମଧ୍ୟରେ 2ହଜାର 334 ଜଣ କୋରୋନା ଟିକା ନେଇଛନ୍ତି ।

ଗତକାଲି ଦେଶରେ 5,335 ନୂଆ କୋଭିଡ ମାମଲା ସାମ୍ନାକୁ ଆସିଥିଲା । ଯାହା ଗତ 7 ମାସରେ ସର୍ବାଧିକ ଥିଲା । ଶେଷଥର ପାଇଁ ଗତବର୍ଷ ସେପ୍ଟେମ୍ବରରେ ଏତିକି କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲା । ଗତ 15 ଦିନ ମଧ୍ୟରେ ଦୈନିକ ସଂକ୍ରମଣ କ୍ରମଶଃ ବୃଦ୍ଧି ହେଉଥିବା ବେଳେ ଆଗକୁ ଆହୁରି ବୃଦ୍ଧି ହେବା ନେଇ ଆଶଙ୍କା ରହିଛି । ତେଣୁ ସଂକ୍ରମଣ ବଢିବା ପୂର୍ବରୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି ।

କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହାକୁ କିପରି ନିୟନ୍ତ୍ରଣ କରାଯାଇ ପାରିବ ସେନେଇ ଆଜି ସମସ୍ତ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହିତ ବୈଠକ କରିବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ । ସମସ୍ତ ରାଜ୍ୟରେ କୋଭିଡ ପ୍ରସ୍ତୁତିର ସମୀକ୍ଷା କରାଯିବ । ଭିଡିଓ କନଫରେନ୍ସି ଜରିଆରେ ବୈଠକ ଅନୁଷ୍ଠିତ ହେବା ନେଇ ସୂଚନା ମିଳିଛି । ହଠାତ୍‌ କୋରୋନା ସଂକ୍ରମଣରେ ବୃଦ୍ଧି ହୋଇଥିବାରୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାର ଆଜି ସମୀକ୍ଷା ବୈଠକ ବସିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.