ETV Bharat / bharat

Indus Waters Treaty: ରଦ୍ଦ ହେବ ସିନ୍ଧୁ ଜଳ ଚୁକ୍ତି ! ଭାରତ ପଠାଇଲା ନୋଟିସ - ସିନ୍ଧୁ ଜଳ ଚୁକ୍ତି

ନୋଟିସ ଜାରି କରି ଭାରତ ସରକାର କହିଛନ୍ତି ସିନ୍ଧୁ ଜଳ ଚୁକ୍ତିର ସମସ୍ତ ନିୟମ ପାଳନ କରୁଛନ୍ତି । କିନ୍ତୁ ପ୍ରତିପକ୍ଷ ପାକିସ୍ତାନ କୌଣସି ନିୟମ ମାନୁନାହିଁ । ପାକିସ୍ତାନର କାର୍ଯ୍ୟକଳାପ ଭାରତ ପାଇଁ ଗ୍ରହଣୀୟ ନୁହେଁ । ଭାରତ ସରକାର କହିଛନ୍ତି ପରସ୍ପର ବୁଝାମଣା ଭିତ୍ତିରେ ଏକ ସମାଧାନ ରାସ୍ତା ବାହାର କରିବା ପାଇଁ ଭାରତ ପ୍ରୟାସ କରିଆସିଛି । ଅଧିକ ପଢନ୍ତୁ

Indus Waters Treaty
Indus Waters Treaty
author img

By

Published : Jan 27, 2023, 5:38 PM IST

ନୂଆଦିଲ୍ଲୀ: ଭାରତ ସରକାର ସେପ୍ଟମ୍ବର 1960 ରେ ହୋଇଥିବା ସିନ୍ଧୁ ଜଳ ଚୁକ୍ତିର ସଂଶୋଧନ ପାଇଁ ପାକିସ୍ତାନକୁ ନୋଟିସ ଜାରି କରିଛନ୍ତି । ଭାରତ ସରକାର କହିଛନ୍ତି ପାକିସ୍ତାନର ସମସ୍ତ ବେଆଇନ କାମ ପାଇଁ ସିନ୍ଧୁ ଜଳ ଚୁକ୍ତି ଆଇଡବ୍ଲ୍ୟୁଟି ନିୟମ ବ୍ୟବସ୍ଥା ଓ ଏହାର କାର୍ଯ୍ୟକାରିତା ଉପରେ ପ୍ରତିକୂଳ ପ୍ରଭାବ ପକାଇଛି । ତେବେ ଆଇଡବ୍ଲ୍ୟୁଟିର ସଂଶୋଧନ ପାଇଁ ଭାରତ ନୋଟିସ ଜାରି କରିଥିବା ନ୍ୟୁଜ ଏଜେନ୍ସୀ (ପିଟିଆଇ) ରେ ଖବର ପ୍ରକାଶ ପାଇଛି । 90 ଦିନ ଭିତରେ ପାକିସ୍ତାନକୁ ନୋଟିସର ଉତ୍ତର ମାଗିଛି ଭାରତ ।

ନୋଟିସ ଜାରି କରି ଭାରତ ସରକାର କହିଛନ୍ତି ଯେ ସିନ୍ଧୁ ଜଳ ଚୁକ୍ତିର ସମସ୍ତ ନିୟମ ପାଳନ କରୁଛନ୍ତି । କିନ୍ତୁ ପ୍ରତିପକ୍ଷ ପାକିସ୍ତାନ କୌଣସି ନିୟମ ମାନୁନାହିଁ । ପାକିସ୍ତାନର କାର୍ଯ୍ୟକଳାପ ଭାରତ ପାଇଁ ଗ୍ରହଣୀୟ ନୁହେଁ । ଭାରତ ସରକାର କହିଛନ୍ତି ପରସ୍ପର ବୁଝାମଣା ଭିତ୍ତିରେ ଏକ ସମାଧାନ ରାସ୍ତା ବାହାର କରିବା ପାଇଁ ଭାରତ ପ୍ରୟାସ କରିଆସିଛି । କିନ୍ତୁ ପାକିସ୍ତାନ 2017 ରୁ 2022 ମଧ୍ୟରେ ସ୍ଥାୟୀ ସିନ୍ଧୁ ଚୁକ୍ତିର ହୋଇଥିବା 5 ଟି ବୈଠକରେ ଏହି ପ୍ରସଙ୍ଗରେ କୌଣସି ଚର୍ଚ୍ଚା କରିବାକୁ ଚାହିଁନଥିଲା । ଫଳରେ ଶେଷ ପଦକ୍ଷେପ ଭାବେ ଭାରତ ନୋଟିସ ଜାରି କରିଛି ।

ଭାରତ ସରକାର ଜାରି କରିଥିବା ନୋଟିସର ଉତ୍ତର ସରକାରୀ ଭାବେ 90 ଦିନ ତଥା ତିନି ମାସ ମଧ୍ୟରେ ଦେବାକୁ ହେବ । ଯାହା ଆଇଡବ୍ଲ୍ୟୁଟି ନିୟମ ଆଧାରିତ । ୨୦୧୫ରେ ପାକିସ୍ତାନ ଭାରତର କିଶଙ୍ଗଙ୍ଗା ଓ ରାଟଲେ ହାଇଡ୍ରୋ ଇଲେକ୍ଟ୍ରିକ ପ୍ରୋଜେକ୍ଟ ଉପରେ ବୈଷୟିକ ଆପତ୍ତି ଉଠାଇଥିଲା । ଏହାର ତଦନ୍ତ ପାଇଁ ନିରପେକ୍ଷ ବିଶେଷଜ୍ଞ ନିଯୁକ୍ତ କରିବାକୁ ଅନୁରୋଧ କରିଥିଲା। ହେଲେ ୨୦୧୬ରେ ପାକିସ୍ତାନ ଏକପାଖିଆ ନିଜର ଅନୁରୋଧ ପ୍ରତ୍ୟାହାର କରି କୋର୍ଟଙ୍କ ଦ୍ବାରସ୍ଥ ହୋଇ ବିଚାର କରିବାକୁ ପ୍ରସ୍ତାବ ଦେଇଥିଲା। ପାକିସ୍ତାନର ଏହି ଏକପାଖିଆ କାର୍ଯ୍ୟ ଆଇଡବ୍ଲ୍ୟୁଟିର ଧାରା ଆଇଏକ୍ସର ଉଲ୍ଲଂଘନ କରୁଛି ।

ସୂଚନାଯୋଗ୍ୟ ଯେ ସିନ୍ଧୁ ଜଳ ଚୁକ୍ତି ଅନୁସାରେ ବ୍ୟାସ, ସତଲଜ ଓ ରାବୀ ନଦୀର ଜଳ ଭାରତକୁ ଓ ସିନ୍ଧୁ, ଝେଲମ ଓ ଚେନାବ ନଦୀର ଜଳ ପାକିସ୍ତାନକୁ ମିଳୁଛି । ଭାରତ ପାକିସ୍ତାନ ଦୀର୍ଘ 9 ବର୍ଷର ଲମ୍ବା ଆଲୋଚନା ପରେ 19 ସେପ୍ଟମ୍ବର 1960 ରେ ସିନ୍ଧୁ ଜଳ ଚୁକ୍ତିରେ ସ୍ବାକ୍ଷର କରିଥିଲେ । ଚୁକ୍ତିରେ ତୃତୀୟ ପକ୍ଷ ଭାବେ ବିଶ୍ବବ୍ୟାଙ୍କ ସ୍ବାକ୍ଷର କରିଥିଲା । ଚୁକ୍ତିର ନିୟମ ଅନୁସାରେ ଉଭୟ ଦେଶର ଜଳ ଆୟୁକ୍ତ ଅତିକମରେ ବର୍ଷକୁ 2 ଥର ଏକାଠି ହୋଇ ବୈଠକ କରିବେ । ଉଭୟ ଦେଶର ଜଳ ସମ୍ପର୍କିତ ଆଲୋଚନା ସହ ସମସ୍ତ ନଦୀର ଅବବାହିକାରେ ନିର୍ମାଣଧିନ ବିଭିନ୍ନ ପ୍ରକଳ୍ପ ଆବଶ୍ୟକ ସ୍ଥଳେ ପରିଦର୍ଶନ କରିବେ । ଆବଶ୍ୟକ ପଦକ୍ଷେପ ନେବେ । କିନ୍ତୁ ପାକିସ୍ତାନ ବାରମ୍ବାର ଚୁକ୍ତି ଉଲ୍ଲଙ୍ଘନ କରୁଛି । ଯାହାକୁ ନେଇ ଭାରତ ସରକାର ଗତକାଲି ନୋଟିସ ଜାରି କରିଥିବା ନ୍ୟୁଜ ଏଜେନ୍ସୀ ପିଟିଆଇ ରିପୋର୍ଟ ପ୍ରକାଶ କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.