ETV Bharat / bharat

FIPIC Summit: ଭାରତ ତୁମ ବିକାଶ ଭାଗିଦାରୀ ହୋଇଥିବାରୁ ଗର୍ବିତ କହିଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ସୋମବାର) ପପୁଆ ନ୍ୟୁଗିନିରେ ଫୋରମ ଫର ଇଣ୍ଡିଆ ପାସିଫିକ ଆଇଲାଣ୍ଡ କୋଅପରେସନ (ଏଫଆଇପିଆଇସି) ସମିଟରେ ସାମିଲ ହୋଇଛନ୍ତି । ଅଧିକ ପଢନ୍ତୁ

author img

By

Published : May 22, 2023, 11:33 AM IST

pm modi at FIPIC Summit
ଫୋରମ ଫର ଇଣ୍ଡିଆ ପାସିଫିକ ଆଇଲାଣ୍ଡ କୋଅପରେସନ ସମିଟ

ପୋର୍ଟ ମୋରେସବି: ପପୁଆ ନ୍ୟୁଗିନିରେ ତୃତୀୟ ଫୋରମ ଫର ଇଣ୍ଡିଆ ପାସିଫିକ ଆଇଲାଣ୍ଡ କୋଅପରେସନ (ଏଫଆଇପିଆଇସି) ସମିଟରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମ୍ମିଳନୀକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । କୋରୋନା ମହାମାରୀ ପ୍ରଭାବ ଅଧିକ ଗ୍ଲୋବାଲ ସାଉଥ ଦେଶ ଉପରେ ପଡିଛି । ଜଳବାୟୁ ପରିବର୍ତ୍ତନ, ପ୍ରାକୃତିକ ବିପର୍ଯ୍ୟୟ, ଗରିବୀ ଓ ସ୍ବାସ୍ଥ୍ୟ ସହ ଜଡିତ ଚାଲେଞ୍ଜ ପ୍ରଥମରୁ ରହିଆସିଛି । ଏବେ ନୂଆ ସମସ୍ୟା ସୃଷ୍ଟି ହେଉଛି । ମୁଁ ଖୁସି ବ୍ୟକ୍ତ କରୁଛି ଯେ ମିତ୍ର ପ୍ରଶାନ୍ତ ଦ୍ବୀପ ଦେଶର ବିପଦ ସମୟରେ ଭାରତ ଛିଡା ହୋଇଛି । ଭାରତ ତୁମ ବିକାଶ ଭାଗିଦାରୀ ହୋଇଥିବାରୁ ଗର୍ବିତ । ଭାରତ ପ୍ରଶାନ୍ତ ସମୂହ ସହଯୋଗ ଶିଖର ସମ୍ମିଳନୀରେ ଯୋଗ ଦେଇ ଏହି କହିଛନ୍ତି ପ୍ରଧାନମନ୍ତ୍ରୀ ।

  • In Papua New Guinea, PM James Marape and I had the honour of releasing the Thirukkural in Tok Pisin language. Thirukkural is an iconic work, which provides valuable insights across different subjects. pic.twitter.com/JHa4DcPneu

    — Narendra Modi (@narendramodi) May 22, 2023 " class="align-text-top noRightClick twitterSection" data=" ">

ଏଫଆଇପିଆଇସି ସମ୍ମିଳୀନକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି," ବିଶ୍ବ କୋରୋନା ମହାମାରୀ ସମେତ ଅନେକ କଠିନ ପରିସ୍ଥିତି ଦେଇ ଗତି କରିଛି । ଏହି ଚ୍ୟାଲେଞ୍ଜର ପ୍ରଭାବ ଗ୍ଲୋବାଲ ସାଉଥ ଦେଶ ଉପରେ ଅଧିକ ପଡିଛି । ଜଳବାୟୁ ପରିବର୍ତ୍ତନ, ପ୍ରାକୃତିକ ବିପର୍ଯ୍ୟୟ, ଗରିବୀ ଓ ସ୍ବାସ୍ଥ୍ୟ ସହ ଜଡିତ ଅନେକ ସମସ୍ୟା ପୂର୍ବରୁ ଥିଲା ଏବେ ନୂଆ ସମସ୍ୟା ସୃଷ୍ଟି ହୋଇଛି । ଖାଦ୍ୟ, ଇନ୍ଧନ, ସାର ଓ ଫାର୍ମା ଯୋଗାଣରେ ବାଧା ସୃଷ୍ଟି ହୋଇଛି । ଯାହାକୁ ଆମେ ବିଶ୍ବସନୀୟତା ମାନୁଥିଲୁ ଆବଶ୍ୟକ ବେଳେ ସେମାନେ ଆମ ସହ ଛିଡା ହୋଇନଥିବା ଜଣାପଡିଛି । ମୁଁ ଖୁସି ବ୍ୟକ୍ତ କରୁଛି ଯେ ଭାରତ ଏଭଳି କଠିନ ପରିସ୍ଥିତିରେ ତାର ମିତ୍ର ପ୍ରଶାନ୍ତ ଦ୍ବୀପ ଦେଶ ସହ କାନ୍ଧରେ କାନ୍ଧ ମିଶାଇ ଛିଡା ହୋଇଛି । ଭାରତରେ ପ୍ରସ୍ତୁତି ଟିକା ହେଉ ବା ଆବଶ୍ୟକୀୟ ଔଷଧ ଗହମ ହେଉ ବା ଚିନି ଭାରତ ତାର କ୍ଷମତା ଅନୁସାରେ ସମସ୍ତ ଦେଶକୁ ସାହାଯ୍ୟ କରିଛି । ମୋ ପାଇଁ ତୁମେ ବଡ ମହାସାଗର ଦେଶ ଛୋଟ ଦ୍ବୀପ ରାଜ୍ୟ ନୁହଁ ।''

ଏହା ବି ପଢନ୍ତୁ...G7 Summit: ମୋଦିଙ୍କ ଜ୍ୟାକେଟକୁ ନେଇ ବିଦେଶରେ ଚର୍ଚ୍ଚା

ଏହା ବି ପଢନ୍ତୁ...ସ୍ବାଗତ ବେଳେ ମୋଦିଙ୍କ ପାଦ ଛୁଇଁଲେ ପାପୁଓ ନ୍ୟୁ-ଗିନି ପ୍ରଧାନମନ୍ତ୍ରୀ

ସମ୍ମିଳନୀକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ''ତୁମର ଏହି ମହାସାଗର ଭାରତକୁ ତୁମ ସହ ଯୋଡିଛି । ଭାରତୀୟ ବିଚାରଧାରାରେ ସମ୍ପୂର୍ଣ୍ଣ ବିଶ୍ବକୁ ପରିବାର ପରି ଦେଖିଛି । ବସୁଧୌବ କୁଟୁମ୍ବକମ୍ ମୂଳ ମନ୍ତ୍ର ଆମର ପ୍ରେରଣା । ଚଳିତ ବର୍ଷ ଜି-20 ସମ୍ମିଳନୀ ବିଷୟବସ୍ତୁ ବସୁଧୌବ କୁଟୁମ୍ବକୁମ ରହିଥିଲା । ଗୋଟିଏ ପୃଥିବୀ ଗୋଟିଏ ପରିବାର ଓ ଗୋଟିଏ ଭବିଷ୍ୟତ ଏହି ବିଚାରଧାରା ଉପରେ ଆଧାରିତ । ଭାରତ ତୁମର ବିକାଶ ଭାଗିଦାରୀ ହୋଇଥିବାକୁ ଗର୍ବିତ । ମାବନୀୟ ସହୟତା ହେଉ ବା ବିକାଶ ଭାରତକୁ ତୁମେ ବିଶ୍ବସନୀୟତା ପାଟର୍ନର ଭାବେ ବିଶ୍ବାସ କରିପାରିବ ।''

ସମ୍ମିଳନୀରେ ପପୁଆ ନ୍ୟୁଗିନି ପ୍ରଧାନମନ୍ତ୍ରୀ ଜେମସ ମାରାପେ କହିଛନ୍ତି, ଆମେ ଗ୍ଲୋବାଲ ପାୱାରପ୍ଲେର ଭିକ୍ଟିମ । ଉପନିବେଶର ଇତିହାସ ଯାହା ଗ୍ଲୋବାଲ ସାଉଥ ଦେଶକୁ ଏକଠି କରିଥାଏ । ପିଏମ ମୋଦି ଗ୍ଲୋବାଲ ସାଉଥର ନେତା । ଦ୍ବିପାକ୍ଷିକ ବୈଠକରେ ମୋତେ ଆଶ୍ବସନା ଦେଇଥିବାରୁ ଆପଣଙ୍କୁ ଧନ୍ୟବାଦ । ଚଳିତ ବର୍ଷ ଜି20 ସମ୍ମିଳନୀରେ ଆପଣ ବୈଶ୍ବିକ ମୁଦ୍ଦା ଉପରେ ଆଲୋଚନା କରିବେ ବୋଲି ଆଶା । ''

ଭାରତ ପ୍ରଶାନ୍ତ ସମୂହ ସହଯୋଗ ଶିଖର ସମ୍ମିଳନୀରେ 14 ଦ୍ବୀପ ଦେଶର ମୁଖ୍ୟ ଯୋଗ ଦେଇଛନ୍ତି । ଏହି ବୈଠକ ପରେ ଆସନ୍ତାକାଲି (ମଙ୍ଗଳବାର) ଅଷ୍ଟ୍ରେଲିଆ ଗସ୍ତ କରିବେ । ସେଠାରେ ଭାରତୀୟ ବଂଶୋଦ୍ଭୋବଙ୍କୁ ସମ୍ଭୋଧନ କରିବେ । ମେ 24ରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜଙ୍କୁ ଭେଟିବେ । ଏହା ପରେ ମେ 25ରେ ନୂଆଦିଲ୍ଲୀ ଫେରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.