ETV Bharat / bharat

Mann Ki Baat: ସୋଲାର ଓ ସ୍ପେସ କ୍ଷେତ୍ରରେ ଦେଶର ଅଭିବୃଦ୍ଧି ଦେଖୁଛି ବିଶ୍ବ - ପିଏମ ମୋଦି ମନ୍ କି ବାତ୍ କାର୍ଯ୍ୟକ୍ରମ

ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ ରେ ଦେଶବାସୀଙ୍କୁ ମନ କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୌର ସେକ୍ଟର ସହିତ ସ୍ପେସ ସେକ୍ଟର ଦେଶ ଆଗକୁ ବଢୁଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

Mann Ki Baat
ସୌର ସେକ୍ଟର ସହ ସ୍ପେସ ସେକ୍ଟର ଦେଶର ଅଭିବୃଦ୍ଧି ଦେଖୁଛି ବିଶ୍ବ
author img

By

Published : Oct 30, 2022, 12:40 PM IST

ନୂଆଦିଲ୍ଲୀ: 94 ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶର ପ୍ରଥମ ସୋଲାର ପାୱାର ଗାଁ ଗୁଜୁରାଟର ମୋଦେରା ବିଷୟରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ସୂର୍ଯ୍ୟ ଦେବଙ୍କ ବରଦାନ ସୌର ଶକ୍ତି । ସୌର ଶକ୍ତି ଜରିଆରେ ଆଜି ସମଗ୍ର ଦୁନିଆ ତାର ଭବିଷ୍ୟତକୁ ଦେଖୁଛି । ଭାରତ ଆଜି ତାର ପାରମ୍ପରିକ ଅନୁଭବକୁ ଆଧୁନିକ ବିଜ୍ଞାନ ସହ ଯୋଡିଛି । ସୌର ଶକ୍ତିରୁ ବିଦ୍ୟୁତ ତିଆରି କରିବାରେ ଭାରତ ବିଶ୍ବର ସବୁଠୁ ବଡ ଦେଶରେ ସାମିଲ ହୋଇଛି । ଖାଲି ସୋଲାର ନୁହେଁ ସ୍ପେସ ସେକ୍ଟରରେ ମଧ୍ୟ ଆଗକୁ ବଢୁଛି ଦେଶ । ଆଜି ଭାରତର ଅଭିବୃଦ୍ଧି ଦେଖୁଛି ବିଶ୍ବ କହିଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଗୁଜୁରାଟର ମୋଦେରା ଗାଁର ଅଧିକାଂଶ ଘର ସୌର ଶକ୍ତିକୁ ବିଦ୍ୟୁତ ଉତ୍ପର୍ଣ୍ଣ କରୁଛି । ଏହା ଏକ ବଡ ସଫଳତା । କିଛି ଦିନ ପୂର୍ବେ ଦେଶର ପ୍ରଥମ ସୌର ଶକ୍ତି ଗାଁ ଭାବେ ଗୁଜୁରାଟର ମୋଦେରା ଗାଁକୁ ନେଇ ଚର୍ଚ୍ଚା ହୋଇଥିଲା । ଗାଁର ଅଧିକାଂଶ ଘର ସୋଲାର ପାୱାରରୁ ବିଜୁଳି ଉତ୍ପର୍ଣ୍ଣ କରୁଛନ୍ତି । ସେହି ଗ୍ରାମରେ ଆଉ ବିଜୁଳି ବିଲ ଆସୁନାହିଁ ବରଂ ବିଦ୍ୟୁତ ଉତ୍ପାଦନର ଚେକ ଆସୁଛି ବୋଲି କହିଛନ୍ତି । ସୋଲାର ସେକ୍ଟର ସହିତ ସ୍ପେସ ସେକ୍ଟରରେ ଭାରତ ଅଦ୍ଭତପୂର୍ବ ସଫଳତା ହାସଲ କରିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଏକ ପୁରୁଣା ସମୟକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଛନ୍ତି ମୋତେ ସେ ପୁରୁଣା ସମୟ ମନେ ପଡିଯାଉଛି ଯେବେ ଭାରତକୁ କ୍ରିୟୋଜେନିକ ରକେଟ ଟେକ୍ନୋଲୋଜି ଦେବାକୁ ମନା କରାଯାଇଥିଲା । ମାତ୍ର ଭାରତର ବୈଜ୍ଞାନିକ କେବଳ ସ୍ବଦେଶୀ ଜ୍ଞାନକୌଶଳର ବିକଶିତ କରିନାହାନ୍ତି ବରଂ ଅନେକ ସାଟେଲାଇକୁ ପରୀକ୍ଷଣ ପାଇଁ ପଠାଇଛନ୍ତି । ଏକା ସହିତ 36 ସାଇଲାଇଟର ସଫଳ ଉତକ୍ଷେପଣ କରିଛି ଭାରତ । ଏହି ଫିଲ୍ଡରେ ଷ୍ଟ୍ରଟଅପ ନୂଆ ଉଦ୍ଭାବନ ଆଣିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ବିର୍ସାମୁଣ୍ଡାଙ୍କୁ ମୋଦିଙ୍କ ଶ୍ରଦ୍ଧାଞ୍ଜଳି...

ସ୍ବାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଦେଶ ସ୍ବାଧୀନରେ ଭଗବାନ ବିର୍ସା ମୁଣ୍ଡାଙ୍କ ବଳିଦାନ ଏବଂ ଆଦିବାସୀ ସଂସ୍କୃତିକୁ ବଞ୍ଚାଇ ରଖିବାକୁ ତାଙ୍କ ଲଢେଇ ପ୍ରରେଣାଦାୟୀ । ବିର୍ସା ମୁଣ୍ଡା ତାଙ୍କ ସ୍ବଳ୍ପ ବୟସରେ ଇଂରେଜ ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ । ଧରିତ୍ରୀ ଆବା ବିର୍ସା ମୁଣ୍ଡା ଅନେକଙ୍କ ପାଇଁ ଉଦାହରଣ । ଆଦିବାସୀ ସଂସ୍କୃତିକୁ କେବେ ନ ଭୁଲିବା ଉପରେ କାର୍ଯ୍ୟ କରୁଥିବେ ବିର୍ସା । ନଭେମ୍ବର 15ରେ ଜନଜାତି ଗୌରବ ଦିବସ ପାଳନ ହେବ ।

ଏହା ବି ପଢନ୍ତୁ...୨୦୨୩ ଅକ୍ଟୋବର ଯାଏଁ ଚିନି ରପ୍ତାନୀ ବନ୍ଦ କଲା ଭାରତ

ଆସନ୍ତାକାଲି ଅର୍ଥାତ 31 ଅକ୍ଟୋବରକୁ ରାଷ୍ଟ୍ରୀୟ ଏକତା ଦିବସ ଭାବରେ ପାଳନ କରାଯିବ। ଲୌହମାନବ ସର୍ଦ୍ଦାର ବଲ୍ଲ ଭାଇ ପଟେଲଙ୍କ ଜନ୍ମ ଜୟନ୍ତୀକୁ ରାଷ୍ଟ୍ରୀୟ ଏକତା ଦିବସ ଭାବରେ ପାଳନ କରାଯାଏ । ଏହି ଦିନ ଦେଶର କୋଣ ଅନୁକୋଣରେ 'ରନ ଫର ୟୁନିଟି'ର ଆୟୋଜନ ହୋଇଥାଏ । ଏହି ଦୌଡ ଦେଶର ଏକତାର ସୁତ୍ରକୁ ମଜବୁତ କରିଥାଏ । ଆମ ଯୁବପୀଢିଙ୍କୁ ପ୍ରେରଣା ଦେଇଥାଏ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଏହା ସହ ଛଟ ପୂଜାରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ କହିଛନ୍ତି ଆଜି ଦେଶରେ ଅନେକ ସ୍ଥାନରେ ସୂର୍ଯ୍ୟପୂଜା ହେଉଛି । ଏହି ମହାପର୍ବକୁ ଛଟ ପୂଜା କୁହାଯାଇଛି । ଛଟ ପୂଜା ପାଇଁ ହଜାର ହଜାର ଶ୍ରଦ୍ଧାଳୁ ଘରେ ଘରେ ପରିବାର ସହ ମିଶି ଏହି ପର୍ବକୁ ପାଳନ କରୁଛନ୍ତି । ଛଟ ଭଗବାନ ସମସ୍ତଙ୍କ ଜୀବନରେ ସମୃଦ୍ଧି, ଖୁସି ଆଣନ୍ତୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ସୂର୍ଯ୍ୟ ଉପାସନାର ପରମ୍ପରା ଆମ ସଂସ୍କୃତି, ଆମ ଆସ୍ଥା ଓ ପ୍ରକୃତି ସହ ସମ୍ପର୍କର ପ୍ରମାଣ ଦେଇଛି । ଛଟ ପର୍ବ ଏକ ଭାରତ ଓ ଶ୍ରେଷ୍ଠ ଭାରତର ଉଦାହରଣ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.