ETV Bharat / bharat

ମୋଦିଙ୍କୁ ନୂଆ ଭାରତର ପିତା କହିଲେ ଦେବେନ୍ଦ୍ର ଫଡନାଭିସଙ୍କ ପତ୍ନୀ

author img

By

Published : Dec 22, 2022, 9:56 AM IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ଭାରତର ପିତା ଓ ମହାତ୍ମାଗାନ୍ଧୀ ପୁରାତନ ଭାରତର ପିତା ବୋଲି ଏକ ସାକ୍ଷାତକାରରେ କହିଲେ ଦେବେନ୍ଦ୍ର ଫଡନାଭିସଙ୍କ ପତ୍ନୀ ଅମୃତା ଫଡନାଭିସ । ଅଧିକ ପଢନ୍ତୁ

India has two rashtra pita
India has two rashtra pita

ମୁମ୍ବାଇ: ଦେଶରେ ଦୁଇ ଜଣ ଜାତୀୟ ପିତା ରହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ଭାରତର ପିତା ଓ ମହାତ୍ମାଗାନ୍ଧୀ ପୁରାତନ ଭାରତର ପିତା । ଏକ ସାକ୍ଷାତକାରରେ ଏପରି ମନ୍ତବ୍ୟ ଦେଇଛନ୍ତି ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ପତ୍ନୀ ଅମୃତା ଫଡନାଭିସ । ଯାହାକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି ।

ଏନେଇ କଂଗ୍ରେସ ନେତା ତଥା ମହାତ୍ମା ଗାନ୍ଧୀଙ୍କ ନାତି ତୁଷାର ଗାନ୍ଧୀ କହିଛନ୍ତି ଯେ, ''ଅମୃତା ଫଡନାଭିସ ଏବଂ ଆରଏସଏସ ଯାହାଙ୍କ ଆଦେଶ ପାଳନ କରୁଛନ୍ତି ସେ ମୋଦିଙ୍କୁ ନୂଆ ଭାରତର ପିତା ବୋଲି କହିବା ସ୍ୱାଗତଯୋଗ୍ୟ । ମହାରାଷ୍ଟ୍ର ବିଧାନସଭାରେ ଆନୁଷ୍ଠାନିକ ଭାବେ ମୋଦିଙ୍କୁ ମନୁବାଦୀ ହିନ୍ଦୁ ରାଷ୍ଟ୍ର ଭାରତର ପିତା ବୋଲି ଘୋଷଣା କରିବାକୁ ସଂକଳ୍ପ ପାରିତ କରିବା ଉଚିତ୍‌ ବୋଲି କହିଛନ୍ତି ତୁଷାର ଗାନ୍ଧୀ'' ।

କଂଗ୍ରେସ ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ଯଶୋମତି ଠାକୁର ମଧ୍ୟ ଅମୃତାଙ୍କ ଏପରି ମନ୍ତବ୍ୟକୁ କଡା ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ,''ଯେଉଁ ମାନେ ବିଜେପି ଓ ଆରଏସଏସ ଆଦର୍ଶକୁ ଅନୁସରଣ କରୁଛନ୍ତି ସେମାନେ ବାରମ୍ବାର ଗାନ୍ଧୀଙ୍କୁ ହତ୍ୟା କରୁଛନ୍ତି । ସେମାନେ ବାରମ୍ବାର ମିଛର ପୁନରାବୃତ୍ତି କରି ଗାନ୍ଧିଜୀଙ୍କ ପରି ମହାନ ଲୋକଙ୍କୁ ଅପମାନିତ କରି ଇତିହାସ ବଦଳାଇବାର ଚେଷ୍ଟା ଜାରି ରଖିଛନ୍ତି ବୋଲି ଠାକୁର କହିଛନ୍ତି''।

ଏହା ମଧ୍ୟ ପଢନ୍ତୁ-Assam News: ଝିଅର ମାତୃତ୍ବ ସ୍ବପ୍ନ ପୂରଣ ପାଇଁ ବାପା ମା ସାଜିଲେ ହତ୍ୟାକାରୀ, ଉଭୟଙ୍କୁ ବାନ୍ଧିଲା ପୋଲିସ

ଗତବର୍ଷ ମୋଦିଙ୍କୁ ଜାତୀୟ ପିତା କହିବା ବିଷୟରେ ମକ୍ କୋର୍ଟ ସାକ୍ଷାତକାରରେ ଅମୃତାଙ୍କୁ ପଚରାଯାଇଥିଲା । ''ଯଦି ମୋଦି ହେଉଛନ୍ତି ରାଷ୍ଟ୍ର ପିତା, ତେବେ ମହାତ୍ମା ଗାନ୍ଧୀ କିଏ ବୋଲି ପ୍ରଶ୍ନ କରାଯାଇଥିଲା । ଏହାପର ଉତ୍ତରରେ ଅମୃତା କହିଥିଲେ ଯେ, ମହାତ୍ମା ଗାନ୍ଧୀ ହେଉଛନ୍ତି ଦେଶର ଜାତୀୟ ପିତା ଏବଂ ମୋଦି ହେଉଛନ୍ତି ନୂଆ ଭାରତର ଜାତୀୟ ପିତା, ଆମର ଦୁଇ ଜଣ ଜାତୀୟ ପିତା ଅଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ନରେନ୍ଦ୍ର ମୋଦି ହେଉଛନ୍ତି ନୂଆ ଭାରତର ପିତା ଏବଂ ମହାତ୍ମା ଗାନ୍ଧୀ ପୁରାତନ ଯୁଗର ଜାତୀୟ ପିତା।''

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.