ETV Bharat / bharat

Azadi ka Amrit Mahotsav: ନାଗରିକଙ୍କ ସୁରକ୍ଷାରେ 3 ସେନା, ଜଳ-ସ୍ଥଳ-ଆକାଶରୁ ଶତୃଙ୍କ ଉପରେ ନଜର

author img

By

Published : Aug 9, 2022, 9:20 PM IST

ବିଶ୍ବରେ ଚତୁର୍ଥ ସର୍ବବୃହତ ପ୍ରତିରକ୍ଷା ବାହିନୀ ହେଉଛି ଭାରତ । ଭାରତୀୟ ସ୍ଥଳସେନା, ଭାରତୀୟ ନୌସେନା, ଭାରତୀୟ ବାୟୁସେନା ଓ ତଟରକ୍ଷୀ ବାହିନୀଙ୍କ କାନ୍ଧରେ ଦେଶର ସୁରକ୍ଷା ଭାର । ଏହି ସବୁ ସେନା ଶତୃଦେଶ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । ଏଥିପାଇଁ ପଡ଼ୋଶୀ ଦେଶ ମଧ୍ୟ ଭାରତୀୟ ସେନା ପ୍ରତି ସମ୍ମାନ ଜଣାଇ ଆତ୍ମସମର୍ପଣ କରିଥିବା ନଜିର ରହିଛି । ଅଧିକ ପଢ଼ନ୍ତୁ

Azadi ka Amrit Mahotsav: ନାଗରିକଙ୍କୁ ସୁରକ୍ଷା ଦେଉଛି ଭାରତୀୟ ସେନା, ସ୍ଥଳ, ବାୟୁ, ଆକାଶରୁ ରହିଛି ଶତୃଙ୍କ ଉପରେ ନଜର

ନୂଆଦିଲ୍ଲୀ: ସ୍ବାଧୀନତାର ୭୫ ବର୍ଷ ପାଳନ କରୁଛି ଭାରତ । ବିଗତ ବର୍ଷ ମାନଙ୍କରେ ଦେଶମାତୃକା ଉପରେ ଅନେକ ଥର ଶତୃର ଆଖି ପଡ଼ିଛି । ହେଲେ ଏହାର କଡ଼ା ଜବାବ ଦେଇଛି ଭାରତୀୟ ପ୍ରତିରକ୍ଷା ବାହିନୀ । ଏଥିରେ ଭାରତୀୟ ସେନା, ନୌସେନା, ବାୟୁସେନା ଓ ତଟରକ୍ଷୀ ବାହିନୀଙ୍କ ଅବଦାନ ଅମୂଲ୍ୟ । ଏହା ବିଶ୍ବରେ ଚତୁର୍ଥ ସର୍ବବୃହତ ପ୍ରତିରକ୍ଷା ବାହିନୀ । ଜାଣନ୍ତୁ କିଭଳି ଆମ ଦେଶର ପ୍ରତିରକ୍ଷା ବାହିନୀ ନିଜ ରଣ କୌଶଳରେ ଭାରତକୁ ସୁରକ୍ଷା ଦେଇ ଆସୁଛି ।

ଭାରତୀୟ ସ୍ଥଳସେନା(indian Army)

ଭାରତୀୟ ପ୍ରତିରକ୍ଷା ବାହିନୀ ସବୁଠାରୁ ବଡ଼ ବିଭାଗ ହେଉଛି ସ୍ଥଳ ବିଭାଗରେ ସୁରକ୍ଷା ଯୋଗାଉଥିବା ଭାରତୀୟ ସେନା । ୧୮୯୫ ମସିହା ଅପ୍ରେଲ ୧ ତାରିଖରେ ଭାରତୀୟ ସ୍ଥଳ ସେନା ପ୍ରତିଷ୍ଠା ହୋଇଥିଲା । ଭାରତର ରାଷ୍ଟ୍ରପତି ଏହି ବାହିନୀର ସୁପ୍ରିମ କମାଣ୍ଡର । ଏହା ଛଡ଼ା ଜଣେ Four Star ଜେନେରାଲ୍‌ ଏହାର ମୁଖ୍ୟ ଦାୟିତ୍ବରେ ରୁହନ୍ତି । ନାଗରିକଙ୍କ ସୁରକ୍ଷା ପାଇଁ ମୋଟ ୧୪ ଲକ୍ଷ ଯବାନ ଭାରତୀୟ ସେନାରେ ସଦା ସର୍ବଦା ତତ୍ପର ହୋଇ ରହିଛନ୍ତି ।

ଭାରତୀୟ ସେନା ଅନେକ ରେଜିମେଣ୍ଟକୁ ନେଇ କାର୍ଯ୍ୟ କରିଥାଏ । ସେମାନଙ୍କ ମଧ୍ୟରେ ପ୍ରମୁଖ ରେଜିମେଣ୍ଟ ରହିଛନ୍ତି । ବ୍ରିଟିଶ ଅମଳରୁ ହିଁ ଏହି ସବୁ ରେଜିମେଣ୍ଟ ଗଠନ ହୋଇଥିଲା । ନୂତନ ନିୟମ ମୁତାବକ ସେନାରେ କୌଣସି ରେଜିମେଣ୍ଟ ଆଉ ଗଠନ ହୋଇନାହିଁ । 1962 ଚୀନ ସହ ଯୁଦ୍ଧ ହେଉ କି, 1965 ଏବଂ 1971 ପାକିସ୍ତାନ ସହ ଯୁଦ୍ଧ ଭାରତୀୟ ସେନା ପରାକ୍ରମ ଦେଖାଇ ଭାରତକୁ ସୁରକ୍ଷା ଦେଇଛନ୍ତି । ୧୯୯୯ରେ ମଧ୍ୟ ପାକିସ୍ତାନ ବିପକ୍ଷରେ ଭାରତୀୟ ସେନା ପରାକ୍ରମ ଦେଖାଇଥିଲା ।

ପଞ୍ଜାବ ରେଜିମେଣ୍ଟ, ଜାଟ୍‌ ରେଜିମେଣ୍ଟ, ବିହାର ରେଜିମେଣ୍ଟ, ଗୋରଖା ରେଜିମେଣ୍ଟ, ରାଜପୁତ୍‌ ରେଜିମେଣ୍ଟ ଭଳ ସେନା ଟୁକୁଡ଼ି ଭାରତୀୟ ସେନାରେ ସାମିଲ ରହିଛି । ସେନାରେ ୯ ଲକ୍ଷ ୬୦ ହଜାର ଯବାନ ରିଜର୍ଭ ଭାବରେ ରହିଛନ୍ତି । ଭାରତୀୟ ସେନା ବିଶ୍ବରେ ବିଭିନ୍ନ ସ୍ଥାନରେ ଶାନ୍ତି ବଜାୟ ରଖିବାକୁ ତୈନାତ୍‌ ରହିଛନ୍ତି ।

ଭାରତୀୟ ନୌସେନା(Indian Navy)

ସ୍ଥଳ କ୍ଷେତ୍ରରେ ଦେଶକୁ ଭାରତୀୟ ସେନା ସୁରକ୍ଷା ପ୍ରଦାନ କରୁଥିବା ବେଳେ ଜଳପଥରେ ଭାରତକୁ ନୌସେନା ସୁରକ୍ଷା ପ୍ରଦାନ କରୁଛନ୍ତି । 1950 ମସିହା ଜାନୁଆରୀ ୨୬ ତାରିଖରେ ଭାରତୀୟ ନୌସେନା ପ୍ରତିଷ୍ଠା ହୋଇଥିଲା । ବର୍ତ୍ତମାନ ଭାରତୀୟ ନୌସେନାରେ ୧ ଲକ୍ଷ ୪୨ ହଜାର ୨୫୨ ଜଣ ନୌସୈନିକ ଅଛନ୍ତି । ସେମାନଙ୍କ ମଧ୍ୟରୁ ୭୫ ହଜାର ରିଜର୍ଭ ଭାବରେ ରହିଛନ୍ତି ।

ଶତୃ ଦେଶକୁ ଯବାବ ଦେବାକୁ ନୌସେନା ପାଖରେ ୧୫୦ଟି ଯୁଦ୍ଧ ଯାହାଜ ଓ ସବ୍‌ମେରାଇନ୍‌ ରହିଛି । ସାମୁଦ୍ରିକ ସୀମାରେ ଶତୃକୁ ଜବାବ ଦେବାକୁ ନୌସେନା ପାଖରେ ଅତ୍ୟାଧୁନିକ ଏୟାରକ୍ରାଫ୍ଟ ରହିଛି । ତା ସହିତ ନୌସେନା ପାଖରେ ୮ଟି ଲ୍ୟାଣ୍ଡିଂ ସିପ୍‌ ଟ୍ୟାଙ୍କ୍‌, ୧୦ଟି ଡେଷ୍ଟ୍ରୟର, ଗୋଟିଏ ବାଲେଷ୍ଟିକ୍‌ ମିଶାଇଲ ସବମେରାଇନ୍‌ ରହିଛି । ତା ସହିତ ଶତୃ ପିଛା କରିବା ପାଇଁ କେତେ ଛୋଟ ମେସିନ୍‌ ବୋଟ ମଧ୍ୟ ରହିଛି । ଯାହା ଅତି କ୍ଷୀପ୍ର ଗତିରେ ଶତୃର ସାମ୍ନା କରି ପାରିବ ।

ଭାରତୀୟ ବାୟୁସେନା (Indian Air Force)

୧୯୩୨ ମସିହା ଅକ୍ଟୋବର ୮ ତାରିଖରେ ବ୍ରିଟିଶ ସରକାରଙ୍କ ଅଧିନରେ ଭାରତୀୟ ବାୟୁସେନା ପ୍ରତିଷ୍ଠା ହୋଇଥଲା । ଆକାଶ ପଥରୁ ଶତୃଦେଶ ଉପରେ ଘନଘନ ଆକ୍ରମଣ ପାଇଁ ଭାରତୀୟ ବାୟୁସେନା ପ୍ରସିଦ୍ଧି ଲାଭ କରିଛି । କିଛି ବର୍ଷ ପୂର୍ବେ ପାକିସ୍ତାନ ଉପରେ ଭାରତର ଏୟାର ଷ୍ଟ୍ରାଇକ୍‌ ଏହାର ଏକ ଜ୍ବଳନ୍ତ ଉଦାହରଣ । ଯେଉଁଥିରେ ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ଜୀବନ ବାଜି ଲଗାଇ ପାକିସ୍ତାନ ଯୁଦ୍ଧ ବିମାନକୁ ଖସାଇ ଦେଇଥିଲେ ।

ବର୍ତ୍ତମାନ ଭାରତୀୟ ବାୟୁସେନାରେ ୧ ଲକ୍ଷ ୭୦ ହଜାର ୫୭୬ ଯବାନ ରହିଛନ୍ତି । ସେମାନଙ୍କ ମଧ୍ୟରେ ୧ ଲକ୍ଷ ୪୦ ହଜାର ଯବାନ ରିଜର୍ଭ ଭାବରେ ରହିଛନ୍ତି । ୧୯୫୦ରୁ ଆଜି ପର୍ଯ୍ୟନ୍ତ ଭାରତୀୟ ବାୟୁସେନା ୪ ଯୁଦ୍ଧରେ ନିଜର ପରାକ୍ରମ ଦେଖାଇ ସାରିଛି । ଅପରେସନ ବିଜୟ, ଅପରେସନ ମେଘଦୁତ, ଅପରେସନ କାକ୍ଟସ୍‌, ଅପରେସନ ପୁମଲାଇ ବାୟୁସେନାର ପ୍ରମୁଖ ଅପରେସନ ରହିଥିଲା । ଜଣେ Four Star ଅଧିକାରୀ ବାୟୁସେନାର ପ୍ରମୁଖ ଦାୟିତ୍ବରେ ରହିଥାନ୍ତି । ତାଙ୍କୁ ଚିଫ୍‌ ଏୟାର ମାର୍ଶଲ କୁହାଯାଏ ।

ତଟରକ୍ଷୀ ବାହିନୀ (Indian Coast Guard)

୧୯୭୭ ମସିହା ଫେବ୍ରୁଆରୀ ମାସ ୧ ତାରିଖରେ ଭାରତୀୟ ତଟରକ୍ଷୀ ବାହିନୀ ପ୍ରତିଷ୍ଠା ହୋଇଥିଲା । ଭାରତୀୟ ସାମୁଦ୍ରିକ ସୀମାରେ ପାଟ୍ରୋଲିଂ କରିବା ଏହି ସେନାର ମୁଖ୍ୟ ଉଦ୍ଦେଶ୍ୟ । ଏହାକୁ ମଧ୍ୟ ଭାରତୀୟ ପ୍ରତିରକ୍ଷା ବାହିନୀରେ ସାମିଲ କରାଯାଇଛି । ଭାରତୀୟ ନୌସେନା ସହ ତଟରକ୍ଷୀ ବାହିନୀ ମିଳିତ ଭାବରେ କାର୍ଯ୍ୟ କରି ଆସୁଛି ।

ତଟରକ୍ଷା ବାହିନୀରେ ମୋଟ ୨୦ ହଜାର ଯବାନ ରହିଛନ୍ତି । ଏମାନେ ସାମୁଦ୍ରିକ ପରିବେଶ ସୁରକ୍ଷା ଦିଗରେ ବିଶେଷ ଭାବରେ କାର୍ଯ୍ୟ କରିଥାଆନ୍ତି । ତା ସହିତ ସୀମାରେ ବେଆଇନ୍‌ ଚାଲାଣ ଉପରେ ଭାରତୀୟ ତଟରକ୍ଷୀ ବାହିନୀ ତୀକ୍ଷ୍ଣ ଭାବେ ନଜର ରଖିଥାଏ । ଭାରତୀୟ ତଟରକ୍ଷୀ ବାହିନୀ ୧୬୦ ଭେସେଲ୍‌ ଓ ୬୨ଟି ଏୟାରକ୍ରାଫ୍ଟ ରହିଛନ୍ତି । ଦେଶରେ ମୋଟ ୪୨ଟି ଷ୍ଟେସନରେ ଭାରତୀୟ ତଟରକ୍ଷା ବାହିନୀ ଦେଶର ସୁରକ୍ଷା ପାଇଁ ତୈନାତ ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.