ETV Bharat / bharat

ଭାରତକୁ ବିଦେଶରୁ 13 ଦିନରେ ଆସିଛି 3 ଲକ୍ଷ ରେମଡେସିଭିର ଡୋଜ - ଭାରତକୁ ସହାୟତା

ଏପ୍ରିଲ 27ରୁ ମେ 8 ଭିତରେ ଭାରତକୁ ଅନ୍ୟ ଦେଶରୁ ସମୁଦାୟ 3 ଲକ୍ଷ ରେମଡେସିଭିର ଡୋଜ, 6,738 ଅକ୍ସିଜେନ କନସେନଟ୍ରେଟର, 4,668 ଭେଣ୍ଟିଲେଟର ଆସିଛି । ଅଧିକ ପଢନ୍ତୁ...

ରେମଡେସିଭିର ଡୋଜ
ରେମଡେସିଭିର ଡୋଜ
author img

By

Published : May 10, 2021, 11:21 AM IST

ନୂଆଦିଲ୍ଲୀ: ଗତ 13ଦିନ ଭିତରେ ଭାରତ 3 ଲକ୍ଷ ରେମଡେସିଭିର ଡୋଜ, 6,738 ଅକ୍ସିଜେନ କନସେନଟ୍ରେଟର,3,856 ସିଲିଣ୍ଡର ଏବଂ 16ଟି ଅକ୍ସିଜେନ ଜେନେରେଟର ପ୍ଲାଣ୍ଟ ଅନ୍ୟ ଦେଶଠାରୁ ଗ୍ରହଣ କରିଛି ବୋଲି ଏକ ସରକାରୀ ବିବୃତ୍ତିରୁ ଜଣାପଡିଛି ।

ଏପ୍ରିଲ 27ରୁ ମେ 8 ଭିତରେ ଭାରତକୁ ସମୁଦାୟ 4,668 ଭେଣ୍ଟିଲେଟର ପଠା ଯାଇଛି । ବିଶେଷ କରି ଶନିବାର ସୁଦ୍ଧା କାନାଡା, ଥାଇଲାଣ୍ଡ, ନେଦରଲ୍ୟାଣ୍ଡ, ଅଷ୍ଟ୍ରିଆ, ଇସ୍ରାଏଲ, ୟୁଏସ,ଜାପାନ ଓ ମାଲେସିଆରୁ 2,404 ଅକ୍ସିଜେନ କନସେଟ୍ରେଟର, 25,000 ରେମଡେସିଭିର ଡୋଜ, 218 ଭେଣ୍ଟିଲେଟର ଓ 6,92,208 ଟେଷ୍ଟିଙ୍ଗ କିଟ ଗ୍ରହଣ କରିଛି ।

ବିବୃତ୍ତି ଅନୁଯାୟୀ, ଭାରତ ଗ୍ରହଣ କରିଥିବା ସାମଗ୍ରୀର ପ୍ରଭାବଶାଳୀ ବଣ୍ଟନ ଏବଂ ତୁରନ୍ତ ବଣ୍ଟନ ପାଇଁ କେନ୍ଦ୍ର ସରକାର ଏକ ସୁଗମ ପ୍ରଣାଳୀ ପ୍ରସ୍ତୁତ କରିଛନ୍ତି । ଏହା ସ୍ବାସ୍ଥ୍ୟ ଭିତ୍ତିଭୂମି ଯୋଗାଣ କରିବାରେ ସାହାଯ୍ୟ କରିବା ସହିତ ହସ୍ପିଟାଲରେ ଭର୍ତ୍ତି ହୋଇଥିବା କୋରୋନା ରୋଗୀଙ୍କ ପାଇଁ କ୍ଲିନିକାଲ ପରିଚାଳନାକୁ ମଜବୁତ କରିବ । ଏପ୍ରିଲ 27ରୁ ଭାରତ ବିଭିନ୍ନ ଦେଶ ତଥା ସଂଗଠନ ନିକଟରୁ ମେଡିକାଲ ଉପକରଣ ଓ ଯନ୍ତ୍ରପାତି ସହାୟତା ଗ୍ରହଣ କରିଛି । ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ ଭାରତକୁ ସମସ୍ତ ସହୟତା ଯୋଗାଇଥିବା ଦେଶକୁ ଧନ୍ୟବାଦ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.