ETV Bharat / bharat

ଆସନ୍ତା ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ୮.୨ ପ୍ରତିଶତ ରହିବ !

author img

By

Published : Dec 16, 2021, 7:39 AM IST

2022-23 ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ହାର ୮.୨ ପ୍ରତିଶତ ରହିବ । ଆମେରିକୀୟ ବ୍ରୋକରେଜ କମ୍ପାନୀ ବ୍ୟାଙ୍କ ଅଫ୍ ଆମେରିକା (Bank of America)ର ଅନୁମାନ । ଅଧିକ ପଢନ୍ତୁ

ଆସନ୍ତା ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ୮.୨ ପ୍ରତିଶତ ରହିବ !
ଆସନ୍ତା ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ୮.୨ ପ୍ରତିଶତ ରହିବ !

ନୂଆଦିଲ୍ଲୀ: 2022-23 ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ହାର ୮.୨ ପ୍ରତିଶତ ହେବ । ଆମେରିକୀୟ ବ୍ରୋକରେଜ(brokerage) କମ୍ପାନୀ ବ୍ୟାଙ୍କ ଅଫ୍ ଆମେରିକା(Bank of America) ଏହି ଅନୁମାନ କରିଛି । ବ୍ରୋକରେଜ କମ୍ପାନୀ ନୂଆ ବର୍ଷ ପାଇଁ ନିଜ ଆଉଟଲୁକରେ କହିଛି କି ଆସନ୍ତା ବର୍ଷରେ ଭାରତର ଅର୍ଥନୈତିକ କାର୍ଯ୍ୟକଳାପ ସ୍ବାଭାବିକ ରହିବ ଏବଂ ଅଭିବୃଦ୍ଧିକୁ ଗତି ମିଳିବ ।

ବ୍ୟାଙ୍କ ଅଫ୍ ଆମେରିକା(Bank of America) ଏହା ମଧ୍ୟ କହିଛି ଯେ, ଭାରତ ଏକ ସକରାତ୍ମକ ମନୋଭାବ ସହ ୨୦୨୧ରେ ପ୍ରବେଶ କରିଥିଲା ଏବଂ ଏହାର ଆର୍ଥିକ ଅଭିବୃଦ୍ଧି(India economic growth)ରେ ସୁଧାର ଆସିଥିଲା । ହେଲେ ମହାମାରୀର ଦ୍ବିତୀୟ ଲହର ଦେଶକୁ ପୁଣି ଝଟକା ଦେଇଥିଲା ଏବଂ ଭାରତର ଅର୍ଥନୀତି ପୁନର୍ବାର ପୁନରୁଦ୍ଧାର ଟ୍ରାକରୁ ଖସିଯାଇଥିଲା । ଯେଉଁ କାରଣରୁ ଦେଶ ଆର୍ଥିକ ସଙ୍କଟ ଦେଇ ଗତି କରିଥିଲା । ହେଲେ କମ୍ପାନୀର ବିଶ୍ବାସ, ୨୦୨୨ ବର୍ଷ ଦେଶ ପାଇଁ ସାମାନ୍ୟ ରହିବ । ଉପଭୋଗ ବଢିବା ସହ ଅଭିବୃଦ୍ଧିକୁ ପ୍ରୋତ୍ସାହନ ମିଳିବ ।

ଏପରିକି ବ୍ୟାଙ୍କ ଅଫ୍ ଆମେରିକା(Bank of America) ୨୦୨୧-୨୨ ବିତ୍ତ ବର୍ଷ ପାଇଁ ନିଜ ରାଷ୍ଟ୍ରର ଅଭିବୃଦ୍ଧି ହାର ୯.୩ ପ୍ରତିଶତରୁ କମ୍ ରହିବା ନେଇ ଅନୁମାନ ଲଗାଇଛି । ଆମେରିକାରେ କମ୍ ଟୀକାକରଣ ହାର ଏବଂ କୋଭିଡର ନୂଆ ଭାରିଆଣ୍ଟ ଓମିକ୍ରନ ମାମଲା ବୃଦ୍ଧି ଯୋଗୁଁ ଅଭିବୃଦ୍ଧି ଆକଳନକୁ କମାଇଛି କମ୍ପାନୀ ।

ଯଦି ବିଭିନ୍ନ ସେକ୍ଟରକୁ ବିଚାରକୁ ନେବା, ତାହାହେଲେ ବ୍ୟାଙ୍କ ଅଫ୍ ଆମେରିକାର ଅନୁମାନ କି କୃଷି, ବନୀକରଣ, ମତ୍ସ୍ୟଚାଷ କ୍ଷେତ୍ରରେ ଅଭିବୃଦ୍ଧି ହାର ଆସନ୍ତା ବର୍ଷରେ ୩.୫ ପ୍ରତିଶତ ରହିବ । ଏହି କ୍ରମରେ ଉତ୍ପାଦନ କ୍ଷେତ୍ରରେ ଅଭିବୃଦ୍ଧି ୧୦ ପ୍ରତିଶତରୁ ହ୍ରାସ ପାଇ ୭ ପ୍ରତିଶତ ହେବ ଏବଂ ସେବା କ୍ଷେତ୍ରରେ ମଧ୍ୟ ଅଭିବୃଦ୍ଧି ହାର ୯ ପ୍ରତିଶତରୁ ଖସିଯାଇ ୭.୯ ପ୍ରତିଶତ ରହିବ ବୋଲି ଆକଳନ କରିଛି କମ୍ପାନୀ ।

ଆହୁରି ମଧ୍ୟ ବ୍ରୋକରେଜ କମ୍ପାନୀ କହିଛି ଯେ, ଦେଶରେ ମୁଦ୍ରାସ୍ଫୀତି ବୃଦ୍ଧି ପାଇ ୫.୬ ପ୍ରତିଶତ ଛୁଇଁବ । ଏହାକୁ ଦୃଷ୍ଟିରେ ରଖି ୨୦୨୨-୨୩ ଆର୍ଥିକ ବର୍ଷରେ ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ରେଟକୁ ୧ ପ୍ରତିଶତ ବୃଦ୍ଧି କରିପାରନ୍ତି ।

@PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.