ETV Bharat / bharat

ଭାରତରୁ ସେପ୍ଟେମ୍ବର ୩୦ ଯାଏଁ ଉଡ଼ିବନି ଆନ୍ତର୍ଜାତୀୟ ବିମାନ

author img

By

Published : Aug 29, 2021, 2:50 PM IST

ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଭାରତରୁ ଆନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ରୋକ ଲଗାଯାଇଛି । ମହାମାରୀର ୩ୟ ଲହରକୁ ଦୃଷ୍ଟିରେ ରଖି ନିଆଯାଇଛି ନିଷ୍ପତ୍ତି । ଅଧିକ ପଢନ୍ତୁ...

ଭାରତରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଉଡ଼ିବନି ଆନ୍ତର୍ଜାତିକ ବିମାନ

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଭାରତରୁ ବିଦେଶକୁ କୌଣସି ବିମାନ ଉଡାଣ ଭରିବ ନାହିଁ । ଦେଶରେ ବଢିଲା ଅବଧି ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢିବାରୁ ଦେଶ ଏହି ଆନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ରୋକ ଲଗାଇଛି । ଆଜି(ରବିବାର) ବେସାମରିକ ବିମାନ ଚଳାଚଳ ବିଭାଗ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି । କାର୍ଗୋ ଅପରେସନ ଓ ବେସାମରିକ ମନ୍ତ୍ରଣାଳୟ ଦ୍ବାରା ଅନୁମତିପ୍ରାପ୍ତ ବିମାନ ବିନା ଅନ୍ୟ କୌଣସି ବିମାନକୁ ବିଦେଶ ଉଡ଼ାଣ ଭରିବ ନାହିଁ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

ପୂର୍ବରୁ ଜାରି କରାଯାଇଥିବା ନିର୍ଦ୍ଦେଶନାମା ଅନୁସାରେ ଜୁଲାଇ ୩୧ ତାରିଖରେ ଏହି ଅବଧି ଶେଷ ହୋଇଥିଲା । ପୁଣି କୋରୋନା ପରିସ୍ଥିତିକୁ ନଜରରେ ରଖି ପୁଣି ଅଗଷ୍ଟ ୩୧ପର୍ଯ୍ୟନ୍ତ ଏହି ଅବଧିକୁ ବୃଦ୍ଧି କରିଥିଲା । ତେବେ ଆସନ୍ତା ମଙ୍ଗଳବାର ସମୟସୀମା ଶେଷ ହେବାକୁ ଯାଉଥିବାରୁ ମନ୍ତ୍ରଣାଳୟ ପକ୍ଷରୁ ପୁଣି ସମୟସୀମାକୁ ବୃଦ୍ଧି କରାଯାଇଛି । ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ ଗତବର୍ଷ ମାର୍ଚ୍ଚ ୨୩ ତାରିଖରୁ ଆନ୍ତର୍ଜାତିକ ବିମାନ ଚଳାଚଳ ଉପରେ ସରକାର ରୋକ ଲଗାଇଥିଲେ ।

ଗତବର୍ଷ ଭାରତର ବନ୍ଦେ ଭାରତ ମିଶନ ବିମାନ ଚଳାଚଳ କରୁଥିଲା । କିନ୍ତୁ ମହାମାରୀର ଦ୍ବିତୀୟ ଲହରର ଆକ୍ରାନ୍ତଙ୍କ ସଂଖ୍ୟାରେ ଅହେତୁକ ବୃଦ୍ଧି ହେବା ପରେ ଅଲଗା ଦେଶଗୁଡ଼ିକ ଭାରତରୁ ବିମାନ ଚଳାଚଳକୁ ରଦ୍ଦ କରିଥିଲେ । ପ୍ରାୟ ୨୦ଟି ଦେଶ ଦେଶରୁ ବିମାନ ଯାଆସ ଉପରେ ରୋକ ଲଗାଇଥିଲା । ବର୍ତ୍ତମାନ ମହାମାରୀର ୩ୟ ଲହରରେ ଡେଲଟା ଭ୍ୟାରିଆଣ୍ଟ ଯୋଗୁଁ ପୁଣି ଏହି ସମୟସୀମାକୁ ବୃଦ୍ଧି କରିଛନ୍ତି ସରକାର ।

ତେବେ ସୂଚନା ଥାଉ କି ଆଜି(ରବିବାର) ୪୫ ହଜାର ୮୩ଟି ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ୪୬୦ ଜଣଙ୍କର ମୃତ୍ୟୁ ଘଟିଛି । ଏଗୁଡି଼କ ମଧ୍ୟରେ କେବଳ କେରଳରୁ ୩୧ ହଜାର ୨୬୫ଟି ମାମଲା ଥିବା ବେଳେ ୧୫୩ଟି ମୃତ୍ୟୁ ମାମଲା ରହିଛି । ସେପଟେ ଦେଶରେ ୬୩.୦୯ କୋଟି ଡୋଜ ଟୀକାକରଣ ଶେଷ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.