ETV Bharat / bharat

High Commission attack: ବ୍ରିଟେନ ସହ ବାଣିଜ୍ୟିକ କଥାବର୍ତ୍ତା ବନ୍ଦ ଚର୍ଚ୍ଚାକୁ ଭାରତର ଖଣ୍ଡନ

ଲଣ୍ଡନରେ ଭାରତୀୟ ଦୂତାବାସ ଉପରେ ଖଲିସ୍ତାନୀ ସମର୍ଥକଙ୍କ ଆକ୍ରମଣ ପରେ ବ୍ରିଟେନ ସହ ବାଣିଜ୍ୟିକ କଥାବର୍ତ୍ତା ବନ୍ଦ ଚର୍ଚ୍ଚାକୁ ଭାରତର ଖଣ୍ଡନ । ଏକ ବ୍ରିଟିଶ ଖବର କାଜଗରେ ପ୍ରକାଶିତ ହୋଇଥିଲା ଖବର । ଅଧିକ ପଢନ୍ତୁ

author img

By

Published : Apr 10, 2023, 9:29 PM IST

ବ୍ରିଟେନ ସହ ବାଣିଜ୍ୟିକ କଥାବର୍ତ୍ତା ବନ୍ଦ ଚର୍ଚ୍ଚାକୁ ଭାରତର ଖଣ୍ଡନ

ନୂଆଦିଲ୍ଲୀ: ଖଲିସ୍ତାନୀ ସପକ୍ଷବାଦୀ ଗୋଷ୍ଠୀ ନେତା ଅମ୍ରିତପାଲ ସିଂ ବିରୋଧରେ କାର୍ଯ୍ୟାନୁଷ୍ଠାନ ପରେ ଲଣ୍ଡନରେ ଭାରତୀୟ ଦୂତାବାସ ଉପରେ ଖଲିସ୍ତାନୀ ସମର୍ଥକଙ୍କ ଆକ୍ରମଣ ଘଟଣାରେ ପ୍ରଭାବିତ ହୋଇନାହିଁ ଭାରତ-ବ୍ରିଟେନ ବାଣିଜ୍ୟିକ ଆଲୋଚନା । ଏହି ଘଟଣା ପରେ ଭାରତ ଓ ବ୍ରିଟେନ ଋଣନୈତିକ ସମ୍ପର୍କରେ ତିକ୍ତତା ଦେଖାଯିବା ସହ ଏହି ଦ୍ବିପାକ୍ଷିକ ଆଲୋଚନା ସ୍ଥଗିତ ରହିଥିବା ନେଇ କିଛି ବ୍ରିଟିଶ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିଲା । ଏହାକୁ ଭାରତ ପକ୍ଷରୁ ଖଣ୍ଡନ କରାଯାଇଛି । ଏପରି ତଥ୍ୟକୁ ମିଥ୍ୟା ଓ ଅମୂଳକ ବୋଲି ଭାରତ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

High Commission attack: ବ୍ରିଟେନ ସହ ବାଣିଜ୍ୟିକ କଥାବର୍ତ୍ତା ବନ୍ଦ ଚର୍ଚ୍ଚାକୁ ଭାରତର ଖଣ୍ଡନ
High Commission attack: ବ୍ରିଟେନ ସହ ବାଣିଜ୍ୟିକ କଥାବର୍ତ୍ତା ବନ୍ଦ ଚର୍ଚ୍ଚାକୁ ଭାରତର ଖଣ୍ଡନ

ବ୍ରିଟିଶ ଖବର କାଜଗରେ ପ୍ରକାଶିତ ହୋଇଥିଲା ଖବର: ଲଣ୍ଡନରୁ ପ୍ରକାଶିତ ହେଉଥିବା ଖବର କାଗଜ ‘ଦି ଟାଇମ୍ସ’ ଏହି ସମ୍ପର୍କିତ ଏକ ଖବର ପ୍ରକାଶିତ କରିଥିଲା । ଏପ୍ରିଲ 10ରେ ପ୍ରକାଶ ପାଇଥିବା ସଂସ୍କରଣରେ ଜଣେ ବରିଷ୍ଠ ବ୍ରିଟଶ ଅଧିକାରୀଙ୍କ ସୂତ୍ରରୁ ପ୍ରାପ୍ତ ସୂଚନା ଦର୍ଶାଇ ଏହି ରିପୋର୍ଟ ପ୍ରକାଶ କରାଯାଇଥିଲା । ଖଲିସ୍ତାନୀ ସମର୍ଥକଙ୍କ ଲଣ୍ଡନ ସ୍ଥିତ ଭାରତୀୟ ଦୂତାବାସ ଆକ୍ରମଣ ଘଟଣା ପରେ ଉଭୟ ଦେଶ ମଧ୍ୟରେ ତିକ୍ତତା ବଢିଛି ଓ ପୂର୍ବରୁ ଜାରି ରହିଥିବା ଏହି ବାଣିଜ୍ୟିକ ଆଲୋଚନା ଶୃଙ୍ଖଳାକୁ ଏହି କାରଣରୁ ସ୍ଥଗିତ ରଖାଯାଇଥିବା ଖବରରେ ଦର୍ଶାଯାଇଥିଲା ।

ଖଣ୍ଡନ କଲା ଭାରତ: ଖବରରେ ଏହା ମଧ୍ୟ ଦର୍ଶାଯାଇଥିଲା ଯେ, ଭାରତ ଏହି ଘଟଣାରେ କ୍ଷୋଭ ପ୍ରକାଶ କରିଛି ଓ ଯେପର୍ଯ୍ୟନ୍ତ ବ୍ରିଟେନ ଏହାକୁ ନିନ୍ଦା ନିକରିଛି ସେପର୍ଯ୍ୟନ୍ତ ଏହି ଦ୍ବିପାକ୍ଷିକ ଆଲୋଚନାକୁ ପୁଣି ଥରେ ଆରମ୍ଭ ହେବାକୁ ଦିଆଯିବ ନାହିଁ ବୋଲି ନୂଆଦିଲ୍ଲୀ ଲଣ୍ଡନକୁ ସ୍ପଷ୍ଟ କରିଛି । ପାରିପାର୍ଶ୍ବିକ ସ୍ଥିତିରୁ ଏହାକୁ ଅନେକ ସତ୍ୟ ବୋଲି ମଧ୍ୟ ଗ୍ରହଣ କରିଥିଲେ । ତେବେ ଏହାର କିଛି ଦିନ ପରେ ଭାରତ ଏହି ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିଛି । ବ୍ରିଟିଶ ଗଣମାଧ୍ୟମରେ ପ୍ରସାରିତ ଏହି ଖବରକୁ ନିରାଧାର ବୋଲି କହିଛି ଭାରତ । ଖଲିସ୍ତାନୀ ସମର୍ଥକଙ୍କ ଆକ୍ରମଣ ପରେ ଦୁଇ ଦେଶର ଦ୍ବିପାକ୍ଷିକ ଆଲୋଚନା ପ୍ରଭାବିତ ହୋଇନଥିବା ଭାରତ ପକ୍ଷରୁ ସ୍ପଷ୍ଟୀକରଣରେ କୁହାଯାଇଛି ।

ଦୂତାବାସ ଉପରେ ଆକ୍ରମଣ କରିଥିଲେ ଖଲସ୍ତାନୀ ସମର୍ଥକ: ପଞ୍ଜାବର ଖଲିସ୍ତାନୀ ସପକ୍ଷବାଦୀ ଗୋଷ୍ଠୀ ‘ପଞ୍ଜାବ ଓ୍ବାରିସ ଦେ’ ମୁଖ୍ୟ ଅମ୍ରିତପାଲ ସିଂ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ପରେ କେବଳ ଲଣ୍ଡନ ନୁହେଁ ବରଂ ଆମେରିକାର ସାନ୍‌ ଫ୍ରାନ୍ସିସ୍‌କୋରେ ଥିବା ଭାରତୀୟ ଦୂତାବାସ ଉପରେ ମଧ୍ୟ ଖଲିସ୍ତାନୀ ସମର୍ଥକମାନେ ଆକ୍ରମଣ କରିଥିଲେ । ଅନୁରୂପ ଲଣ୍ଡନ ପରି ସେଠାରେ ମଧ୍ୟ ଦୂତାବାସ କାର୍ଯ୍ୟାଳୟରେ ଭଙ୍ଗାରୁଜା କରାଯିବା ସହ ତ୍ରିରଙ୍ଗାକୁ ଅସମ୍ମାନ କରିଥିଲେ । ଉଭୟ ଦେଶରେ କାର୍ଯ୍ୟାଳୟ ବିଲ୍ଡିଂ କ୍ଷତିଗ୍ରସ୍ତ ହୋଇଥିଲା । ଘଟଣା ସମ୍ପର୍କରେ ଖବର ପ୍ରଘଟ ହେବା ପରେ ସେଠାରେ ଥିବା ପ୍ରବାସୀ ଭାରତୀୟ ସମୁଦାୟ ମଧ୍ୟରେ ଏହାକୁ ନେଇ ତୀବ୍ର ଅସନ୍ତୋଷ ଦେଖାଯାଇଥିଲା । ବାଇଡେନ ପ୍ରଶାସନ ଏହା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେମାନେ ଦାବି କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.