ETV Bharat / bharat

ପୁଲଓ୍ବାମା ଆକ୍ରମଣରେ ସଂପୃକ୍ତ ମୋହିଉଦ୍ଦୀନ ଆଲମଗିରକୁ ଆତଙ୍କବାଦୀ ଘୋଷଣା କଲା ଭାରତ

author img

By

Published : Apr 12, 2022, 11:57 AM IST

ପୁଲଓ୍ବାମା ଆକ୍ରମଣ ସହ ଜଡିତ ପାକିସ୍ତାନର ମୋହିଉଦ୍ଦୀନ ଔରଙ୍ଗଜେବ ଆଲମଗିରକୁ ଆତଙ୍କବାଦୀ ଘୋଷଣା କଲା ଭାରତ । ଅଧିକ ପଢନ୍ତୁ

ପୁଲଓ୍ବାମା ଆକ୍ରମଣ ସହ ଜଡିତ ମୋହିଉଦିନ ଆଲମଗିରଙ୍କୁ ଆତଙ୍କବାଦୀ ଘୋଷଣା କଲା  ଭାରତ

ନୂଆଦିଲ୍ଲୀ: ୨୦୧୯ ପୁଲଓ୍ବାମା ଆକ୍ରମଣ ସହ ଜଡିତ ମୋହିଉଦ୍ଦୀନ ଔରଙ୍ଗଜେବ ଆଲମଗିରକୁ ଆତଙ୍କବାଦୀ ଘୋଷଣା କଲା ଭାରତ । ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦ (JeM)ର ସଦସ୍ୟ ଥିଲା ମୋହିଉଦ୍ଦୀନ ଔରଙ୍ଗଜେବ ଆଲମଗିର ।

ଆଲମଗିର JeMର ପାଣ୍ଠି ସଂଗ୍ରହ କାର୍ଯ୍ୟକଳାପରେ ଜଡିତ ଥିବା ସହ ଉକ୍ତ ପାଣ୍ଠିକୁ କାଶ୍ମୀର ପଠାଇଥାଏ । ସେ ଆଫଗାନିସ୍ତାନ କ୍ୟାଡରର ଅନୁପ୍ରବେଶକୁ ସହଜ କରିବା ସହ ଜମ୍ମୁ କାଶ୍ମୀରରେ ଭାରତୀୟ ସୁରକ୍ଷା ବାହିନୀ ଉପରେ ଆତଙ୍କବାଦୀ ଆକ୍ରମଣ ଘଟଣାରେ ଜଡିତ ରହିଛି ।

ଏହାମଧ୍ୟ ପଢନ୍ତୁ:-ହାଫିଜ ସୟିଦ ପୁଅକୁ ଆତଙ୍କବାଦୀ ଘୋଷଣା କଲା ଭାରତ

ଆଲମଗିର ପାକିସ୍ତାନ ପଞ୍ଜାବ ପ୍ରଦେଶର ବାହାୱାଲପୁରର ବାସିନ୍ଦା । ସେ ଜାନୁଆରୀ ୧, ୧୯୮୩ ରେ ଜନ୍ମଗ୍ରହଣ କରିଥିଲା । ବେଆଇନ କାର୍ଯ୍ୟକଳାପ ଅଧିନିୟମ ୧୯୬୭ ଅନୁଯାୟୀ ଆଲମଗିରକୁ ଗତକାଲି ଆତଙ୍କବାଦୀ ଘୋଷଣା କରିଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରି ଗୃହ ମନ୍ତ୍ରଣାଳୟ କହିଛି ଯେ ଆଲାମଗିର ବାରମ୍ବାର ନାମ ବଦଳାଇ ରହି ଆସୁଥିଲା । ମାକଟାବ ଆମୀର, ମୁଜାହିଦ୍ ଭାଇ, ମହମ୍ମଦ ଭାଇ, ଏମ ଅମ୍ମାର ଏବଂ ଆବୁ ଅମ୍ମାର ମ୍ୟାଡାମ୍ ଭଳି ବିଭିନ୍ନ ନାମରେ ସେ ଜଣାଶୁଣା ଥିଲା।

ସୂଚନାଅନୁଯାୟୀ ୨୦୧୯ ଫେବୃଆରୀ ୧୪ରେ ଜମ୍ମୁ କାଶ୍ମୀରର ପୁଲଓ୍ବାମାରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଯେଉଁଥିରେ ୪୦ ଜଣ ଯବାନ ଶହୀଦ ହୋଇଥିଲେ । ଏହି ଆକ୍ରମଣ ସହ ଜଡିତ ଥିଲା ମୋହିଉଦ୍ଦୀନ ଔରଙ୍ଗଜେବ ଆଲମଗିର । ଗତ କିଛିଦିନ ତଳେ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ମହମ୍ମଦ ସୟିଦ ପୁଅ ହାଫିଜ ତଲହା ସୟିଦକୁ ଆତଙ୍କବାଦୀ ଘୋଷଣା କରିଥିଲା ଭାରତୀୟ ଗୃହ ମନ୍ତ୍ରଣାଳୟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.