ନୂଆଦିଲ୍ଲୀ: ଦେଶରେ କୋରୋନା ସଂକ୍ରମଣ ବିରୋଧରେ ଜାରି ରହିଛି ଟୀକାକରଣ । କୋରୋନାକୁ ପ୍ରତିହତ କରିବା ପାଇଁ ଦେଶରେ ଏବେ କ୍ୟାମ୍ପେନମୋଡରେ ଜାରି ରହିଛି ଟୀକାକରଣ । ଦେଶରେ ଏବେ ଟୀକାକରଣ ୪୬.୭୨କେଟି ଅତିକ୍ରମ କରିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।
ଦେଶବ୍ୟାପି ଟୀକାକରଣ ଡ୍ରାଇଭ ୧୯୭ତମ ଦିନରେ ମୋଟ ୫୩ଲକ୍ଷ ୭୨ ହଜାର ୩୦୨ ଟିକା ଦିଆଯାଇଥିଲା । ପ୍ରଥମ ଡୋଜ ୩୮ ଲକ୍ଷ ୨୨ ହଜାର ୨୪୧ ଜଣ ନେଇଥିବା ବେଳେ ଦ୍ବିତୀୟ ଡୋଜ ୧୫ଲକ୍ଷ ୫୦ ହଜାର ୬୧ଜଣ ନେଇଛନ୍ତି ।
ରବିବାର ଦିନ 18-44 ବର୍ଷ ମଧ୍ୟରେ ୨୭ ଲକ୍ଷ ୯୦ ହଜାର ୩୬୬ ହିତାଧିକାରୀଙ୍କୁ ପ୍ରଥମ ଡୋଜ ଟିକା ଦିଆଯାଇଛି । ଏବଂ ୪ ଲକ୍ଷ ୯୮ ହଜାର ୪୦୭ ଜଣଙ୍କୁ ଦ୍ବିତୀୟ ଡୋଜ ଟିକା ପ୍ରଦାନ କରାଯାଇଛି । ସ୍ବାସ୍ଥ୍ଯ ମନ୍ତ୍ରଣାଳୟ କହିଛି ଯେ ଭାରତର ମୋଟ ଟୀକାକରଣ 46 କୋଟି ଅତିକ୍ରମ କରିଛି । ୧୮-୪୪ ବୟସବର୍ଗର ହିତାଧିକାରୀ ମୋଟ ୧୫କୋଟି ୫୨ଲକ୍ଷ ୧୬ହଜାର ୮୫୧ ଜଣ ପ୍ରଥମ ଡୋଜ ନେଇଛନ୍ତି ।
ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର, ଏବଂ ଗୁଜୁରାଟରେ ମଧ୍ୟ ଟିକାକରଣକୁ ଅଧିକ କ୍ରିୟାଶୀଳ କରାଯାଇଛି । 18-44 ବର୍ଷ ବୟସ୍କଙ୍କୁ ଏକ କୋଟିରୁ ଅଧିକ ହିତାଧିକାରୀଙ୍କୁ ଟିକାର ପ୍ରଥମ ଡୋଜ ଦିଆଯାଇଛି ।