ନୂଆଦିଲ୍ଲୀ: କମୁଛି ସଂକ୍ରମଣ, ବଢୁଛି ଆଶ୍ବସ୍ତି । ବର୍ତ୍ତମାନ ଦେଶରେ ଦୈନିକ ସଂକ୍ରମଣ କ୍ରମଶଃ ହ୍ରାସ ପାଉଛି । ଗତ କିଛି ଦିନ ଧରି ସଂକ୍ରମିତଙ୍କ ସଂଖ୍ୟା 2 ଲକ୍ଷ ତଳେ ରହୁଛି । ଗତ 24 ଘଣ୍ଟାରେ ଦେଶରେ 1 ଲକ୍ଷ 86 ହଜାର 364 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି 24 ଘଣ୍ଟା ମଧ୍ୟରେ 3 ହଜାର 600 ଜଣ କୋରୋନାରେ ଆଖି ବୁଜିଛନ୍ତି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ମିଳିଛି । ତେବେ ସଂକ୍ରମଣରେ ହ୍ରାସକୁ ଲକ୍ଷ୍ୟ କଲେ ଦେଶରେ ଲକଡାଉନ କାମ କରୁଥିବା ଭଳି ମନେହେଉଛି ।
- " class="align-text-top noRightClick twitterSection" data="">
ଏହି ନୂତନ ସଂକ୍ରମଣକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 2 କୋଟି 75 ଲକ୍ଷ 55 ହଜାର 457କୁ ବୃଦ୍ଧି ପାଇଥିବାବେଳେ ମୃତ୍ୟୁସଂଖା ମଧ୍ୟ 3 ଲକ୍ଷ 18 ହଜାର 895ରେ ପହଞ୍ଚିଛି । ସେହିପରି ଗତ 24 ଘଣ୍ଟାରେ 2 ଲକ୍ଷ 59 ହଜାର 459 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଯାହାଫଳରେ ମୋଟ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଇ 2 କୋଟି 48 ହଜାର 93 ହଜାର 410ରେ ପହଞ୍ଚିଛି । ବର୍ତ୍ତମାନ ଦେଶରେ ମୋଟ 23 ଲକ୍ଷ 43 ହଜାର 152ଟି ସକ୍ରିୟ ମାମଲା ରହିଛି । ତେବେ ଏଯାବତ୍ ଦେଶରେ 20 କୋଟି 57 ଲକ୍ଷ 20 ହଜାର 660 ଟେଷ୍ଟ କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ