ETV Bharat / bharat

PoKରେ ଆମେରିକା ପ୍ରତିନିଧି: ଚିହିଁକିଲା ଭାରତ, କହିଲା ସଂକୀର୍ଣ୍ଣ ରାଜନୀତି ଯେତେ ନିନ୍ଦା କଲେ କମ୍

author img

By

Published : Apr 21, 2022, 10:11 PM IST

ଆମେରିକା ପ୍ରତିନିଧି ଇଲହାନ ଓମାରଙ୍କ ପାକ ଅଧିକୃତ କାଶ୍ମୀର (PoK) ପରିଦର୍ଶନ ପ୍ରସଙ୍ଗ, ସଂକୀର୍ଣ୍ଣ ରାଜନୀତି କହି ନିନ୍ଦା କଲେ ବୈଦେଶିକ ମନ୍ତ୍ରଣାଳୟ ସଚିବ । ଅଧିକ ପଢନ୍ତୁ

ଆମେରିକା ପ୍ରତିନିଧିଙ୍କ ପାକ ଅଧିକୃତ କାଶ୍ମୀର ପରିଦର୍ଶନ ପ୍ରସଙ୍ଗ, ସଂକିର୍ଣ୍ଣ ରାଜନୀତି କହି ନିନ୍ଦା କଲା ଭାରତ

ନୂଆଦିଲ୍ଲୀ: ଆମେରିକା କଂଗ୍ରେସ ସଦସ୍ୟ ତଥା ପ୍ରତିନିଧି ଇଲାହାନ ଓମାର ପାକ ଅଧିକୃତ କାଶ୍ମୀର (POK) ପରିଦର୍ଶନ କରିବା ପ୍ରସଙ୍ଗରେ ତୀବ୍ର ଆପତ୍ତି ଉଠାଇଛି ଭାରତ । ଏହାକୁ ଆମେରିକାର ସଙ୍କୀର୍ଣ୍ଣ ରାଜନୀତି ବୋଲି ଦର୍ଶାଇବା ସହ ନିନ୍ଦା କରିଛି ଭାରତ । ଆଜି ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗଚି ଏହି ପ୍ରସଙ୍ଗରେ ସମ୍ବାଦିକ ସମ୍ମିଳନୀ କରି ଆମେରିକା ଏପରି ପଦକ୍ଷେପକୁ ଭାରତର ସାର୍ବଭୌମତ୍ୱ ବିରୋଧୀ ବୋଲି ଦର୍ଶାଇ ସଂକୀର୍ଣ୍ଣ ରାଜନୀତି ବୋଲି କହିଛନ୍ତି ।

ଆଜିର ପ୍ରେସ କନଫରେନ୍ସକୁ ସମ୍ବୋଧିତ କରିବା ଅବସରରେ ବାଗଚି କହିଥିଲେ, ଆମେରିକାର ପ୍ରତିନିଧି ବର୍ତ୍ତମାନ ପାକିସ୍ତାନର ଅବୈଧ ଦଖଲରେ ରହିଥିବା ଭାରତୀୟ ଅଞ୍ଚଳ POK ପରିଦର୍ଶନ କରିଛି । ଏପରି କାର୍ଯ୍ୟକୁ ହୀନ ରାଜନୀତି ବୋଲି କହିବା ସହ ଭାରତ ସ୍ଥିତି ଉପରେ ନଜର ରଖିଥିବା ମଧ୍ୟ ସେ ସୂଚନା ଦେଇଛନ୍ତି । ପାକିସ୍ତାନ ଓ ଆମେରିକାର ଏପରି କାର୍ଯ୍ୟକଳାପ ଭାରତର ଅଖଣ୍ଡତା ଓ ପ୍ରଭୂତା ବିରୋଧୀ, ତେଣୁ ଭାରତ ଏହାକୁ ନିନ୍ଦା କରୁଛି ବୋଲି ବାଗଚି କହିଛନ୍ତି ।

ଆମେରିକା କଂଗ୍ରେସ ସଦସ୍ୟ ଇଲହାନ ଓମାର ପାକିସ୍ତାନ ଗସ୍ତ କରି ପାକ ଅଧିକୃତ କାଶ୍ମୀର (POK)ର କିଛି ସ୍ଥାନ ପରଦର୍ଶନ କରିଥିଲେ । ପରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ସାକ୍ଷାତ କରିବା ସହ ଆଲୋଚନା ମଧ୍ୟ କରିଥିଲେ । 37 ବର୍ଷୀୟା ଓମାର ଆମେରିକାର ମିନେସୋତା (Minnesota) କୁ ପ୍ରତିନିଧିତ୍ବ କରୁଛନ୍ତି । ଆମେରିକା କଂଗ୍ରେସକୁ 2018 ମସିହାରେ ନିର୍ବାଚିତ ହୋଇଥିବା ଦୁଇ ମହିଳା ମୁସଲିମ ସଦସ୍ୟାଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଓମାର । ଆଜିର ପ୍ରେସ ମିଟରେ ମୁଖପାତ୍ର ବାଗଚି ମଧ୍ୟ ଆଫଗାନିସ୍ତାନରେ ହୋଇଥିବା ଆତଙ୍କୀ ହାମଲାକୁ ନିନ୍ଦା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.