ETV Bharat / bharat

ସୈନ୍ୟବାର୍ତ୍ତାରୁ ମିଳିଲା ସମାଧାନର ରାସ୍ତା, ଗୋଗରା ହାଇଟ୍‌ରୁ ହଟିବେ ଭାରତ-ଚୀନ ଯବାନ

author img

By

Published : Aug 3, 2021, 5:50 PM IST

ମାଲଡୋରେ ହୋଇଥିବା ସୈନ୍ୟବାର୍ତ୍ତାରୁ ବାହାରିଛି ସମାଧାନ ରାସ୍ତା । ଗୋଗରା ହଟସ୍ପ୍ରିଙ୍ଗ୍‌ରୁ ସେନା ପ୍ରତ୍ୟାହାର ସମାଧାନର ଅତିନିକଟରେ ପହଁଞ୍ଚିଛନ୍ତି ଭାରତ ଓ ଚୀନ । ଅଧିକ ପଢନ୍ତୁ...

ସୈନ୍ୟବାର୍ତ୍ତାରୁ ମିଳିଲା ସମାଧାନର ରାସ୍ତା, ଗୋଗରା ହାଇଟ୍‌ରୁ ହଟିବେ ଭାରତ-ଚୀନ ଯବାନ
ସୈନ୍ୟବାର୍ତ୍ତାରୁ ମିଳିଲା ସମାଧାନର ରାସ୍ତା, ଗୋଗରା ହାଇଟ୍‌ରୁ ହଟିବେ ଭାରତ-ଚୀନ ଯବାନ

ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ଏଲଏସିରେ ଜମିଥିବା ତିକ୍ତତାର ବରଫ ଧିରେଧିରେ ତରଳୁଥିବା ନଜର ଆସୁଛି । ମାଲଡୋରେ ହୋଇଥିବା ସୈନ୍ୟବାର୍ତ୍ତାରୁ ବାହାରିଛି ସମାଧାରନ ରାସ୍ତା । ଉଭୟ ଭାରତ ଓ ଚୀନ ପୂର୍ବ ଲଦାଖର ଗୋଗରା ହଟସ୍ପ୍ରିଙ୍ଗ୍‌ରୁ ସେନା ପ୍ରତ୍ୟାହାର ସମାଧାନର ଅତି ନିକଟରେ ପହଁଞ୍ଚିଥିବା ଜଣାପଡିଛି । ଗୋଗରା ହାଇଟ ଅଞ୍ଚଳରେ ଦୁଇ ଦେଶର ସେନା ଗତ ବର୍ଷ ମେ ମାସରେ ସାମ୍ନାସାମ୍ନି ହୋଇଥିଲେ । ହେଲେ ଦ୍ବାଦଶ ପର୍ଯ୍ୟାୟ କମାଣ୍ଡର ସ୍ତରୀୟ ବୈଠକରେ ଉଭୟ ସେନା ଏହି ଅଞ୍ଚଳରୁ ପଛୁକୁ ହଟିବା ନେଇ ରାଜି ହୋଇଥିବା କୁହାଯାଉଛି ।

ଏହାପୂର୍ବରୁ ଫେବୃଆରୀରେ ପୋଙ୍ଗୟାଙ୍ଗ ହ୍ରଦରୁ ହୋଇଥିଲା ସୈନ୍ୟ ପ୍ରତ୍ୟାହାର । ସେବେଠୁ ଗୋଗରା ହାଇଚ୍ସରେ ମଧ୍ୟ ସୈନ୍ୟ ପ୍ରତ୍ୟାହାର ମାମଲା ଅଟକି ରହିଛି । ଏହାକୁ ନେଇ ଦୁଇ ଦେଶର ସେନା ମଧ୍ୟରେ ସହମତି ପ୍ରକାଶ ପାଇପାରୁନଥିଲା । ସୂଚନା ଅନୁଯାୟୀ ଦୁଇ ଦେଶ ମଧ୍ୟରେ ସୈନ୍ୟ ପ୍ରତ୍ୟାହାର ଖୁବ ଶୀଘ୍ର ଆରମ୍ଭ ହୋଇପାରେ । ଭାରତ ଓ ଚୀନ ମଧ୍ୟରେ ସରିଛି ଦ୍ବାଦଶ ପର୍ଯ୍ୟାୟ କମାଣ୍ଡର ସ୍ତରୀୟ ବୈଠକ । ଚୁସୁଲ ଓ ମାଲଡୋରେ ଏହି ବୈଠକ ବସିଥିଲା । ଶନିବାର ହୋଇଥିବା ଏହି ବୈଠକରେ ପୂର୍ବ ଲଦାଖ ସୀମାକୁ ଲାଗିଥିବା ଏଲଏସିର ଗୋଗରା ଓ ହଟ ସ୍ପ୍ରିଙ୍ଗରୁ ସୈନ୍ୟ ପ୍ରତ୍ୟାହାର ନେଇ ଆଲୋଚନା ହୋଇଥିଲା । ଜାନୁଆରୀରେ ହୋଇଥିବା ପ୍ରଥମ ପର୍ଯ୍ୟାୟ ସୈନ୍ୟ ପ୍ରତ୍ୟାହାର ପରେ ମଧ୍ୟ ଦୁଇ ଦେଶର ସେନାଙ୍କ ମଧ୍ୟରେ ସମ୍ପର୍କ ତିକ୍ତ ରହିଛି ।

ବର୍ତ୍ତମାନ ସୁଦ୍ଧା ଦୁଇ ଦେଶ ମଧ୍ୟରେ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟାରେ ପୋଙ୍ଗୟାଙ୍ଗ ହ୍ରଦ ଓ ଫିଙ୍ଗର ଅଞ୍ଚଳରେ ଉଭୟ ପକ୍ଷର ସେନା ନିଜ ନିଜ ଯବାନମାନଙ୍କୁ ପଛକୁ ହଟାଇଦେଇଥିଲେ । ପ୍ରଥମ ପର୍ଯ୍ୟାୟ ସୈନ୍ୟ ପ୍ରତ୍ୟାହାର ପରେ ପୂର୍ବ ଲଦାଖକୁ ଲାଗି ଏଲଏସିର ଅନେକ ଅଞ୍ଚଳରେ ବିବାଦ ରହିଛି । ଗୋଗରା ଓ ହଟସ୍ପ୍ରିଙ୍ଗ ମଧ୍ୟ ବିବାଦିତ ଅଞ୍ଚଳର ଅଂଶ ରହିଛି । ଗତ ବୈଠକରେ ଚୀନ ପାଙ୍ଗୋଙ୍ଗ ଅଞ୍ଚଳ ଛାଡି ଅନ୍ୟ ଅଞ୍ଚଳରେ ବିବାଦକୁ ଖଣ୍ଡନ କରିଥିଲା । ହେଲେ ଚଳିତ ମାସ ଭାରତ ଓ ଚୀନ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକରେ ସୈନ୍ୟ କମାଣ୍ଡରସ୍ତରୀୟ ଆଲୋଚନା ନେଇ ସହମତି ପ୍ରକାଶ ପାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.