ETV Bharat / bharat

ସ୍ଥଳସେନା ମୁଖ୍ୟଙ୍କ ବୟାନ, ଏକ ଇଞ୍ଚ ଜାଗା ହରାଇ ନାହିଁ ଭାରତ - ସ୍ଥଳସେନା ମୁଖ୍ୟ

ସୈନ୍ୟ ପ୍ରତ୍ୟାହାର ମଧ୍ୟରେ ବଡ ବୟାନ ଦେଇଛନ୍ତି ସ୍ଥଳସେନା ମୁ୍ଖ୍ୟ ମନୋଜ ମୁକୁନ୍ଦ ନର୍ଭାଣେ । ଆମେ ଗୋଟିଏ ଇଞ୍ଚ ଜାଗା ହରାଇନାହୁଁ ବୋଲି ସ୍ପଷ୍ଟ କରିଛନ୍ତି ସ୍ଥଳସେନା ମୁଖ୍ୟ । ଅଧିକ ପଢନ୍ତୁ...

ସ୍ଥଳସେନା ମୁଖ୍ୟଙ୍କ ବୟାନ, ଏକ ଇଞ୍ଚ ଜାଗା ହରାଇ ନାହିଁ ଭାରତ

author img

By

Published : Mar 30, 2021, 8:33 PM IST

ନୂଆଦିଲ୍ଲୀ: ଭାରତ ଓ ଚୀନ ସୀମାରେ ସୈନ୍ୟ ପ୍ରତ୍ୟାହାର ମଧ୍ୟରେ ବଡ ବୟାନ ଦେଇଛନ୍ତି ସ୍ଥଳସେନା ମୁ୍ଖ୍ୟ ମନୋଜ ମୁକୁନ୍ଦ ନର୍ଭାଣେ । ଆମେ ଗୋଟିଏ ଇଞ୍ଚ ଜାଗା ହରାଇନାହୁଁ ବୋଲି ସ୍ପଷ୍ଟ କରିଛନ୍ତି ସ୍ଥଳସେନା ମୁଖ୍ୟ ।

ସମ୍ବାଦ ସରବରାହ ସଂସ୍ଥା ଏଏନଆଇକୁ ଦେଇଥିବା ସାକ୍ଷାତକାରରେ ସ୍ଥଳସେନା ମୁଖ୍ୟ କହିଛନ୍ତି, ଆମେ ଆମ ଅଞ୍ଚଳକୁ କୌଣସି ବି ସ୍ଥାନରେ ହରାଇନାହୁଁ । ଆମେ ସେହିଠାରେ ଅଛୁ ଯେଉଁଠାରେ ପୂର୍ବରୁ ଥିଲୁ ।

ଆର୍ମି ଚିଫ୍‌ କହିଛନ୍ତି, ନବମ ସ୍ତରର କର୍ପସ କମାଣ୍ଡର ସ୍ତରୀୟ ବୈଠକ ପରେ ସଂଘର୍ଷ ହୋଇଥିବା ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର ପାଇଁ ଆମର ସହମତି ପ୍ରକାଶ ପାଇଥିଲା । 10 ଫେବୃଆରୀରେ ଆରମ୍ଭ ହୋଇଥିଲା ସୈନ୍ୟ ପ୍ରତ୍ୟାହାର । ପାଙ୍ଗୋଙ୍ଗ ହ୍ରଦର ଉତ୍ତର ଓ ଦକ୍ଷିଣ କୂଳରେ ଓ କୈଳାସ ରେଞ୍ଜରେ ଯୋଜନା ଅନୁଯାୟୀ, ଏହି ସୈନ୍ୟ ପ୍ରତ୍ୟାହାର ଆରମ୍ଭ ହୋଇଥିଲା । ଆଉ ଏହାପରେ ଯବାନମାନେ ପୁନର୍ବାର ନିଜ ଠିକଣାକୁ ଫେରିଯାଇଥିଲେ ।

ସେ କହିଛନ୍ତି ଯେ ସେଠାରେ ସୈନ୍ୟମାନଙ୍କୁ ସାମ୍ନାସାମ୍ନି ମୁତୟନ କରାଯାଇଥିଲା । ଏଥିପାଇଁ ଭୁଲ ବୁଝାମଣାର ଆଶଙ୍କା ଥିବାବେଳେ ବର୍ତ୍ତମାନ ଏହା ହ୍ରାସ ପାଇଛି । ପୂର୍ବ ଅପେକ୍ଷା ବର୍ତ୍ତମାନ ଏଲଏସିରେ ଶାନ୍ତି ଅଛି ।

ନିଯୁକ୍ତି ସମ୍ପର୍କରେ ସେନା ମୁଖ୍ୟ କହିଛନ୍ତି, ନିଯୁକ୍ତି କ୍ଷେତ୍ରରେ କିଛି ନୂଆ ମାମଲା ସାମ୍ନାକୁ ଆସିଛି । ଏହି ମାମଲାଗୁଡିକ ଆମର ଆଭ୍ୟନ୍ତରୀଣ ଅନୁସନ୍ଧାନରେ ସାମ୍ନକୁ ଆସିଛି ଏବଂ ଆମେ ଏହିପରି ଦୁର୍ନୀତିକୁ ଅନୁମତି ଦେବୁ ନାହିଁ ।

ସେପଟେ ଜେନେରାଲ ନର୍ଭାଣେ କାଶ୍ମୀର ବିଷୟରେ ଆହୁରି କହିଛନ୍ତି, ନିକଟରେ କାଶ୍ମୀରରେ କିଛି ଆତଙ୍କବାଦୀ ଆକ୍ରମଣ ଘଟଣା ଘଟିଛି। ଯୁବକମାନେ ଘାଟିରେ ଆତଙ୍କବାଦୀ ସଂଗଠନରେ ଯୋଗ ଦେଉଛନ୍ତି। ଆମର ପ୍ରୟାସ ହେଉଛି ଯୁବକମାନଙ୍କୁ ଭୁଲ ମାର୍ଗରେ ଯିବାକୁ ରୋକିବା ବୋଲି କହିଛନ୍ତି ନର୍ଭାଣେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.