ETV Bharat / bharat

ଚୀନ ଆପ୍ସରେ ମୋଦି ସରକାରଙ୍କ ଡିଜିଟାଲ ଷ୍ଟ୍ରାଇକର ପ୍ରଭାବ

author img

By

Published : Feb 16, 2021, 10:10 PM IST

ଗତବର୍ଷ 59 ଟି ଚୀନ ଆପକୁ ଭାରତରେ ବ୍ୟାନ ଲଗାଯାଇଥିଲା । ଯାହାର ପ୍ରଭାବ ଏବେ ଚୀନ ବଜାରରେ ପଡିଥିବାବେଳେ ଏହାର ସିଧାସଳଖ ଲାଭ ଭାରତୀୟ ଆପ୍ସକୁ ମିଳୁଥିବା ଦେଖାଯାଉଛି । ଯାହାର ଫଳସ୍ବରୂପ ମାର୍କେଟରେ ଚୀନ ଆପ୍ସର ଅଂଶୀଦାର ଏବେ କମିବାରେ ଲାଗୁଛି ।

ଚୀନ ଆପ୍ସ ଉପରେ  ଡିଜିଟାଲ ଷ୍ଟ୍ରାଇକର ପ୍ରଭାବ
ଚୀନ ଆପ୍ସ ଉପରେ ଡିଜିଟାଲ ଷ୍ଟ୍ରାଇକର ପ୍ରଭାବ

ନୂଆଦିଲ୍ଲୀ: କୋରୋନା କାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୀନ ବିରୋଧରେ କରିଥିଲେ ଡିଜିଟାଲ ଷ୍ଟ୍ରାଇକ । ଯେଉଁଥିରେ ଗତବର୍ଷ 59 ଟି ଚୀନ ଆପକୁ ଭାରତରେ ବ୍ୟାନ ଲଗାଯାଇଥିଲା । ଯାହାର ପ୍ରଭାବ ଏବେ ଚୀନ ବଜାରରେ ପଡିଥିବାବେଳେ ଏହାର ସିଧାସଳଖ ଲାଭ ଭାରତୀୟ ଆପ୍ସକୁ ମିଳୁଥିବା ଦେଖାଯାଉଛି । ଯାହାର ଫଳସ୍ବରୂପ ମାର୍କେଟରେ ଚୀନ ଆପ୍ସର ଅଂଶୀଦାର ଏବେ କମିବାରେ ଲାଗୁଛି ।

ଏହାକୁ ନେଇ ଆନାଲିଷ୍ଟ କମ୍ପାନୀ ଆପ୍ଲିକେସନ୍ ଫ୍ଲାଏର୍ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ, 2019 ରେ ଚାଇନିଜ ଆପ୍ପର 39% ରହିଥିବାବେଳେ 2020 ମସିହାରେ ଏହା 29% କୁ ହ୍ରାସ ପାଇଛି। ଯେତେବେଳେ କି, ଭାରତୀୟ ଆପ୍ସର ଅଂଶିଦାର 2020 ମସିହାରେ ବୃଦ୍ଧିପାଇ 39% ହୋଇଯାଇଛି ।

ତେବେ ଚୀନ ଆପ୍ସ ଉପରେ କେବଳ ଭାରତ ସରକାରଙ୍କ ଡିଜିଟାଲ ଷ୍ଟ୍ରାଇକ ନୁହେଁ, ବଂର ଆମେରିକା, ଋଷ, ଇସ୍ରାଏଲ ଭଳି ଦେଶ ବି ଚୀନ ଆପ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଆପଫ୍ଲାଇର ଇଣ୍ଡିଆର କଣ୍ଟ୍ରି ମ୍ୟାନେଜର ସଞ୍ଜୟ ଟ୍ରାଇସାଲ କହିଛନ୍ତି ଯେ, ଉପ-ସହରାଞ୍ଚଳ ତଥା ଭାରତର ଟାୟାର-୨ ଏବଂ ଟାୟାର -3 ସହରରେ ଆପର ଚାହିଦା କ୍ରମାଗତ ଭାବେ ବୃଦ୍ଧି ପାଉଛି ।

କୋରୋନା କାଳରେ ଲୋକଙ୍କ ଅଧିକାଂଶ ସମୟ ଘରେ ହିଁ କଟୁଛି । ଏମିତିରେ ମୋବାଇଲ ଏବଂ ଆପ୍ସ ଉପରେ ଅନେକ ନିର୍ଭର କରୁଥିବା ଦେଖାଯାଇଛି । ଯେଉଁଥିରେ ଚୀନ ଆପ ଉପରେ ଭାରତରେ ପ୍ରତିବନ୍ଧକ ଲଗାଇବା ଏବଂ କୌଣସି ନୂଆ ଭାରତୀୟ ଆପ୍ସ ବଜାରରେ ଆସିବା ଦ୍ବାରା ଲୋକେ ଏହାକୁ ତୁରନ୍ତ ଇନଷ୍ଟଲ କରି ବ୍ୟବହାର କରିବାକୁ ଲାଗିଲେ । ଏହି କାରଣରୁ ଚୀନ ଆପ ଭାରତରେ ବ୍ୟାନ ହେବା ପରେ ଭାରତ ଦ୍ବାରା ବିକଶିତ ନିଜସ୍ବ ଆପର ଚାହିଦା ବଢିଥିବା ଦେଖିବାକୁ ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.