ନୂଆଦିଲ୍ଲୀ: ପ୍ରକୃତ ନିୟନ୍ତ୍ରଣ ରେଖା (LAC)ରେ ଜାରି ରହିଥିବା ଭାରତ-ଚୀନ ସୀମା ବିବାଦକୁ ନେଇ ଭାରତ ଓ ଚୀନ ସେନା ମଧ୍ୟରେ ଜାରି ରହିଥିବା କମାଣ୍ଡର ସ୍ତରୀୟ ବୈଠକର ୧୪ତମ ପର୍ଯ୍ୟାୟ ଚଳିତମାସ ଦ୍ୱିତୀୟାର୍ଦ୍ଧରେ ହେବା ନେଇ ସୂଚନା ରହିଛି ।ଏହି ସମୟ ମଧ୍ୟରେ ଆଲୋଚନା ଭାରତ ପାଇଁ ଲାଭଦାୟକ ହେବ ବୋଲି ଅନୁମାନ କରାଯାଉଛି ।
୧୯୭୧ ଭାରତ-ପାକ ଯୁଦ୍ଧର ୫୦ବର୍ଷ ବର୍ଷ ପୂର୍ତ୍ତି ଅବସରରେ ଭାରତୀୟ ସେନା ଗୋଲ୍ଡେନ ଜୁବୁଲି ପାଳନ ପାଇଁ ଡିସେମ୍ବର ୧୬ ତାରିଖ ଯାଏ ବ୍ୟସ୍ତ ରହିବ । ତେଣୁ ମାସର ଦ୍ୱିତୀୟାର୍ଦ୍ଧରେ ଏହି ଆଲୋଚନା ଭାରତ ପାଇଁ ସୁବିଧା ହୋଇପାରେ ବୋଲି କୁହାଯାଉଛି । ଗଲଓ୍ବାନ ସଂଘର୍ଷ ପରେ ଭାରତ-ଚୀନ ସୀମା ବିବାଦ ସମାଧାନ ଓ ଦୁଇ ଦେଶର ସେନା ମଧ୍ୟରେ ଉତ୍ତେଜନା ହ୍ରାସ କରିବା ପାଇଁ ଏହି ଆଲୋଚନା ଶୃଙ୍ଖଳା ଜାରି ରହିଛି ।
ଏହା ମଧ୍ୟ ପଢନ୍ତୁ:- ସୀମାରେ ଛକାପଞ୍ଝା: ରବିବାର ଭାରତ-ଚୀନ 13ତମ ରାଉଣ୍ଡ ଆଲୋଚନା
ଗଲଓ୍ବାନ ଘାଟିରେ ସଂଘର୍ଷ ପରେ ଦୁଇ ଦେଶ ନିଜର ସୈନ୍ୟ ଠୁଳ କରିବା ସହ ସମାମରିକ ଗତିବିଧି ବଢାଇବା ସହ ଲାଗିଛନ୍ତି । ଯାହା କୌଣସି ପରିସ୍ଥିତିରେ ଉତ୍ତେଜନାମୂକ ସ୍ଥିତି ସୃଷ୍ଟିକିପାରେ ବୋଲି ଆଶଙ୍କା ପ୍ରକାଶ ପାଇବା ପରେ ଶାନ୍ତି ପ୍ରତିଷ୍ଠା ପାଇଁ ଏହି ଦ୍ବିପାକ୍ଷିକ ସାମରିକ ଆଲୋଚନା ଆରମ୍ଭ ହୋଇଥିଲା । ତେବେ ଏପର୍ଯ୍ୟନ୍ତ ୧୩ତମ ବୈଠକ ଅନୁଷ୍ଠିତ ହୋଇ ସାରିଥିବାବେଳେ ଚଳିତମାସରେ ଏହି ଶୃଙ୍ଖଳାର ୧୪ତମ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି ।
@ANI