ETV Bharat / bharat

ଆଜି ପବିତ୍ର ବିଜୟା ଦଶମୀ, ଅସତ୍ୟ ଉପରେ ସତ୍ୟର ଜୟ - ଦଶହରା ପାଳନ

ଆଜି ପବିତ୍ର ଦଶହରା ବା ବିଜୟା ଦଶମୀ । ଅସତ୍ୟ ଉପରେ ସତ୍ୟର ଜୟ । ବିଶ୍ବାସ ରହିଛି, ଆଶ୍ବିନ ଶୁକ୍ଲଦଶମୀ ତିଥିରେ ଦେବୀ ଦୁର୍ଗାଙ୍କୁ ପୂଜନ କଲେ ମନୁଷ୍ୟ ଦଶ ଜନ୍ମକୃତ ପାପରୁ ଉଦ୍ଧାର ପାଏ ବୋଲି ଏହି ପୁଣ୍ୟତିଥିକୁ ଦଶହରା କୁହାଯାଏ । ଅଧିକ ପଢନ୍ତୁ...

ଆଜି ଦଶହରା: ଅସତ୍ୟ ଉପରେ ସତ୍ୟର ଜୟ
ଆଜି ଦଶହରା: ଅସତ୍ୟ ଉପରେ ସତ୍ୟର ଜୟ
author img

By

Published : Oct 15, 2021, 7:30 AM IST

ଯା' ଦେବୀ ସର୍ବ ଭୂତେଷୁ ଶକ୍ତି ରୂପେଣ ସଂସ୍ଥିତା

ନମସ୍ତେସୈ ନମସ୍ତେସୈ ନମସ୍ତେସୈ

ନମୋନମଃ ।''

ହାଇଦ୍ରାବାଦ: ଆଜି ପବିତ୍ର ଦଶହରା ବା ବିଜୟା ଦଶମୀ । ଅଧର୍ମ ଉପରେ ଧର୍ମର ବିଜୟ । ଅସତ୍ୟ ଉପରେ ସତ୍ୟର ଜୟ । ଆଜି ଶାରଦୀୟ ଦୁର୍ଗାପୂଜାର ଶେଷ ଦିନ । ନଅ ଦିନର ପୂଜାର୍ଚ୍ଚନା ପରେ ଆଜି ମା'ଙ୍କର ବିଜୟା ଦଶମୀ ପାଳନ ହେବ । ଏନେଇ ଗାଁଠୁ ସହର ସବୁ ଉତ୍ସବମୁଖର । ତନ୍ତ୍ର, ମନ୍ତ୍ର, ଚଣ୍ଡିପାଠରେ ଫାଟି ପଡୁଛି ପୁରପଲ୍ଲୀ । ପୂଜା ମଣ୍ଡପରୁ ଆରମ୍ଭ କରି ଘରେ ଘରେ ରୀତିନୀତି ଅନୁସାରେ ଚାଲିଛି ମା' ମହିଷାମର୍ଦ୍ଦିନୀଙ୍କ ପୂଜା । ବିଶ୍ବାସ ରହିଛି, ଆଶ୍ବିନ ଶୁକ୍ଲଦଶମୀ ତିଥିରେ ଦେବୀ ଦୁର୍ଗାଙ୍କୁ ପୂଜନ କଲେ ମନୁଷ୍ୟ ଦଶ ଜନ୍ମକୃତ ପାପରୁ ଉଦ୍ଧାର ପାଏ ବୋଲି ଏହି ପୁଣ୍ୟତିଥିକୁ ଦଶହରା କୁହାଯାଏ ।

ପୁରାଣରେ ବର୍ଣ୍ଣିତ ଅଛି, ଯେତେବେଳେ ମହିଷାସୁର ଅତ୍ୟାଚାରରେ ଦେବମାନବ ତ୍ରାହି ତ୍ରାହି ଡାକିଲେ ଏବଂ ପୃଥିବୀ ଭୟରେ ଥରହର ହେଲା । ସେହି ସମୟରେ ମହାଦେବ ଓ ଦେବଗଣଙ୍କ ତେଜ ରଶ୍ମିରୁ ଆର୍ବିଭୂତା ହୋଇଥିଲେ ମା' ଦୁର୍ଗତିନାଶିନୀ । ସମସ୍ତ ଦେବତା ନିଜ ନିଜ ଆୟୁଧ ଦୁର୍ଗାଙ୍କୁ ଦାନ କଲେ । ଶେଷରେ ଦେବୀ ସିଂହବାହିନୀ ହୋଇ ମହିଷାସୁର ସହ ଯୁଦ୍ଧ କରିଥିଲେ । ଅନେକ ସମୟ ଯୁଦ୍ଧ କଲାପରେ ଦେବୀ ଶୂଳଦ୍ବାରା ମହିଷାର ହୃଦୟ ବିଦ୍ଧ କଲେ, ଖଡ୍ଡଦ୍ବାରା ଶିରଚ୍ଛେଦ କଲେ । ପାପୀ ମହିଷାସୁରକୁ ବଦ୍ଧ କରି ବ୍ରାହ୍ମଣ୍ଡରେ ଶାନ୍ତି ପ୍ରତିଷ୍ଠା କରିଥିଲେ ।

ତ୍ରେତୟା ଯୁଗରେ ମା' ଜଗତଜନନୀଙ୍କ ଆଶିଷରୁ ପ୍ରଭୁ ରାମଚନ୍ଦ୍ର ରାବଣର ଦଶମୁଣ୍ଡ ହରଣ କରିଥିଲେ ଏବଂ ରାବଣକୁ ବଦ୍ଧ କରି ସୀତାଙ୍କୁ ଫେରାଇ ଆଣିଥିଲେ । ଏଥିପାଇଁ ଆଜିର ଦିନକୁ ଦଶହରା କୁହାଯାଉଥିବା ପୁରାଣରେ ଉଲ୍ଲେଖ ଅଛି ।

ଭାରତରେ ପ୍ରତିବର୍ଷ ଦୁଇଥର ଦେବୀ ଦୁର୍ଗାଙ୍କ ପୂଜା ଅନୁଷ୍ଠିତ ହୋଇଥାଏ । ଶରତ ଋତୁର ଆଶ୍ବିନ ମାସ ଶୁକ୍ଲପକ୍ଷର ପୂଜାକୁ ଦେବୀ ପୂଜା ଏବଂ ବସନ୍ତ ଋତୁରେ ଚୈତ୍ରମାସ ଶୁକ୍ଲପକ୍ଷର ପୂଜାକୁ ବାସନ୍ତୀ ପୂଜା କୁହାଯାଏ । ମାତ୍ର ଏକ ସାର୍ବଜନୀନ ପୂଜା ରୂପେ ଶାରଦୀୟ ଦୁର୍ଗାପୂଜା ହିଁ ଅଧିକ ଲୋକପ୍ରିୟ । କେବଳ ଦେଶ ତଥା ରାଜ୍ୟରେ ନୁହେଁ, ବିଦେଶରେ ମଧ୍ୟ ପ୍ରବାସୀ ଭାରତୀୟ ଦୁର୍ଗାପୂଜା ମହାଆଡମ୍ବରରେ ପାଳନ କରିଥାନ୍ତି । ମାତ୍ର ବିଡମ୍ବନାର ବିଷୟ, ମହାମାରୀ ପାଇଁ ଦୁଇ ବର୍ଷ ହେଲା ଦଶହରା ଟିକେ ଫିକା ପଡୁଛି । କଟକଣା ଯୋଗୁଁ ନା ପୂଜା ମଣ୍ଡପରେ ଲୋକଙ୍କ ଗହଳି ଜମୁଛି ନା ମା'ଙ୍କ ବିଶାଳ ତଥା ଆକର୍ଷଣୀୟ ମୃଣ୍ମୟୀ ମୂର୍ତ୍ତି ଦେଖିବାକୁ ମିଳୁଛି । କଟକଣା ଭିତରେ ଚାରିଆଡେ ଚାଲିଛି ଦଶଭୂଜାଙ୍କ ପୂଜାର୍ଚ୍ଚନା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.