ETV Bharat / bharat

୫ଜି ଭୟ: ଆମେରିକାକୁ ଭାରତର ବିମାନ ବାତିଲ

author img

By

Published : Jan 20, 2022, 1:42 PM IST

ଆମେରିକାର ଟେଲିକମ କମ୍ପାନୀ AT&T ଏବଂ Verizon ନୂତନ ୫ ଜି ସେବା ଆରମ୍ଭ କରିଛି । ଯାହା ବିମାନ ସେବା ଉପରେ ସଙ୍କଟ ଆଣିବ ବୋଲି ଚେତାବନୀ ଦେଇଥିଲେ ଆମେରିକାର ବୃହତ ଯାତ୍ରୀବାହୀ ଓ କାର୍ଗୋ କ୍ୟାରିୟରଗୁଡିକର ମୁଖ୍ୟ କାର୍ଯ୍ୟନିର୍ବାହୀ । ଅଧିକ ପଢନ୍ତୁ

ଆମେରିକାକୁ ଭାରତର ବିମାନ ବାତିଲ
ଆମେରିକାକୁ ଭାରତର ବିମାନ ବାତିଲ

ନୂଆଦିଲ୍ଲୀ: ଆମେରିକାର ଟେଲିକମ କମ୍ପାନୀ AT&T ଏବଂ Verizon ନୂତନ ୫ ଜି ସେବା ଆରମ୍ଭ କରିଛି । ଯାହା ବିମାନ ସେବା ଉପରେ ସଙ୍କଟ ଆଣିବ ବୋଲି ଚେତାବନୀ ଦେଇଥିଲେ ଆମେରିକାର ବୃହତ ଯାତ୍ରୀବାହୀ ଓ କାର୍ଗୋ କ୍ୟାରିୟର ଗୁଡିକର ମୁଖ୍ୟ କାର୍ଯ୍ୟନିର୍ବାହୀ । ଏହାକୁ ଦୃଷ୍ଟିରେ ରଖି ଆମେରିକାକୁ ଭାରତ ୮ଟି ବିମାନ ବାତିଲ କରିଛି ।

ଏୟାର ଇଣ୍ଡିଆଠୁ ଆରମ୍ଭ କରି ଜାପାନ ଏୟାରଲାଇନ୍ସ ଓ ଏମିରେଟସ ଏୟାରଲାଇନ୍ସ ଆଦି ସଂସ୍ଥା ଆମେରିକାରୁ ସେମାନଙ୍କ ବିମାନର ଉଡାଉ ବାତିଲ କରିଛନ୍ତି । ଏୟାର ଇଣ୍ଡିଆ ତାର ୮ଟି ଉଡାଣ ବାତିଲ କରିଛି । ଦିଲ୍ଲୀ- ନ୍ୟୁୟର୍କ, ଦିଲ୍ଲୀ ଚିକାଗୋ, ଦିଲ୍ଲୀ ସାନ ଫ୍ରାନ୍ସିସିସକୋ ଓ ଦିଲ୍ଲୀ ନେୱାର୍କ ରୁଟରେ ଯାତ୍ରା କରିବାକୁ ଥିବା ବିମାନଗୁଡିକ ବାତିଲ ହୋଇଛି । ଏୟାର ଇଣ୍ଡିଆ ପକ୍ଷରୁ ଏ ନେଇ ଟ୍ବିଟ କରି ଅବଗତ କରିବା ସହ ଆମେରିକାରେ ୫ଜି ବ୍ୟବସ୍ଥା ପାଇଁ ବିମାନ ଉଡାଣ ସାରଣୀରେ ପରିବର୍ତ୍ତନ କରାଯାଇଛି । ଏମିରେଟସ ମଧ୍ୟ ବିମାନ ଉଡାଣରେ ପରିବର୍ତ୍ତନ କରିଛି ।

ଆହୁରି ପଢନ୍ତୁ...US airline: ବିମାନସେବାରେ ବିପଦ ଆଣିପାରେ ୫ଜି

ଆମେରିକାର ଫେଡେରାଲ ଆଭିଏଶନ ଆଡମିନିଷ୍ଟ୍ରେଶନ (Federal Aviation Administration) ପକ୍ଷରୁ କୁହାଯାଇଥିଲା ବିମାନରେ ଲାଗିଥିବା ରେଡିଓ ଅଲିଟିମିଟରକୁ ୫ଜି ସେବା କ୍ଷତି ପହଞ୍ଚାଇବାର ଆଶଙ୍କା ରହିଛି । ଏହା ବିମାନର ବ୍ରେକ ଓ ଇଞ୍ଜିନ ଉପରେ ପ୍ରଭାବ ପକାଇ ପାରେ ବୋଲି କହିଥିଲା ଏଫଏଏ । ଯାହାର ପ୍ରଭାବ ବିମାନ ଅବତରଣ ଉପରେ ପଡିପାରେ ବୋଲି ଜଣାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.