ETV Bharat / bharat

ନବଭାରତର ଆଧାର ହେବ DRDO: ପ୍ରତିରକ୍ଷା ମନ୍ତ୍ରୀ

author img

By

Published : Feb 3, 2021, 8:59 PM IST

ନୂଆ ଭାରତ ଗଠନ ଦିଗରେ ବଡ ଆଧାର ହେବ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥାନ ( DRDO)। ଅଧିକ ପଢନ୍ତୁ.....

ନବଭାରତର ଆଧାର ହେବ DRDO: ପ୍ରତିରକ୍ଷା ମନ୍ତ୍ରୀ
ନବଭାରତର ଆଧାର ହେବ DRDO: ପ୍ରତିରକ୍ଷା ମନ୍ତ୍ରୀ

ବେଙ୍ଗାଲୁରୁ: ନୂଆ ଭାରତ ଗଠନ ଦିଗରେ ଦେଶ ନିରନ୍ତର ଆଗକୁ ବଢି ଚାଲିଛି । ଦେଶର ଏହି ଲକ୍ଷ ପୂରଣ କରିବା ଦିଗରେ ବଡ ଆଧାର ହେବ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥାନ ( DRDO) । ଏହି ଦିଗରେ ଡିଆରଡିଓ ନିରନ୍ତର ଭାବେ କାମ କରି ଆସୁଛି ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଆଜି ବେଙ୍ଗାଲୁରୁରେ ଅନୁଷ୍ଠିତ ଏରୋ ଇଣ୍ଡିଆ ଶୋକୁ ସମ୍ବୋଧିତ କରିବା ଅବସରରେ ଏହା କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ।

ବର୍ତ୍ତମାନ ବିଶ୍ବ ଖୁବ ଦ୍ରୃତଗତିରେ ପରିବର୍ତ୍ତନ ହେବାରେ ଲାଗିଛି । ବିଶ୍ବର ଏ ପରିବର୍ତ୍ତନରେ ଭାରତକୁ ମଧ୍ୟ ଏକ ନୂତନ କ୍ଷମତା ସମ୍ପନ୍ନ ନବ ଭାରତ ଗଠନ ଦିଗରେ ଆଗକୁ ବଢିବାକୁ ପଡିବ । ଦେଶ ତାର ନୂଆ ଲକ୍ଷକୁ ପୂରଣ କରିବା ଦିଗରେ ଆଗକୁ ବଢିଚାଲିଛି । ଏହି ଲକ୍ଷକୁ ସଫଳତା ସହ ଛୁଇଁବା ପାଇଁ ଏକ ବଡ ଭୂମିକା ଗ୍ରହଣ କରିବା ସହ ଅଭିଯାନ ଜାରି ରଖିଛି ପ୍ରତିରକ୍ଷା ଗବେଷଣା ସଂସ୍ଥା ଡିଆରଡିଓ ।

ରାଜନାଥ କହିଛନ୍ତି ଏହି ଲକ୍ଷରେ ଆମେ ସଫଳତାର ସହ ଆମର ଯାତ୍ରା ଜାରି ରଖିଛନ୍ତି । ଗତ କିଛିଦିନ ମଧ୍ୟରେ ଆମର କଠିନ ପରିଶ୍ରମ ଫଳରେ ଆମେ ଅନେକ ଉପଲବ୍ଧୀ ମଧ୍ୟ ପାଇଛନ୍ତି ।‘ ଆକାଶ’ ମିଶାଇଲ , ଆଣ୍ଟି ରେଡିଏସନ ମିଶାଇଲ ‘ରୁଦ୍ର’ ଓ ଲାଇଟ କମ୍ବାକ୍ଟ ଲଢୁଆ ବିମାନ ‘ତେଜସ’ ଇତ୍ୟାଦି ଏହାର ଉଦାହରଣ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ।

ଗତବର୍ଷ ପ୍ରତିରକ୍ଷା ସାମଗ୍ରୀ କ୍ରୟରେ ଡିଆରଡିଓ ସହ 225ଟି ଚୁକ୍ତି ସ୍ବାକ୍ଷର ହୋଇଥିବା ପ୍ରକାଶ କରିଛନ୍ତି ରକ୍ଷାମନ୍ତ୍ରୀ । ଏହା ଦର୍ଶାଉଛି ଯେ ଭାରତ ତାର ସ୍ବଦେଶୀ ବିକଶିତ ଜ୍ଞାନ କୌଶଳରେ ବିଶ୍ବାସ କରେ । ସେହିପରି ଭାରତୀୟ ଜଳ ସୀମାର ସୁରକ୍ଷା ପାଇଁ ସୁପର ସୋନିକ ମିଶାଇଲର ବ୍ୟବହାର ଓ ମୁତୟନ ଉପରେ ମଧ୍ୟ ଭାରତୀୟ ନୌସେନା ଅପରେସନ ଆରମ୍ଭ କରିଛି । ସେହିପରି ଭାରତୀୟ ବାୟୁ ସେନାରେ ସ୍ବଦେଶୀ ନିର୍ମିତ ଲଢୁଆ ବିମାନ ତେଜସକୁ ସାମିଲ ବାୟୁ ସେନାର ଶକ୍ତି ବୃଦ୍ଧି କରିବା ବୋଲି କହିଛନ୍ତି ରାଜନାଥ ।

ଏରୋ ଇଣ୍ଡିଆ ଶୋ ରେ ଯୋଗ ଦେବା ଅବସରରେ ନିଜ ଅଭିଭାଷଣାରେ ଭାରତୀୟ ବାୟୁ ସେନା ଓ ଏହାର ସମସ୍ତ ବାୟୁ ଯୋଦ୍ଧାଙ୍କୁ ପ୍ରଶଂସା କରିଛନ୍ତି ରାଜନାଥ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.