ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ରବିବାର ଦିନ ବ୍ରିଟେନ ଯାତ୍ରା ପାଇଁ ବିମାନ ଟିକେଟ ବୁକିଂ ଆରମ୍ଭ କରିଛି । ଯାତ୍ରୀମାନେ ଏୟାର ଇଣ୍ଡିଆ ୱେବସାଇଟ୍, ବୁକିଂ ଅଫିସ୍ ଏବଂ ଟ୍ରାଭେଲ ଏଜେଣ୍ଟ ମାଧ୍ୟମରେ ଟିକେଟ୍ କିଣି ପାରିବେ। ବର୍ତ୍ତମାନ ଯେଉଁ ବିମାନଗୁଡ଼ିକ ବୁକିଂ ପାଇଁ ଖୋଲାଯାଇଛି ସେହି ବିମାନଗୁଡ଼ିକ ମଧ୍ୟରେ ମୁମ୍ବାଇ-ଲଣ୍ଡନ ହିଥ୍ରୋ, ଦିଲ୍ଲୀ-ଲଣ୍ଡନ ହିଥ୍ରୋ, ଲଣ୍ଡନ ହିଥ୍ରୋ-ମୁମ୍ବାଇ ଏବଂ ଲଣ୍ଡନ ହିଥ୍ରୋ-ଦିଲ୍ଲୀ ଅନ୍ତର୍ଭୁକ୍ତ।
ଜାନୁଆରୀ 6 ରୁ ଭାରତ ଏବଂ ବ୍ରିଟେନ ମଧ୍ୟରେ ବିମାନ ସେବା ଆରମ୍ଭ ହେବାକୁ ଥିବାବେଳେ ବ୍ରିଟେନରୁ ଭାରତକୁ ବିମାନ ସେବା ଜାନୁଆରୀ 8ରୁ ଆରମ୍ଭ ହେବ। ଦୁଇ ଦେଶ ମଧ୍ୟରେ ଏକ ସପ୍ତାହ ମଧ୍ୟରେ 30ଟି ବିମାନର ସଞ୍ଚାଳନ ହେବ । ଏଥିମଧ୍ୟରୁ ଉଭୟ ଦେଶରୁ 15-15 ବିମାନ ଚଳାଚଳ କରାଯିବ । ବିମାନର ଏହି କାର୍ଯ୍ୟସୂଚୀ 23 ଜାନୁଆରୀ ପର୍ଯ୍ୟନ୍ତ ରହିବ | ଏହା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ।
ଉଲ୍ଲେଖନୀୟ ବିଷୟ ହେଉଛି, କୋରୋନାର ନୂତନ ରୂପ ଆରମ୍ଭ ହେବା ପରେ ଭାରତ 23 ଡିସେମ୍ବରରୁ 31 ଡିସେମ୍ବର ପର୍ଯ୍ୟନ୍ତ ବ୍ରିଟେନକୁ ସମସ୍ତ ବିମାନ ସେବା ବନ୍ଦ କରି ଦେଇଥିଲା । ଭାରତ ସରକାର ବ୍ରିଟେନରୁ ବିମାନ ଉଡ଼ାଣର ଅବଧିକୁ 7 ଜାନୁଆରୀକୁ ବୃଦ୍ଧି କରିଛନ୍ତି ।