ETV Bharat / bharat

ଆତଙ୍କବାଦ ବିରୋଧରେ ସାରା ବିଶ୍ୱକୁ ଏକତ୍ରିତ କରିଛି ଭାରତ: କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର

author img

By

Published : Dec 19, 2022, 10:45 PM IST

ଦେଶରେ ୨୦୧୪ ପରଠାରୁ ଉତ୍ତର ପୂର୍ବାଞ୍ଚଳରେ ଶାନ୍ତିର ଯୁଗ ଆରମ୍ଭ ହୋଇଛି । ଆତଙ୍କୀ ଘଟଣାକୁ ନେଇ ସାଧାରଣ ନାଗରିକଙ୍କ ମୃତ୍ୟୁ ସଂଖ୍ୟା ୮୦% ହ୍ରାସ ପାଇବା ସହ ୬୦୦୦ ଆତଙ୍କବାଦୀ ଆତ୍ମସମର୍ପଣ କରିଛନ୍ତି । ନୂଆଦିଲ୍ଲୀରେ ପ୍ରେସମିଟ କରି ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର (Union Minister Anurag Thakur ) । ଅଧିକ ପଢନ୍ତୁ

କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ପ୍ରେସମିଟ
କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ପ୍ରେସମିଟ

ନୂଆଦିଲ୍ଲୀ: ଦେଶରେ ୨୦୧୪ ପରଠାରୁ ଉତ୍ତର ପୂର୍ବାଞ୍ଚଳରେ ଶାନ୍ତିର ଯୁଗ ଆରମ୍ଭ ହୋଇଛି । ଆତଙ୍କୀ ଘଟଣାକୁ ନେଇ ସାଧାରଣ ନାଗରିକଙ୍କ ମୃତ୍ୟୁ ସଂଖ୍ୟା ୮୦% ହ୍ରାସ ପାଇବା ସହ ୬୦୦୦ ଆତଙ୍କବାଦୀ ଆତ୍ମସମର୍ପଣ କରିଛନ୍ତି । ନୂଆଦିଲ୍ଲୀରେ ପ୍ରେସମିଟ କରି ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର (Union Minister Anurag Thakur ) ।

କେନ୍ଦ୍ରମନ୍ତ୍ରୀ ଅନୁରାଗ ସିଂ ଠାକୁର କହିଛନ୍ତି ଯେ, ଭାରତ ସରକାର ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ନୀତି (Zero Tolerance Against Terrorism) ଗ୍ରହଣ କରିଛନ୍ତି । ସରକାରଙ୍କ ଆତଙ୍କବାଦ ମୁକାବିଲା ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ସରକାର ଗୋଟିଏ ପଟେ ବେଆଇନ କାର୍ଯ୍ୟକଳାପ ନିଷେଧ ଆଇନ (ୟୁଏପିଏ)କୁ ସୁଦୃଢ କରିବା ଲାଗି ଆଇନଗତ ଦିଗରେ କାର୍ଯ୍ୟ କରିଛନ୍ତି । ଅନ୍ୟପଟେ ଜାତୀୟ ଯାଞ୍ଚ ଏଜେନ୍ସି (ସଂଶୋଧନ) ଆଇନ ପ୍ରଚଳନ କରିବା ଜରିଆରେ ଜାତୀୟ ଯାଞ୍ଚ ଏଜେନ୍ସି (ଏନଆଇଏ)କୁ ଏକ ବାସ୍ତବ ସଂଘୀୟ ଢାଞ୍ଚା ପ୍ରଦାନ କରିଛନ୍ତି । ଏସବୁ ସାମୂହିକ ପ୍ରୟାସ ଆତଙ୍କବାଦର ଇକୋସିଷ୍ଟମକୁ ଦୁର୍ବଳ କରୁଛି ।

ଏହାବି ପଢନ୍ତୁ- Tawang faceoff: ସଂସଦରେ ବୈଦେଶିକ ମନ୍ତ୍ରୀଙ୍କ କଡା ଜବାବ, ସେନାକୁ ସମ୍ମାନ ଦିଅ

କେନ୍ଦ୍ରମନ୍ତ୍ରୀ କହିଥିଲେ ଆହୁରି କହିଛନ୍ତି ଯେ ଅନ୍ତର୍ଜାତୀୟ ମଞ୍ଚରେ ଭାରତ ସବୁବେଳେ ଆତଙ୍କବାଦ ବିରୋଧରେ ନିଜର ଚିନ୍ତା ବ୍ୟକ୍ତ କରି ଆସିଛି । ଅନ୍ତର୍ଜାତୀୟ ସମ୍ମିଳନୀ ଓ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆତଙ୍କବାଦ ବିରୋଧରେ ବିଶ୍ବକୁ ଏକଜୁଟ ହେବା ପାଇଁ ଆହ୍ବାନ କରି ଆସିଛନ୍ତି । ନିକଟରେ ଭାରତରେ ଇଣ୍ଟରପୋଲର ୯୦ତମ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ସାରା ବିଶ୍ବରୁ ୨୦୦୦ରୁ ଅଧିକ ବିଦେଶୀ ଅତିଥି ଯୋଗ ଦେଇଥିଲେ । ଏହି ଅବସରରେ ‘ଆତଙ୍କବାଦ ବିରୋଧରେ ବିଶ୍ବସ୍ତରୀୟ କାର୍ଯ୍ୟାନୁଷ୍ଠାନ’ ପାଇଁ ଘୋଷଣା କରାଯାଇଥିଲା ।

ସେହିପରି ସର୍ଜିକାଲ ଷ୍ଟ୍ରାଇକ ଠାରୁ ଆରମ୍ଭ କରି ବାଲାକୋଟ ଏୟାରଷ୍ଟ୍ରାଇକ ପର୍ଯ୍ୟନ୍ତ ଆତଙ୍କବାଦ ବିରୋଧରେ ସରକାରଙ୍କ ଦୃଢ ସଂକଳ୍ପ ବୋଲି କହିଛନ୍ତି । ସେନାବାହିନୀର କାର୍ଯ୍ୟାନୁଷ୍ଠାନ ଯୋଗୁ ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ୧୬୮% ହ୍ରାସ ପାଇଛି । ଅନୁରୂପ ଭାବେ ଆତଙ୍କବାଦକୁ ପାଣ୍ଠି ଯୋଗାଣ ମାମଲାରେ ୯୪% ଦଣ୍ଡବିଧାନ ହୋଇଛି । ଉତ୍ତରପୂର୍ବାଞ୍ଚଳରେ ଶାନ୍ତି ପ୍ରତିଷ୍ଠା ଲାଗି ସରକାରଙ୍କ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ‘‘୨୦୧୪ ପରଠାରୁ ଉତ୍ତର ପୂର୍ବ ଭାରତରେ ଶାନ୍ତିର ସୂର୍ଯ୍ୟୋଦୟ ହୋଇଛି। ଏହି କ୍ଷେତ୍ରରେ ହିଂସାତ୍ମକ ଘଟଣାରେ ୮୦% ହ୍ରାସ ଦେଖିବାକୁ ମିଳିଛି । ନାଗରିକଙ୍କ ମୃତ୍ୟୁ ସଂଖ୍ୟା ୮୯ ପ୍ରତିଶତ ହ୍ରାସ ପାଇଛି । ଏଥିସହିତ ୨୦୧୪ ପରଠାରୁ ଏବେ ସୁଦ୍ଧା ୬ ହଜାରରୁ ଅଧିକ ଆତଙ୍କବାଦୀ ଆତ୍ମସମର୍ପଣ କରି ସାରିଛନ୍ତି ।’’

ଏହାବି ପଢନ୍ତୁ- ଲିଜରେ ଦିଆଯିବ ଦେଶର 25 ବିମାନ ବନ୍ଦର: ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ

ସରକାର କେବଳ ସଶସ୍ତ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି, ବରଂ ଏହା ଠାରୁ ଊର୍ଦ୍ଧ୍ବକୁ ଯାଇ ଦୀର୍ଘସ୍ଥାୟୀ କ୍ଷେତ୍ରୀୟ ଶାନ୍ତି ପ୍ରତିଷ୍ଠା ଲାଗି କାର୍ଯ୍ୟ କରିଛନ୍ତି । ସରକାରଙ୍କ ଦ୍ବାରା ସ୍ବାକ୍ଷରିତ ହୋଇଥିବା ଶାନ୍ତି ରାଜିନାମା ଏହାର ଏକ ଉଦାହରଣ ବୋଲି ଠାକୁର କହିଛନ୍ତି । ଏହି ଅବସରରେ ସେ କହିଥିଲେ ଯେ ମୋଦି ସରକାରଙ୍କ ସମୟରେ–ଜାନୁଆରୀ ୨୦୨୦ରେ ବୋଡୋ ଶାନ୍ତି ରାଜିନାମା, ଜାନୁଆରୀ ୨୦୨୦ରେ ବ୍ରୁ-ରିୟାଙ୍ଗ ଶାନ୍ତି ରାଜିନାମା, ଏନଏଲଏଫଟି-ତ୍ରିପୁରୀ ରାଜିନାମା ଅଗଷ୍ଟ ୨୦୧୯, କାର୍ବି ଅଙ୍ଗଲଙ୍ଗ ରାଜିନାମା ସେପ୍ଟେମ୍ବର ୨୦୨୧, ଆସାମ-ମେଘାଳୟ ଆନ୍ତଃରାଜ୍ୟ ସୀମା ରାଜିନାମା ମାର୍ଚ୍ଚ ୨୦୨୨ ଆଦି ଶାନ୍ତି ଚୁକ୍ତି ସ୍ବାକ୍ଷରିତ ହୋଇଥିଲା ।

ଏହାବି ପଢନ୍ତୁ- ପେଟର ଭୋକ ଆଗରେ ଫିକା ପଡିଗଲା ମା’ର ମମତା

ଗତ ଆଠ ବର୍ଷ ମଧ୍ୟରେ ସରକାରଙ୍କ ଉଦ୍ଧାର କାର୍ଯ୍ୟ ବିଷୟରେ ମଧ୍ୟ କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଥିଲେ । କହିଥିଲେ ଯେ ବିପଦରେ ପଡ଼ିଥିବା ଭାରତୀୟ ନାଗରିକଙ୍କୁ ଉଦ୍ଧାର କରିବା ଲାଗି ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଇ ଆସିଛନ୍ତି । ସାରା ବିଶ୍ବରେ ଭାରତ ଉଦ୍ଧାର କାର୍ଯ୍ୟ କ୍ଷେତ୍ରରେ ଅଗ୍ରଣୀ ଭୂମିକା ନେଇଥିଲା । ଅପରେସନ ଗଙ୍ଗା ଅଧୀନରେ ଫେବୃଆରୀ-ମାର୍ଚ୍ଚ ୨୦୨୨ ରେ ୨୨,୫୦୦ ନାଗରିକଙ୍କୁ ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ଉଦ୍ଧାର କରାଯାଇଥିଲା। ଅପରେସନ ଦେବୀ ଶକ୍ତି ମାଧ୍ୟମରେ ଆଫଗାନିସ୍ତାନରେ ଫସିଥିବା ୬୭୦ ଭାରତୀୟ ନାଗରିକଙ୍କୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର କାର୍ଯ୍ୟର ସବୁଠୁ ବଡ଼ ସଫଳତା ହେଉଛି କୋଭିଡ ୧୯ ସଂକଟ ସମୟରେ ବନ୍ଦେ ଭାରତ ମିଶନ ଜରିଆରେ ୨୦୨୧-୨୨ରେ ୧.୮୩ କୋଟି ନାଗରିକଙ୍କୁ ଉଦ୍ଧାର କରି ଅଣାଯାଇଥିଲା । କୋଭିଡ ସଂକ୍ରମଣ ଆରମ୍ଭ ହୋଇଥିବା ଉହାନ ସହରରୁ ଭାରତ ୬୫୪ ଜଣଙ୍କୁ ଉଦ୍ଧାର କରିଥିଲା ବୋଲି କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.