ETV Bharat / bharat

ଭାରତ ବିରୋଧୀ ଖବର ପ୍ରସାରଣ, ଅଚଳ ହେଲା 22 YouTube channels - ୟୁଟୁବ ଚ୍ୟାନେଲ ନିଷେଧ କଲା ଭାରତ ସରକାର

ବିଭିନ୍ନ ଜାତୀୟ ସୁରକ୍ଷା ପ୍ରସଙ୍ଗରେ ବିଭ୍ରାନ୍ତିକର ଓ ଦେଶ ବିରୋଧୀ ଖବର ପ୍ରସାରଣ ଅଭିଯୋଗରେ 22 ୟୁଟ୍ୟୁବ ଚ୍ୟାନେଲ ଉପରେ ନିଷେଧାଦେଶ ଜାରି କରିଛନ୍ତି କେନ୍ଦ୍ର ସରକାର । ସେମାନଙ୍କ ମଧ୍ୟରୁ କିଛି ପାକିସ୍ତାନରୁ ଅପରେଟ ହେଉଥିବା ମଧ୍ୟ ସୂଚନା । ଅଧିକ ପଢନ୍ତୁ

ଅଚଳ ହେଲା 22 ୟୁଟ୍ୟୁବ ଚ୍ୟାନେଲ, ପ୍ରସାରିତ କରୁଥିଲେ ଭାରତ ବିରୋଧୀ ଖବର

author img

By

Published : Apr 5, 2022, 5:05 PM IST

ନୂଆଦିଲ୍ଲୀ: ବିଭ୍ରାନ୍ତିକର ତଥା ଦେଶ ବିରୋଧୀ ଖବର ପ୍ରସାରଣ କରୁଥିବା ଅଭିଯୋଗରେ 22 ୟୁଟ୍ୟୁବ ଚ୍ୟାନେଲକୁ ନିଷେଧ ଘୋଷଣା କଲେ କେନ୍ଦ୍ର ସରକାର । ଏହି ବ୍ୟାନ ହୋଇଥିବା ଚ୍ୟାନେଲ ମଧ୍ୟରେ 4ଟି ପାକିସ୍ତାନରୁ ଅପରେଟ ହେଉଥିବା ମଧ୍ୟ ଜଣାପଡିଛି । ଭାରତର ଜାତୀୟ ସୁରକ୍ଷା ଓ ବିଦେଶ ନୀତି ସମ୍ପର୍କିତ ପ୍ରସଙ୍ଗରେ ଏହି ସବୁ ଚ୍ୟାନେଲଗୁଡିକ ଭିତ୍ତିହୀନ ଓ ବିଭ୍ରାନ୍ତିକାର ତଥ୍ୟ ଉପସ୍ଥାପନ କରୁଥିବା ଯୋଗୁ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ।

ମିଳିଥିବା ସୂଚନା ଅନୁସାରେ, ୟୁଟ୍ୟୁବ ଚ୍ୟାନେଲ ବ୍ୟତୀତ ଏହି ତାଲିକାରେ 3 ଟ୍ବିଟର, ଗୋଟିଏ ଫେସବୁକ ଆକାଉଣ୍ଟ ଓ ଗୋଟିଏ ନ୍ୟୁଜ ଓ୍ବେବସାଇଟ ମଧ୍ୟ ରହିଛି । ଭାରତ ବିରୋଧୀ ପ୍ରୋପାଗଣ୍ଡା ପାଇଁ ପୂର୍ବରୁ ମଧ୍ୟ ସମାନ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ଭାରତ ସରକାର ।

ଜାନୁଆରୀରେ 35 ଟି ଚ୍ୟାନେଲକୁ ବ୍ୟାନ କରାଯାଇଥିଲା । ସୂଚନା ପ୍ରଯୁକ୍ତିବିଦ୍ୟା (ମଧ୍ୟବର୍ତ୍ତୀ ଗାଇଡଲାଇନ ଏବଂ ଡିଜିଟାଲ ମିଡିଆ ଏଥିକ୍ସ କୋଡ) ନିୟମ, 2021ର ଜରୁରୀକାଳୀନ ବ୍ୟବସ୍ଥା ଅନୁଯାୟୀ ଏହି ଅବରୋଧ ନିର୍ଦ୍ଦେଶ ଜାରି କରାଯାଇଥିବା ମନ୍ତ୍ରଣାଳୟ ସଚିବ ଅପୂର୍ବ ଚନ୍ଦ୍ରା କହିଛନ୍ତି ।

ବାରମ୍ବାର ଏପରି ଘଟଣା ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆ ଆକାଉଣ୍ଟ ଓ ବିଭିନ୍ନ ଓ୍ବେବସାଇଟର ସଞ୍ଚାଳନ ଉପରେ କଡା ନଜର ରଖିଛି ଗୁଇନ୍ଦା ସଂସ୍ଥା । ଦେଶ ବିରୋଧୀ ପ୍ରୋପାଗଣ୍ଡା ପାଇଁ ବିଦେଶରୁ ପରିଚାଳିତ ହେଉଥିବା ଏହିପରି ମାଧ୍ୟମଗୁଡିକ ଉପରେ କଡା କାର୍ଯ୍ୟାନୁଷ୍ଠାନ ହେବା ନେଇ ସୂଚନା ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.