ETV Bharat / bharat

19ରେ ଦିଲ୍ଲୀରେ ବସିବ ଇଣ୍ଡିଆ ମେଣ୍ଟ ବୈଠକ, ଏଥରର ନାରା ‘ମୈ ନେହିଁ ହମ’

author img

By ETV Bharat Odisha Team

Published : Dec 10, 2023, 11:02 PM IST

INDIA bloc to meet on Dec 19 in Delhi: 19 ରେ ଦିଲ୍ଲୀରେ ବସିବାକୁ ଯାଉଛି ଇଣ୍ଡିଆ ମେଣ୍ଟ ବୈଠକ । ମୋଦିଙ୍କୁ କାଉଣ୍ଟର କରିବା ପାଇଁ ‘ମୈ ନେହିଁ ହମ’ ନାରାରେ ଏକାଠି ହେବେ ବିରୋଧୀ । ଅଧିକ ପଢନ୍ତୁ

19 ରେ ଦିଲ୍ଲୀରେ ବସିବ ଇଣ୍ଡିଆ ମେଣ୍ଟ ବୈଠକ
19 ରେ ଦିଲ୍ଲୀରେ ବସିବ ଇଣ୍ଡିଆ ମେଣ୍ଟ ବୈଠକ

ନୂଆଦିଲ୍ଲୀ: 19 ତାରିଖରେ ଦିଲ୍ଲୀରେ ବସିବାକୁ ଯାଉଛି ବିରୋଧୀଙ୍କ ‘ଇଣ୍ଡିଆ’ ମେଣ୍ଟର ପରବର୍ତ୍ତୀ ବୈଠକ । 4 ରାଜ୍ୟର ଫଳାଫଳ ଆସିବା ପରେ 6 ତାରିଖରେ ମେଣ୍ଟ ବୈଠକ ଡାକିଥିଲେ କଂଗ୍ରେସ ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେ । ମାତ୍ର ଏକାଧିକ ବିରୋଧୀ ନେତା ଅଂଶଗ୍ରହଣ କରିବାକୁ ମନା କରିବା ପରେ ବୈଠକ ସ୍ଥଗିତ ରହିଥିଲା । ତେବେ 19 ତାରିଖରେ ଦିଲ୍ଲୀରେ ଏହା ବସିବାକୁ ଯାଉଛି । ମେଣ୍ଟ ସହଯୋଗୀ ଦଳଙ୍କ ପକ୍ଷରୁ କୌଣସି ଏ ସମ୍ପର୍କିତ ଘୋଷଣା ସାମ୍ନାକୁ ଆସିନଥିବା ବେଳେ କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ଏନେଇ ଟ୍ବିଟ କରିଛନ୍ତି । 19 ତାରିଖ ଅପରାହ୍ନରେ ଦିଲ୍ଲୀରେ ମେଣ୍ଟ ସହଯୋଗୀ ଦଳମାନେ ଏକାଠି ହେବେ ବୋଲି ରମେଶ ଲେଖିଛନ୍ତି ।

ପୂର୍ବରୁ ମେଣ୍ଟର ତିନିଟି ବୈଠକ ହୋଇସାରିଛି । ପ୍ରଥମ ବୈଠକ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବାସଭବନରେ ବସିଥିଲା । ଶେଷ ଦୁଇ ଦିନିଆ ବୈଠକ ମୁମ୍ବାଇରେ ବସିଥିବା ବେଳେ ଏଥିରେ ମୁଖ୍ଯ ସମନ୍ବୟ କମିଟି ସହ ଅନ୍ୟ କିଛି ସାଙ୍ଗଠିକ କମିଟି ଗଠନ ହୋଇଥିଲା । ମାତ୍ର ମୁଖ୍ୟ ଆବାହକ ପଦ ଏପର୍ଯ୍ୟନ୍ତ ଘୋଷଣା ହୋଇନି । ଚଳିତ ଥର 4ର୍ଥ ଥର ପାଇଁ ମେଣ୍ଟ ବୈଠକ ଦିଲ୍ଲୀରେ ଆୟୋଜିତ ହେବାକୁ ଯାଉଛି । ନିର୍ବାଚନ ପାଖେଇ ଆସୁଥିବାରୁ ଅନ୍ୟ କିଛି ଗୁରୁତ୍ବପୂର୍ଣ୍ଣ ଘୋଷଣା ଏହି ପ୍ରର୍ଯ୍ୟାୟରେ ହେବା ନେଇ ଆଶା କରାଯାଉଛି । ତେବେ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମୋଦି ସରକାରଙ୍କୁ ଟାର୍ଗେଟ କରିବା ପାଇଁ ମେଣ୍ଟ ‘ମୁଁ ନୁହେଁ ଆମେ’ ନାରାକୁ ଗ୍ରହଣ କରିବା ନେଇ ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ :- ବେଲରେ ଆସି ଆଇନ ପଢିଲେ, ନିଜ ପାଇଁ ମାମଲା ଲଢି ଦୋଷମୁକ୍ତ ହେଲେ ହତ୍ୟା ଅଭିଯୁକ୍ତ

ତେବେ ନିକଟରେ ନୀତିଶ କୁମାର ମେଣ୍ଟ ବୈଠକରେ ସାମିଲ ହେବା ନେଇ ସ୍ପଷ୍ଟ କରିବା ସହ ସେ କୌଣସି ପଦପଦବୀ ଚାହାନ୍ତି ନାହିଁ ବରଂ ମେଣ୍ଟର ସୁଦୃଢୀକରଣ ଚାହାନ୍ତି ବୋଲି କହିଥିଲେ । ସେହିପରି ସେ ଅସୁସ୍ଥତା କାରଣରୁ ମେଣ୍ଟ ବୈଠକକୁ ଯିବେ ନାହିଁ ବୋଲି କହିଥିଲେ ବୋଲି ନୀତିଶ ସ୍ପଷ୍ଟ କରିଥିଲେ । ଆସନ୍ତା ବୈଠକରେ ମେଣ୍ଟର ଅନ୍ୟ ସମସ୍ତ କାମକୁ ତ୍ବାରାନ୍ବିତ କରାଯିବା ନେଇ ମତ ଦେଇଥିଲେ ନୀତିଶ । ଅନ୍ୟପଟେ ଚଳିତ ବୈଠକକୁ କେଉଁ ସବୁ ଦଳମୁଖ୍ୟମାନେ ଯିବେ, ସେ ନେଇ କିଛି ସ୍ପଷ୍ଟ ହୋଇନି । ମାତ୍ର ସମସ୍ତ ବିରୋଧୀ ସଦସ୍ୟ ଦଳମୁଖ୍ୟମାନେ ଅଂଶଗ୍ରହଣ କରିବା ନେଇ ଆଶା କରାଯାଉଛି । 3 ରାଜ୍ୟର ବିଧାନସଭା ଫଳାଫଳରେ କଂଗ୍ରେସ ନୈରାଶ୍ୟଜନକ ପ୍ରଦର୍ଶନ ପରେ କଂଗ୍ରେସ ହାତରେ ମେଣ୍ଟର ନେତୃତ୍ବ ରହିବା ନେଇ ସନ୍ଦେହ ସୃଷ୍ଟି ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.