ETV Bharat / bharat

ଆରମ୍ଭ ହେଲା INDIA ମେଣ୍ଟ ସମ୍ମିଳନୀ, ଅହଂକାର ଭୁଲି ଗଣତନ୍ତ୍ର ରକ୍ଷା ପାଇଁ ଏକାଠି ହେବାକୁ ଲାଲୁଙ୍କ ପରାମର୍ଶ

author img

By ETV Bharat Odisha Team

Published : Aug 31, 2023, 10:35 PM IST

INDIA ମେଣ୍ଟ ଅହଂକାର ଭୁଲି ଗଣତନ୍ତ୍ର ରକ୍ଷା ପାଇଁ ଏକାଠି ହେଉ ବୋଲି କହିଲେ ଲାଲୁ ପ୍ରସାଦ ଯାଦବ । ଆଜିଠାରୁ ମୁମ୍ବାଇରେ ବସୁଛି ଦୁଇ ଦିନିଆ ସମ୍ମିଳନୀ । ଅଧିକ ପଢନ୍ତୁ

INDIA ମେଣ୍ଟ ଅହଂକାର ଭୁଲି ଗଣତନ୍ତ୍ର ରକ୍ଷା ପାଇଁ ଏକାଠି ହେଉ

ମୁମ୍ବାଇ: ଆଜିଠାରୁ ଆରମ୍ଭ ହୋଇଛି ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ତୃତୀୟ ସମ୍ମିଳନୀ । ମେଣ୍ଟର ଏଜେଣ୍ଡା, ଆବହକ ନିଯୁକ୍ତି, ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା ଓ ମେଣ୍ଟ ସହଯୋଗୀ ଦଳଙ୍କ ମଧ୍ୟରେ ଟିକେଟ ଆବଣ୍ଟନ ପ୍ରକ୍ରିୟା ବୁଝାମଣା ନେଇ ନେଇ ସାରା ଦେଶର ନଜର ରହିଛି । ଏହି ସମସ୍ତ ପ୍ରକ୍ରିୟାକୁ ସଠିକ ଭାବେ ସମ୍ପାଦନ କରି ଏହି ମେଣ୍ଟ କେତେ ସଫଳତାର ସହ ଏକତା ବଜାୟ ରଖିପାରିବ ସେ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଲାଗି ରହିଛି । ଆଜି ଏହି ପ୍ରସଙ୍ଗରେ ମେଣ୍ଟକୁ ଉପଦେଶାତ୍ମକ ପରାମର୍ଶ ଦେଇଛନ୍ତି ବରିଷ୍ଠ ରାଜନେତା ତଥା ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ । ଇଣ୍ଡିଆ ମିଳିତ ମଞ୍ଚର ବିରୋଧୀ ଦଳମାନେ ନିଜର ବ୍ୟକ୍ତିଗତ ଅଂହକାର ଛାଡ଼ି ଦେଶର ଗଣତନ୍ତ୍ର ଏବଂ ସମ୍ବିଧାନକୁ ବଞ୍ଚାଇବା ପାଇଁ ଏକାଠି ହେବାର ଆବଶ୍ୟକତା ଆସିଛି ବୋଲି ଲାଲୁ କହିଛନ୍ତି ।

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବିହାର ମୁଖ୍ୟମନ୍ତ୍ରୀ ଭାବେ ଦୀର୍ଘ ଅଭିଜ୍ଞତା ରଖିଥିବା ଏହି 75 ବର୍ଷିୟ ରାଜନେତା ଲାଲୁ ପ୍ରସାଦ ଯାଦବ କହିଛନ୍ତି, "ଇଣ୍ଡିଆର ଅର୍ଥ ହେଉଛି ଯେ ଆମେ ଦେଶକୁ ସୁରକ୍ଷା ଦେବା, ଦାରିଦ୍ର୍ୟ, ମୁଦ୍ରାସ୍ଫୀତି ବୃଦ୍ଧି ତଥା କୃଷକଙ୍କ ଅବସ୍ଥା ସୁଧାରିବା ପାଇଁ ଏକାଠି ହେବା । ଏଥିପାଇଁ ମେଣ୍ଟର ସହଯୋଗୀ ଦଳମାନେ ବ୍ୟକ୍ତିଗତ ଅହଂକାରକୁ ଛାଡିବାକୁ ହେବ ।" ତାଙ୍କ ପୁଅ ତଥା ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଏବଂ ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ନେତା ସଞ୍ଜୟ ରାଉତ ମଧ୍ୟ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଶାସନ ଉପରେ ବର୍ଷିଛନ୍ତି । ସମସ୍ତ ବ୍ୟାପାରରେ ମୋଦି ସରକାର ବିଫଳ ହୋଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । ଦେଶରେ ଏବେ ଇଣ୍ଡିଆ ମେଣ୍ଟ ଗଣତନ୍ତ୍ର ବଞ୍ଚାଇବା ପାଇଁ ଆତ୍ମପ୍ରକାଶ କରିଥିବା ଓ ଏହା ସଫଳ ହେବା ନେଇ ସେମାନେ ଦାବି ମଧ୍ୟ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- Opposition Meet: ଆଦାନୀ ପ୍ରସଙ୍ଗ ଉଠାଇଲେ ରାହୁଲ, ପଚାରିଲେ ପ୍ରଧାନମନ୍ତ୍ରୀ କାହିଁକି ନିରବ ?

ଆଜି ସଂଧ୍ୟାରୁ ଆରମ୍ଭ ହୋଇଥିବା ମେଣ୍ଟ ସମ୍ମିଳନୀରେ କଂଗ୍ରେସ ପକ୍ଷରୁ ମଲ୍ଲିକାର୍ଜୁନ ଖଡ୍‌ଗେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ସାମିଲ ହେଉଛନ୍ତି । ଏନ୍‌ସିପି ମୁଖ୍ଯ ଶରଦ ପାଓ୍ବାର, ମମତା ବାନାର୍ଜୀ, ଅରବିନ୍ଦ କେଜ୍ରିଓ୍ବାଲ୍‌, ଲାଲୁ ଯାଦବ, ନୀତିଶ କୁମାରଙ୍କ ସମେତ ତମାମ ବିରୋଧୀ ଦଳ ନେତାମାନେ ମଧ୍ୟ ଅଂଶଗ୍ରହଣ କରିଛନ୍ତି । ଆଜି ବୈଠକରେ ମେଣ୍ଟର ଲୋଗୋ, ନିର୍ବାଚନୀ ଏଜେଣ୍ଡା ସହଯୋଗୀ ପାର୍ଟି ମଧ୍ୟରେ ଆସନ ଆବଣ୍ଟନ ବୁଝାମଣା, ସମନ୍ବୟ ପାଇଁ କମିଟି ଗଠନ ଓ ମେଣ୍ଟ ଆବାହକ ଘୋଷଣା କରାଯିବା ନେଇ ମଧ୍ୟ ଆଶା ରଖାଯାଇଛି । ଆଜି ସଂଧ୍ୟାରେ ଆରମ୍ଭ ହେବାକୁ ଯାଉଥିବା ବୈଠକ ଆସନ୍ତାକାଲି ମଧ୍ୟ ଜାରି ରହିବ । ଆସନ୍ତାକାଲି ସଂଧ୍ୟାରେ ଏହି ଦୁଇଦିନିଆ ତୃତୀୟ ସମ୍ମିଳନୀ ଶେଷ ହେବା ପରେ ମେଣ୍ଟ ପ୍ରେସ୍‌ମିଟ୍‌ କରି କିଛି ଗୁରୁତ୍ବପୂର୍ଣ୍ଣ ଘୋଷଣା କରିପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.