ETV Bharat / bharat

India-Bangladesh Train Service: ଦୀର୍ଘ ୨ବର୍ଷ ପରେ ଆଜିଠୁ ଆରମ୍ଭ

author img

By

Published : May 29, 2022, 8:27 AM IST

ଯାତ୍ରୀମାନେ ଧ୍ୟାନ ଦିଅନ୍ତୁ । ଦୀର୍ଘ ୨ ବର୍ଷ ପରେ ଆଜିଠୁ ଆରମ୍ଭ ହେବାକୁ ଯାଉଛି ଭାରତ ଓ ବାଂଲାଦେଶ ମଧ୍ୟରେ ଟ୍ରେନ ସେବା । ଅଧିକ ପଢନ୍ତୁ

୨ ବର୍ଷ ପରେ ଆଜିଠୁ ଭାରତ-ବାଂଲାଦେଶ ମଧ୍ୟରେ ଟ୍ରେନ ସେବା ଆରମ୍ଭ

ନୂଆଦିଲ୍ଲୀ: ଯାତ୍ରୀମାନଙ୍କ ପାଇଁ ଖୁସି ଖବର । ଦୀର୍ଘ ୨ ବର୍ଷ ପରେ ଆଜି(ରବିବାର)ଠୁ ପୁଣି ଭାରତ ଓ ବାଂଲାଦେଶ (India-Bangladesh Train Service) ମଧ୍ୟରେ ଟ୍ରେନ ସେବା ଆରମ୍ଭ ହେବାକୁ ଯାଉଛି । କୋରୋନା ମହାମାରୀ(Covid Pandemic) ପାଇଁ ଏହି ସେବା ବନ୍ଦ ଥିବା ବେଳେ ଆଜିଠୁ ଆରମ୍ଭ ହେବାକୁ ଯାଉଛି ବୋଲି ଗତକାଲି ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଉଭୟ ଭାରତ ଏବଂ ବାଂଲାଦେଶରେ ଯାତ୍ରୀମାନଙ୍କ ସୁବିଧା ଯୋଗାଇବା ଏହାର ଲକ୍ଷ୍ୟ ରଖିଛି ।

ଦୁଇ ଦେଶ ମଧ୍ୟରେ ଏହି ଟ୍ରେନ ସେବା ଆରମ୍ଭ ହେବା ପରେ କୋଲକାତା-ଢାକା-କୋଲକାତା ମୈତ୍ରୀ ଏକ୍ସପ୍ରେସ, କୋଲକାତା-ଖୁଲନା-କୋଲକାତା ବନ୍ଧନ ଏକ୍ସପ୍ରେସ ଟ୍ରେନ ମଧ୍ୟ ଆଜିଠୁ ଗଡିବ । ତେବେ ଏ ସମ୍ପର୍କରେ ପୂର୍ବାଞ୍ଚଳ ରେଳ ବିଭାଗର ମୁଖ୍ୟ ଲୋକ ସମ୍ପର୍କ ଅଧିକାରୀ ଏକଲବ୍ୟ ଚକ୍ରବର୍ତ୍ତୀ ସୂଚନା ଦେଇଛନ୍ତି । ଭାରତ ଓ ବାଂଲାଦେଶ ଟ୍ରେନ ସେବାର ୩ୟ ଟ୍ରେନ ମୈତ୍ରୀ ଏକ୍ସପ୍ରେସ(Maitree express to resume from June 1) ଆସନ୍ତା ଜୁନ ୧ ତାରିଖଠାରୁ ଯାତ୍ରୀଙ୍କ ସେବା ଯୋଗାଇବ ।

ଏହି ଟ୍ରେନ ନ୍ୟୁ ଜଲପାଇଗୁଡି ଠାରୁ ଢାକା ମଧ୍ୟରେ ଚଳାଚଳ କରିବ । ଯାତ୍ରୀମାନେ ଟ୍ରେନ ଟିକେଟ କରିସାରିଥିବା ବେଳେ ଟିକେଟ ବିକ୍ରି ମଧ୍ୟ ଗତ କିଛି ଦିନ ପୂର୍ବରୁ ଆରମ୍ଭ ହୋଇଥିଲା । ସୂଚନା ଥାଉ କି କୋରୋନା ମହାମାରୀ ସଂକ୍ରମଣ ବୃଦ୍ଧି ପରେ ଦେଶରେ ଅନ୍ୟ ଦେଶକୁ ଟ୍ରେନ ସେବା ବନ୍ଦ କରାଯାଇଥିଲା । ସରକାର ସଂକ୍ରମଣ ନ ବ୍ୟାପିବା ପାଇଁ ଏପରି ନିଷ୍ପତ୍ତି ନେଇଥିଲେ । ଅନେକ ଦିନ ପରେ ୨ ଦେଶ ମଧ୍ୟରେ ଟ୍ରେନ ଚଳାଚଳ ଆରମ୍ଭ ହେବା ପରେ ଯାତ୍ରୀମାନେ ଖୁସିବ୍ୟକ୍ତ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.