ETV Bharat / bharat

G20 Summit: ସୁନକଙ୍କ ସହ ମୋଦିଙ୍କ ଦ୍ବିପାକ୍ଷିକ ଆଲୋଚନା

author img

By ETV Bharat Odisha Team

Published : Sep 9, 2023, 4:09 PM IST

ଜି20 ସମ୍ମିଳନୀର ଶିଖର କାର୍ଯ୍ୟକ୍ରମ ମଧ୍ୟରେ ସୁନକଙ୍କ ସହ ମୋଦିଙ୍କ ଦ୍ବିପାକ୍ଷିକ ଆଲୋଚନା । ଫୋକସରେ ପାରସ୍ପରିକ ବାଣିଜ୍ଯିକ ସମ୍ପର୍କ ଓ ନିବେଶ ପ୍ରସଙ୍ଗ । ଅଧିକ ପଢନ୍ତୁ

G20 Summit: ସୁନକଙ୍କ ସହ ମୋଦିଙ୍କ ଦ୍ବିପାକ୍ଷିକ ଆଲୋଚନା
G20 Summit: ସୁନକଙ୍କ ସହ ମୋଦିଙ୍କ ଦ୍ବିପାକ୍ଷିକ ଆଲୋଚନା

ନୂଆଦିଲ୍ଲୀ: ଜାରି ରହିଛି ବହୁପ୍ରତୀକ୍ଷିତ ଜି20 ସମ୍ମିଳନୀର ଶିଖର କାର୍ଯ୍ୟକ୍ରମ । ଦିଲ୍ଲୀରେ ଏକାଠି ହୋଇଛନ୍ତି ବିଶ୍ବନେତା । ଦୁଇଦିନିଆ କାର୍ଯ୍ୟକ୍ରମର ଆଜି ହେଉଛି ପ୍ରଥମ ଅଧିବେଶନ । ଆଜି ପ୍ରଥମ ଦିନରେ ମୁଖ୍ୟ କାର୍ଯ୍ୟକ୍ରମ ବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଦ୍ବିପାକ୍ଷିକ ଆଲୋଚନା କରିଛନ୍ତି । ମୁଖ୍ୟ ଇଭେଣ୍ଟର ପାର୍ଶ୍ବବର୍ତ୍ତୀ କାର୍ଯ୍ୟକ୍ରମ ଭାବେ ଉଭୟଙ୍କ ମଧ୍ୟରେ ଏହି ଆଲୋଚନା ହୋଇଛି । ଏନେଇ ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ କରି ସୂଚନା ଦେଇଛନ୍ତି । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ସୁନକ ଦିଲ୍ଲୀର ଅକ୍ଷରଧାମ ମନ୍ଦିର ପରିଦର୍ଶନ କରିବା କାର୍ଯ୍ୟକ୍ରମ ମଧ୍ୟ ରହିଛି ।

  • Great to have met PM @RishiSunak on the sidelines of the G20 Summit in Delhi. We discussed ways to deepen trade linkages and boost investment. India and UK will keep working for a prosperous and sustainable planet. pic.twitter.com/7kKC17FfgN

    — Narendra Modi (@narendramodi) September 9, 2023 " class="align-text-top noRightClick twitterSection" data=" ">

ଜି20 ଶିଖର ସମ୍ମିଳନୀ ଅବସରରେ ଦୁଇ ଦେଶର ଦ୍ବିପାକ୍ଷିକ ତଥା ବାଣିଜ୍ୟିକ ସମ୍ପର୍କକୁ ସୁଦୃଢ କରିବା ଏବଂ ପରସ୍ପର ନିବେଶକୁ ପ୍ରୋତ୍ସାହିତ କରିବା ଦିଗରେ ଉଭୟ ନେତା ଆଲୋଚନା କରିଛନ୍ତି । ପୂର୍ବରୁ ପରସ୍ପର ସହଯୋଗୀ ଭାବେ ରହି ଆସିଥିବା ଭାରତ ଏବଂ ବ୍ରିଟେନ ଏକ ସମୃଦ୍ଧ ତଥା ଦୀର୍ଘସ୍ଥାୟୀ ବିଶ୍ବର ନିର୍ମାଣ ଦିଗରେ କାର୍ଯ୍ୟ ଜାରି ରଖିବେ ବୋଲି ଉଭୟ ନେତା କହିଛନ୍ତି ।

ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକ ଭାରତୀୟ ବଂଶଜ । ସେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ପ୍ରଥମ ଥର ଭାରତ ଗସ୍ତରେ ଆସିଛନ୍ତି । ଗତକାଲି ପ୍ରଧାନମନ୍ତ୍ରୀ ସୁନକ ଓ ତାଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତି ଦିଲ୍ଲୀରେ ପହଞ୍ଚିବା ପରେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ଚୌବେ ତାଙ୍କୁ ସ୍ବାଗତ କରିଥିଲେ । ଆଜି ଭାରତ ମଣ୍ଡମପରେ ଜାରି ରହିଥିବା ମୁଖ୍ୟ କାର୍ଯ୍ୟକ୍ରମରେ ସମସ୍ତ ଦେଶର ପ୍ରତିନିଧି ଅଂଶଗ୍ରହଣ କରିଛନ୍ତି । ଏହି ପ୍ରତିନିଧିଙ୍କ ମଧ୍ୟରେ ଜି20 ସଦସ୍ୟ ରାଷ୍ଟ୍ରମୁଖ୍ୟ, ଅନ୍ୟ ନିମନ୍ତ୍ରିତ ରାଷ୍ଟ୍ରମୁଖ୍ୟ, ବିଭିନ୍ନ ବୈଶ୍ବିକ ସଂସ୍ଥାର ମୁଖ୍ୟ, ଅନ୍ତର୍ଜାତୀୟ ଅତିଥି ତଥା ପ୍ରତିନିଧି ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:-G-20ର ସ୍ଥାୟୀ ସଦସ୍ୟ ହେଲା ଆଫ୍ରିକୀୟ ୟୁନିୟନ, ଘୋଷଣା କଲେ ମୋଦି

ଆଜି ମୁଖ୍ଯ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଆଜି ପ୍ରଥମ ଦିବସରେ ଉଦଘାଟିତ ଅଧିବେଶନକୁ ପ୍ରଧାନମନ୍ତ୍ରୀ ମୋଦି ବିଶ୍ବନେତାଙ୍କୁ ସ୍ବାଗତ କରିବା ସହ ସମ୍ବୋଧିତ କରିଛନ୍ତି । ମୁଖ୍ୟ କାର୍ଯ୍ୟକ୍ରମ ବ୍ୟତୀତ ପ୍ରଧାନମନ୍ତ୍ରୀ ଅନେକ ଦେଶର ମୁଖ୍ୟଙ୍କ ସହ ଦ୍ବିପାକ୍ଷକ ଆଲୋଚନା ମଧ୍ୟ କରିବେ । ଏହି କ୍ରମରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କର ଦ୍ବିପାକ୍ଷିକ ଆଲୋଚନା ଆଜି ଅପରାହ୍ନରେ ହୋଇଛି । ଦୁଇ ଦେଶର ଦ୍ବିପାକ୍ଷିକ ତଥା ବାଣିଜ୍ୟିକ ସମ୍ପର୍କକୁ ସୁଦୃଢ କରିବା ଏବଂ ପରସ୍ପର ନିବେଶକୁ ପ୍ରୋତ୍ସାହିତ କରିବା ଦିଗରେ ଫଳପ୍ରଦ ଆଲୋଚନା ହୋଇଥିବା ପ୍ରଧାନମନ୍ତ୍ରୀ ନିଜ ଏକ୍ସ (ଟ୍ବିଟର)ରେ ସୂଚନା ଦେଇଛନ୍ତି ।

ଆଜି ପ୍ରଥମ ଅଧିବେଶନରେ ଆଫ୍ରିକୀୟ ୟୁନିୟନକୁ ଜି20ର ସଦସ୍ୟ ଭାବେ ସ୍ଥାନ ମିଳିଛି । ପୂର୍ବରୁ ଜି20 ରେ ମୋଟ 20ଟି ଦେଶ ସଦସ୍ୟ ରହିଥିବା ବେଳେ ଆଫ୍ରିକୀୟ ୟୁନିୟନ ସଦସ୍ୟ ହେବା ପରେ ସଦସ୍ୟ ସଂଖ୍ୟା 21କୁ ବୃଦ୍ଧି ପାଇଛି । ପରବର୍ତ୍ତୀ ସଂସ୍କରଣରେ ଏହାର ନାମ ମଧ୍ୟ ପରିବର୍ତ୍ତନ କରାଯାଇ ଜି21 ରଖାଯାଇପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.