ETV Bharat / bharat

ଆଣବିକ ପ୍ରତିଷ୍ଠାନ ତଥ୍ୟ ବିନିମୟ କଲେ ଭାରତ ଓ ପାକ

ଭାରତ ଓ ପାକିସ୍ତାନ ମଧ୍ୟରେ ବିନିମୟ ହେଲା ଆଣବିକ ପ୍ରତିଷ୍ଠାନ ସମ୍ପର୍କିତ ତଥ୍ୟ । 1991ରେ ପ୍ରଥମେ କାର୍ଯ୍ୟକାରୀ ହୋଇଥିଲା ଏହିି ଚୁକ୍ତି । ଅଧିକ ପଢନ୍ତୁ

ଆଣବିକ ପ୍ରତିଷ୍ଠାନ ତଥ୍ୟ ବିନିମୟ କଲେ ଭାରତ ଓ ପାକ
ଆଣବିକ ପ୍ରତିଷ୍ଠାନ ତଥ୍ୟ ବିନିମୟ କଲେ ଭାରତ ଓ ପାକ
author img

By

Published : Jan 1, 2022, 7:53 PM IST

ନୂଆଦିଲ୍ଲୀ: ଆଜି (ଶନିବାର) ନୂଆଦିଲ୍ଲୀ ଏବଂ ଇସଲାମାବାଦ ମଧ୍ୟରେ ଆଣବିକ ପ୍ରତିଷ୍ଠାନ ଓ କେନ୍ଦ୍ର ସମ୍ପର୍କିତ ତଥ୍ୟ ବା ସୂଚୀ ବିନିମୟ ହୋଇଛି । ଦୁଇ ପଡୋଶୀ ଦେଶ ମଧ୍ୟରେ ପୂର୍ବରୁ ସ୍ବାକ୍ଷରିତ ହୋଇଥିବା ଚୁକ୍ତିନାମା ଅନୁସାରେ ଏହି ତଥ୍ୟ କୂଟନୈତିକ ସ୍ତରରେ ଆଦାନ ପ୍ରଦାନ ହୋଇଥାଏ । ନୂଆଦିଲ୍ଲୀ ଓ ଇସଲାମାବାଦରେ ଉଭୟ ପାର୍ଶ୍ବରେ ଏହି ତଥ୍ୟ ଆଦାନପ୍ରଦାନ ପ୍ରକ୍ରିୟାକୁ ସମାପ୍ତ କରାଯାଇଛି । ଦୁଇ ଦେଶର ଆଣବିକ ସଂସ୍ଥାନ ଉପରେ ପରସ୍ପରର ଆକ୍ରମଣକୁ ପ୍ରତିହତ କରିବା ପାଇଁ ଏହି ଚୁକ୍ତି ସ୍ବାକ୍ଷରିତ ହୋଇଥିଲା, ଯାହାକୁ ପ୍ରତି ଜାନୁଆରୀ ପହିଲାରେ ଗତ ୩ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ ଧରି କାର୍ଯ୍ୟକାରୀ କରି ଆସୁଛନ୍ତି ଦୁଇ ଦେଶ ।

ଏହା ମଧ୍ୟ ପଢନ୍ତୁ:- New year 2022: ପରସ୍ପରକୁ ମିଠା ବାଣ୍ଟି ଶୁଭେଚ୍ଛା ଜଣାଇଲେ ଭାରତ ଓ ପାକ ସେନା

1988 ମସିହା ଡିସେମ୍ବର 31 ତାରିଖରେ ସ୍ୱାକ୍ଷରିତ ହୋଇଥିବା ଏହି ଚୁକ୍ତି 1991 ମସିହା 27 ତାରିଖରେ ପ୍ରଥମେ ଲାଗୁ ହୋଇଥିଲା । ଭାରତ ଏବଂ ପାକିସ୍ତାନ ପରସ୍ପରକୁ ଆଣବିକ ପ୍ରତିଷ୍ଠାନ ବିଷୟରେ ଜାନୁଆରୀ 1 ରେ ସୂଚୀ ବିନିମୟ କରିବା ନେଇ ଏହି ଚୁକ୍ତିନାମାର ମୁଖ୍ୟ ସର୍ତ୍ତାବଳୀ ରହିଛି । ପ୍ରଥମ ଆଣବିକ ସଂସ୍ଥାନର ତଥ୍ୟ ୧୯୯୨ ଜାନୁଆରୀ ପହିଲାରେ ପରସ୍ପର ସହ ବିିନିମୟ କରିଥିଲେ ଦୁଇ ଦେଶ । ଚଳିତ ବର୍ଷ ଦୁଇ ଦେଶ ମଧ୍ୟରେ ଏହି ତଥ୍ୟ ବିନିମୟ ପ୍ରକ୍ରିୟା 31ତମ ବର୍ଷରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.