ETV Bharat / bharat

ଫିଟିବ କି ସମାଧାନର ବାଟ ? ରବିବାର ଭାରତ-ଚୀନ ୧୬ତମ କମାଣ୍ଡରସ୍ତରୀୟ ବୈଠକ

author img

By

Published : Jul 13, 2022, 7:07 PM IST

ପୂର୍ବ ଲଦ୍ଦାଖ LACରେ ଏବେବି ଭାରତ ଓ ଚୀନ ମଧ୍ୟରେ ଏବେ ମୁହାଁମୁହିଁ ଭଳି ପରିସ୍ଥିତି ଜାରି ରହିଛି । ଏହାକୁ ନେଇ ଜୁଲାଇ ୧୭ ତାରିଖରେ ଭାରତ ଓ ଚୀନ ମଧ୍ୟରେ ୧୬ତମ କମାଣ୍ଡରସ୍ତରୀୟ ଆଲୋଚନା ହେବ । ଅଧିକ ପଢନ୍ତୁ

ରବିବାର ଭାରତ-ଚୀନ ମଧ୍ୟରେ ୧୬ତମ କମାଣ୍ଡର ସ୍ତରୀୟ ବୈଠକ

ନୂଆଦିଲ୍ଲୀ: ପୂର୍ବ ଲଦ୍ଦାଖ LACରେ ଏବେବି ଭାରତ ଓ ଚୀନ ମଧ୍ୟରେ ଏବେ ମୁହାଁମୁହିଁ ଭଳି ପରିସ୍ଥିତି ଜାରି ରହିଛି । ଏହାକୁ ନେଇ ଜୁଲାଇ ୧୭ ତାରିଖରେ ଭାରତ ଓ ଚୀନ ମଧ୍ୟରେ ୧୬ତମ କମାଣ୍ଡରସ୍ତରୀୟ ଆଲୋଚନା ହେବ । ମାର୍ଚ୍ଚ ୧୧ ତାରିଖର ଦୁଇ ଦେଶରେ ମଧ୍ୟରେ ଲାଗି ରହିଥିବା ମୁହାଁମୁହିଁ ସ୍ଥିତିକୁ ନେଇ ୧୫ତମ କମାଣ୍ଡରସ୍ତରୀୟ ବୈଠକ ହୋଇଥିଲା ।

୨୦୨୦ରେ ଦୁଇ ଦେଶ ମଧ୍ୟରେ ହୋଇଥିବା ହିଂସା ପରେ ଲଗାତାର କମାଣ୍ଡର ସ୍ତରୀୟ ବୈଠକ ହୋଇ ଆସୁଛି । ପ୍ରଥମ ଥର ପାଇଁ ଦୁଇ ଦେଶ ମଧ୍ୟରେ ହେବାକୁ ଥିବା ବୈଠକ ଏତେ ଦିନର ଅନ୍ତର ଦେଖିବାକୁ ମିଳିଛି । ଭାରତୀୟ ସେନା ଓ ଚୀନ୍‌ର ପିପୁଲ ଲିବରେସନ ଆର୍ମୀ ମଧ୍ୟ ଶାନ୍ତି ବଜାୟ ରଖିବାକୁ କମାଣ୍ଡର ସ୍ତରୀୟ ଆଲୋଚନା ହେବ ।

ବାରମ୍ବାର ଦୁଇ ଦେଶର ସେନା ମଧ୍ୟରେ ଆଲୋଚନା ହେଉଥିଲେ ସୁଦ୍ଧା ସୀମ ବିବାଦ ନେଇ କୌଣସି ନିଷ୍କର୍ସ ବାହାରି ପାରୁନାହିଁ । ଦୁଇ ଦେଶ ମଧ୍ୟରେ ହେବାକୁ ଏହି ଆଲୋଚନା ଗୁରୁତ୍ବପୂର୍ଣ୍ଣ ରହିବ । ଯେଉଁସବୁ ସ୍ଥାନରେ ଦୁଇ ଦେଶର ସେନା ମଧ୍ୟରେ ଏବେବି ଉତ୍ତେଜନା ରହିଛି, ସେଠାରୁ ସେନା ପ୍ରତ୍ୟାହାର ନେଇ ଆଲୋଚନା ହେବ । ଦୁଇବର୍ଷ ହେଲା LACରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ରହିଛି । ବାରମ୍ବରା କମାଣ୍ଡର ସ୍ତରୀୟ ଆଲୋଚନା ପରେ ମଧ୍ୟ ଏହାର ସମାଧାନର କୌଣସି ବାଟ ବାହାରି ପାରୁନାହିଁ ।

ଏହାର ପ୍ରଭାବ ଦୁଇଦେଶର ଦ୍ବିପାକ୍ଷିକ ସମ୍ପର୍କ ଉପରେ ମଧ୍ୟ ପଡ଼ିଛି । ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟ ଶଙ୍କର LACରେ ଚୀନର କାର୍ଯ୍ୟକଳାପକୁ ନେଇ କଡ଼ା ଆଭିମୁଖ୍ୟ ରଖିଛନ୍ତି । ଚୀନ୍‌ର କୌଣସି ଚାଲାକିକୁ ଆଉ ବରଦାସ୍ତ କରାଯିବ ନାହିଁ ବୋଲି ବୈଦେଶିକ ମନ୍ତ୍ରୀ କହଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.