ETV Bharat / bharat

India And Australia Summit: ଭାରତରେ ଅଧିକ ନିବେଶ କରିବ ଅଷ୍ଟ୍ରେଲିଆ !

ଭାରତ ଅଷ୍ଟ୍ରେଲିଆ ଦ୍ବିତୀୟ ଦ୍ବିପାକ୍ଷିକ ଭର୍ଚ୍ଚୁଆଲ ବୈଠକକୁ ନେଇ ପ୍ରତିକ୍ରିୟା ରଖିଲେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସଚିବ ହର୍ଷବର୍ଦ୍ଧନ ଶ୍ରିଙ୍ଗଲା । ଦୁଇ ଦେଶ ମଧ୍ୟରେ ବିଭିନ୍ନ ଦ୍ବିପାକ୍ଷିକ ଚୁକ୍ତିନାମ ସ୍ବାକ୍ଷିରିତ ହୋଇଥିବା ସେ କହିଛନ୍ତି । ଅଧିକ ପଢନ୍ତୁ

author img

By

Published : Mar 21, 2022, 6:17 PM IST

India and Australia summit: ଭାରତରେ ଅଧିକ ନିବେଶ କରିବ ଅଷ୍ଟ୍ରେଲିଆ!

ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ଦ୍ବିତୀୟ ଦ୍ବିପାକ୍ଷିକ ଭର୍ଚ୍ଚୁଆଲ ବୈଠକକୁ ନେଇ ପ୍ରତିକ୍ରିୟା ରଖିଲେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସଚିବ ହର୍ଷବର୍ଦ୍ଧନ ଶ୍ରିଙ୍ଗଲା । ଦୁଇ ଦେଶ ମଧ୍ୟରେ ବିଭିନ୍ନ ଦ୍ବିପାକ୍ଷିକ ଚୁକ୍ତିନାମ ସ୍ବାକ୍ଷରିତ ହୋଇଥିବା ସେ କହିଛନ୍ତି । ଏଥିସହ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ମଜୁବୁତ୍‌ କରିବା ଲାଗି ଏହି ବୈଠକରେ ଆଲୋଚନା ହୋଇଥିଲା ।

ତେବେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ଭର୍ଚ୍ଚୁଆଲ ମାଧ୍ୟମରେ କଥା ହେବା ସହ ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ଓ ଅର୍ଥନୈତିକ କାରବାର ବୃଦ୍ଧି ଲାଗି ଆଲୋଚନା କରିଛନ୍ତି । ଏହାସହିତ ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ମଜୁବୁତ୍‌ ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି ବୋଲି ଶ୍ରିଙ୍ଗଲା କହିଛନ୍ତି । ସୂଚନା ଅନୁସାରେ, ଶେଷ ଥର ପାଇଁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୨୦୨୦ ମସହିରେ ଦ୍ବିପାକ୍ଷିକ ବୈଠକ ହୋଇଥିଲା ।

ସେହିପରି ଇଣ୍ଡୋ ପାସିଫିକ୍‌ ଅଞ୍ଚଳରେ ଥିବା ବିବାଦ ଉପରେ ଦୁଇ ଦେଶର ନେତା ଆଲୋଚନା କରିବା ସହିତ ସାହଯ୍ୟ ଓ ସହଯୋଗ କରିବା ନେଇ ପ୍ରତିଶୃତି ଦେଇଛନ୍ତି । ଏଥିସହ ମିଆଁମାର ସହିତ ଆମର ସମ୍ପର୍କ ଐତିହାସିକ ଏବଂ ଲୋକଙ୍କ ସମ୍ପର୍କ ଉପରେ ଲୋକଙ୍କ ଉପରେ ଆଧାରିତ ବୈଠକରେ ଭାରତ କହିଛି । ଏହା ସହିତ ମିଆଁମାରରେ ଏଏସଇଏଏନ (ASEAN) ପଦକ୍ଷେପକୁ ସମର୍ଥନ କରିବା ବିଷୟରେ ଉଭୟ ରାଷ୍ଟ୍ର ମତବ୍ୟକ୍ତ କରିଛନ୍ତି ।

ସେହିଭଳି ମିଆଁମାରକୁ ମାନବିକ ସହାୟତା ପାଇଁ ଆନ୍ତର୍ଜାତୀୟ ସମ୍ପ୍ରଦାୟ ମଧ୍ୟ ଏକତ୍ରିତ ହେବା ଆବଶ୍ୟକ ଏହି ବୈଠକରେ ଦୁଇ ଦେଶ ମୁଖ୍ୟ ପ୍ରକାଶ କରିଛନ୍ତି ।ଏପଟେ ଗତବର୍ଷ ଲଦାଖରେ ଭାରତ ଓ ଚୀନ ମଧ୍ୟରେ ହୋଇଥିବା ସୀମା ବିବାଦ ଓ ହିଂସା ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା । ଏଥିସହ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ଦକ୍ଷିଣ ଚାଇନ ସମୁଦ୍ରରେ ଚୀନର କାର୍ଯ୍ୟକଳାପକୁ ନେଇ ଏକ ବିବରଣୀ ପ୍ରଧାନ କରିଥିଲେ ।

ଏହି ବିବରଣୀ ଚୀନ କିଭଳି ଦକ୍ଷିଣ ଚାଇନା ସମୁଦ୍ରରେ ନିଜର ଉପଦ୍ରବ ବଢାଇ ଚାଲିଛି ଏନେଇ ମୋରିସନ କହିଛନ୍ତି । ଅପରପକ୍ଷରେ ଦୁଇ ଦେଶର ପ୍ରଧାନମନ୍ତ୍ରୀ ଜାତୀୟ ନିବେଶ ଏବଂ ଭିତ୍ତିଭୂମି ପାଣ୍ଠି ଏବଂ ଅଷ୍ଟ୍ରେଲିଆର ପେନସନ୍‌ ଓ ସାର୍ବଭମତ୍ବ ପାଣ୍ଠି ସହଯୋଗ ବୃଦ୍ଧି କରିବା ନେଇ ମଧ୍ୟ ଆଲୋଚନା ହୋଇଥିଲା । ଦେଶର ଭିତ୍ତିଭୂମି ବିକାଶରେ ଅଷ୍ଟ୍ରେଲଆ ନିବେଶ ଆମ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇଥିବା ବେଳେ ଭାରତରେ ଅଭିବୃଦ୍ଧି କ୍ଷେତ୍ରରେ ଉନ୍ନତି ହେବ ।

ଅନ୍ୟପଟେ ଅଷ୍ଟ୍ରେଲିଆରେ ଦିଆଯାଉଥିବା ପେନସନ ଏବଂ ସାର୍ବଭୌମତ୍ବ ପାଣ୍ଠି ପାଇଁ ଭାରତରେ ସମାନ ଟିକସ ସୁବିଧା ପ୍ରଦାନ କରିବ ବୋଲି ଆଲୋଚନା ହୋଇଛି । ଅଷ୍ଟ୍ରେଲିଆ ଏହାର ସାର୍ବଭୌମତ୍ବ ଏବଂ ପେନସେନ ପାଣ୍ଠିକୁ ଦେଉଥିବା ଟିକସ ସୁବିଧା ସହିତ ଭାରତରେ ଆମେ ଦେବାକୁ ପ୍ରସ୍ତୁତ ଥିବା ବେଳେ ଅଷ୍ଟ୍ରେଲିଆ ଏନେଇ ବିନିଯୋଗ କରିବା ଦରକାର ବୋଲି ଆଲୋଚନା ହୋଇଛି । ଏଥିସହ ଋଷ ଓ ୟୁକ୍ରେନ ୟୁଦ୍ଧକୁ ନେଇ ମଧ୍ୟ ଆଜିର ଏହି ବୈଠକରେ ଆଲୋଚନା ହୋଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.