ETV Bharat / bharat

ଦେଶରେ 40 କୋଟି ଟପିଲା ଟୀକାକରଣ - ସ୍ବାସ୍ଥ୍ୟମନ୍ତ୍ରଣାଳୟ

ଦେଶରେ ସଂକ୍ରମଣ ବିରୋଧରେ ଜାରି ରହିଛି ଟୀକାକରଣ । ଦେଶରେ ଏପର୍ଯ୍ୟନ୍ତ ୪୦ କୋଟି ଟିକା ଦିଆସରିଛି । ଅଧିକ ପଢନ୍ତୁ....

India administers over 40 crore Covid vaccine doses
40 କୋଟି ଟପିଲା ଟୀକାକରଣ: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟ
author img

By

Published : Jul 18, 2021, 7:52 AM IST

ନୂଆଦିଲ୍ଲୀ: ଦେଶରେ ସଂକ୍ରମଣ ବିରୋଧରେ ଜାରି ରହିଛି ଟୀକାକରଣ । ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ମଧ୍ୟ ଟୀକାକରଣକୁ ଅଧିକ ଜୋରଦାର କରାଯାଇଛି । ଦେଶରେ ଏ ପର୍ଯ୍ୟନ୍ତ ୪୦ କୋଟି ଟିକା ଦିଆସରିଛି । ଶନିବାର ଦିନ 46.38 ଲକ୍ଷ ଡୋଜ ଦିଆଯାଇଥିବା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

ଶନିବାର ଦିନ 18-44 ବର୍ଷ ମଧ୍ୟରେ 21 ଲକ୍ଷ 18 ହଜାର 682 ହିତାଧିକାରୀଙ୍କୁ ପ୍ରଥମ ଡୋଜ ଟିକା ଦିଆଯାଇଛି । ଏବଂ 2 ଲକ୍ଷ 33 ହଜାର 19 ଜଣଙ୍କୁ ଦ୍ବୀତିୟ ଡୋଜ ଟିକା ପ୍ରଦାନ କରାଯାଇଛି । ସ୍ବାସ୍ଥ୍ଯ ମନ୍ତ୍ରଣାଳୟ କହିଛି ଯେ ଭାରତର ମୋଟ ଟୀକାକରଣ 40 କୋଟି ଅତିକ୍ରମ କରିଛି । 40 କୋଟି 44 ଲକ୍ଷ 67 ହଜାର 526 ଡୋଜ ଟିକା ଦିଆଯାଇଛି । ଏନେଇ ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି ।

ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ତାମିଲନାଡୁ, ବିହାର, ଗୁଜୁରାଟ, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରରେ ମଧ୍ୟ ଟିକାକରଣକୁ ଅଧିକ କ୍ରିୟାଶୀଳ କରାଯାଇଛି । 18-44 ବର୍ଷ ବୟସ୍କଙ୍କୁ 50 ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଟିକାର ପ୍ରଥମ ଡୋଜ ଦିଆଯାଇଛି । ଆନ୍ଧ୍ରପ୍ରଦେଶ, ଆସାମ, ଛତିଶଗଡ, ଦିଲ୍ଲୀ, ହରିୟାଣା, ଝାଡଖଣ୍ଡ, କେରଳ, ତେଲେଙ୍ଗାନା, ହିମାଚଳ ପ୍ରଦେଶ, ଓଡିଶା, ପଞ୍ଜାବ, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗରେ 10 ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ କୋରୋନା ଟିକାର ପ୍ରଥମ ଡୋଜ ଦିଆଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.