ETV Bharat / bharat

ଦିନକରେ 46 ଲକ୍ଷ ଡୋଜ ଟିକା, ଦେଶରେ 43 କୋଟି ଭ୍ୟାକ୍ସିନେସନ

author img

By

Published : Jul 24, 2021, 10:53 PM IST

ଗୋଟିଏ ଦିନରେ ଦିଆଗଲା 46 ଲକ୍ଷ ଡୋଜ ଟୀକା । ଏନେଇ ଆଜି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ...

ଆଜି ଦିଆଗଲା 46 ଲକ୍ଷ ଡୋଜ ଟୀକା
ଆଜି ଦିଆଗଲା 46 ଲକ୍ଷ ଡୋଜ ଟୀକା

ନୂଆଦିଲ୍ଲୀ: ଆଜି ଗୋଟିଏ ଦିନରେ ଦିଆଗଲା 46 ଲକ୍ଷ ଡୋଜ ଟୀକା । ଏ ନେଇ ଆଜି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଦେଶରେ ମୋଟ 43 କୋଟି ଲୋକଙ୍କୁ କୋରୋନା ଟୀକା ଦିଆଯାଇଥିବା କେନ୍ଦ୍ର ସରକାର ସୂଚନା ଦେଇଛନ୍ତି ।

ସାରା ଦେଶରେ ଚାଲିଛି କୋରୋନା ଭ୍ୟାକ୍ସିନେସନ ପ୍ରକ୍ରିୟା । ପ୍ରତିଦିନ ଦେଶର ବିଭିନ୍ନ ଅଞ୍ଚଳରେ ଦିଆଯାଉଛି କୋରୋନା ଟୀକା । ଆଜି ଗୋଟିଏ ଦିନରେ ପ୍ରାୟ 46 ଲକ୍ଷ ଡୋଜ ଟୀକା ଦିଆଯାଇଛି । ଆଜି 45 ଲକ୍ଷ 74 ହଜାର 298 ଲୋକଙ୍କୁ କୋରୋନା ଟୀକା ଦିଆଯାଇଛି । ସେହିପରି ଦେଶରେ ଆଜି ପର୍ଯ୍ୟନ୍ତ ମୋଟ 43 କୋଟି 26 ଲକ୍ଷ 5 ହଜାର 567 କୋରୋନା ଭ୍ୟାକ୍ସିନ ଦିଆଯାଇଛି ।

ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ 3.13 କୋଟିରୁ ଅଧିକ କୋରୋନା ମାମଲା ରେକର୍ଡ ହୋଇଛି । ଯେଉଁଥିରେ 4,20,016 ମୃତ୍ୟୁ ଘଟିଛି । କୋରୋନାରୁ ବର୍ତ୍ତମାନ ପର୍ଯ୍ୟନ୍ତ ସମୁଦାୟ 3,05,03,166 ଲୋକ ସୁସ୍ଥ ହୋଇଛନ୍ତି । ଦେଶରେ ମୋଟ 4,08,977 ସକ୍ରିୟ କୋଭିଡ19 ମାମଲା ରହିଛି । ସୂଚନାଥାଉକି କୋରୋନା ମହାମାରୀର ଦ୍ବିତୀୟ ଲହର ହ୍ରାସ ପାଇବାରେ ଲାଗିଛି କିନ୍ତୁ ସମ୍ଭାବ୍ୟ କୋରୋନା ଭାଇରସର ତୃତୀୟ ଲହର ଲଢେଇ ପାଇଁ ଦେଶ ପ୍ରସ୍ତୁତ ହେଉଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.