ETV Bharat / bharat

Vaccination Drive: ଯୋଡିହେଲା ଦେଶର 78% ଜନସଂଖ୍ୟା

ଟୀକାକରଣ ଅଭିଯାନରେ ଭାରତ ଆଉ ପାଦେ ସଫଳତା । ଟୀକାକରଣରେ ସାମିଲ ହୋଇ ସାରିଲେଣି 78% ଜନସଂଖ୍ୟା । ଅଭିଯାନରେ ସାମିଲ ସମସ୍ତଙ୍କୁ ଧନ୍ୟବାଦ ଦେଲେ କନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ । ଅଧିକ ପଢନ୍ତୁ...

Vaccination drive: ଯୋଡିହେଲା ଦେଶର 78% ଜନସଂଖ୍ୟା

author img

By

Published : Nov 2, 2021, 6:54 AM IST

ନୂଆଦିଲ୍ଲୀ: ଟୀକାକରଣ ଅଭିଯାନରେ ଆଉ ପାଦେ ବଢିଲା ଭାରତ । ବର୍ତ୍ତମାନ ଦେଶର ଜନସଂଖ୍ୟାର 78% ନାଗରିକ କୋଭିଡ ଟୀକା ଗ୍ରହଣ କରିଥିବା ସୂଚନା ଦେଇଛି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ । ଏହି ସଂଖ୍ୟା ମଧ୍ୟରେ 38% ଜମସଂଖ୍ୟା ଉଭୟ ଡୋଜ ଗ୍ରହଣ କରି ସାରିଥିବା କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ।

ଟ୍ବିଟରରେ ମନ୍ତ୍ରୀ କହିଛନ୍ତି, କୋଭିଡ ବିରୋଧୀ ଲଢେଇରେ ଏକ ଅସାଧାରଣ ରାଷ୍ଟ୍ରର ଏହା ଏକ ଅସାଧାରଣ ପଦକ୍ଷେପ । ଜନସଂଖ୍ୟାର 78 ପ୍ରତିଶତ ନାଗରିକଙ୍କୁ ଟୀକାକରଣ ଅଭିଯାନରେ ସାମିଲ କରିବା ଭାରତର ଆଉ ଏକ ବଡ ସଫଳତା । ଏଥିପାଇଁ ଟୀକାକରଣ ଅଭିଯାନରେ ସାମିଲ ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି ଅଭିଯାନ ଆଗକୁ ଆହୁରି ତ୍ବରିତ ହେବ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମାଣ୍ଡବ୍ୟ ।

ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଦେଶବ୍ୟାପୀ ଚାଲିଥିବା Vaccination drive ଅଧୀନରେ ଏପର୍ଯ୍ୟନ୍ତ 106.31 କୋଟି ନାଗରିକ ଟିକା ଗ୍ରହଣ କରିସାରିଛନ୍ତି । ଦେଶର ସମସ୍ତ ନାଗରିକଙ୍କୁ ଏହି ଟୀକାକରଣ ଅଭିଯାନରେ ସାମିଲ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରକ୍ରିୟା ଜାରି ରଖିଛି ଭାରତ । ସେହିପରି ଗତ 24 ଘଣ୍ଟା ମଧ୍ୟରେ ଦେଶରେ 12,514 ନୂତନ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ବର୍ତ୍ତମାନ ସୁଦ୍ଧା ଦେଶରେ ସୁସ୍ଥ ହାର 98.20 ପ୍ରତିଶତରେ ରହିଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.