ETV Bharat / bharat

Russia-Ukraine War: ଋଷ ବିରୁଦ୍ଧରେ ଭୋଟ ଦେଲାନି ଭାରତ

ଉଗ୍ର ରୂପ ନେଉଛି ୟୁକ୍ରେନ-ଋଷ ଯୁଦ୍ଧ । ଏହି ସଙ୍କଟ ସମୟରେ ଭାରତର ଆଭିମୁଖ୍ୟ ଉପରେ ସାରା ବିଶ୍ବର ନଜର ରହିଥିବାବେଳେ ଜାତିସଂଘ ସୁରକ୍ଷା ପରିଷଦ (UN)ର ଋଷ ବିରୋଧୀ ଚିଠା ପ୍ରସ୍ତାବରେ ସମର୍ଥନ ଦେଲାନି ଭାରତ । ଅଧିକ ପଢନ୍ତୁ

Russia-Ukraine War: ଋଷ ବିରୁଦ୍ଧରେ ଭୋଟ ଦେଲାନି ଭାରତ
Russia-Ukraine War: ଋଷ ବିରୁଦ୍ଧରେ ଭୋଟ ଦେଲାନି ଭାରତ
author img

By

Published : Feb 26, 2022, 8:15 AM IST

Updated : Feb 26, 2022, 9:49 AM IST

ନୂଆଦିଲ୍ଲୀ: କାମ ଦେଉନି ଆର୍ଥିକ କଟକଣା । ତୃତୀୟ ଦିନରେ ପହଞ୍ଚିଛି ଋଷ-ୟୁକ୍ରେନ ଯୁଦ୍ଧ । ଋଷର ଘନ ଘନ ଆକ୍ରମଣରେ ଧ୍ବସ୍ତବିଧ୍ବସ୍ତ ହେଉଛି ୟୁକ୍ରେନ । ନାଟୋ, ଜି-୭ ରାଷ୍ଟ୍ରର ଧମକକୁ ବେଖାତିର୍ କରି ଆକ୍ରମଣ କରୁଛନ୍ତି ପୁଟିନ । ସେପଟେ ଋଷକୁ ଏକଘରକିଆ କରିବା ପାଇଁ ଆମେରିକା ସବୁ ପ୍ରକାର ପ୍ରୟାସ ଜାରି ରଖିଛି । ଏହି ପରିପ୍ରେକ୍ଷୀରେ ଆଜି ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ବିରୋଧ କରି ଆମେରିକା ପକ୍ଷରୁ ଋଷ ବିରୋଧରେ ଅଣାଯାଇଥିବା ଏକ ଚିଠା ପ୍ରସ୍ତାବ ଉପରେ ଆଜି ଜାତିସଂଘ ସୁରକ୍ଷା ପରିଷଦରେ ଭୋଟ ପଡିଥିଲା । ବିନା ସର୍ତ୍ତରେ ତୁରନ୍ତ ୟୁକ୍ରେନରୁ ଋଷ ସୈନ୍ୟ ପ୍ରତ୍ୟାହାର କରୁ ବୋଲି ପ୍ରସ୍ତାବରେ ଦାବି କରାଯାଇଥିଲା ।

ଏହି ପ୍ରସ୍ତାବରେ ଭାରତର ଆଭିମୁଖ୍ୟ କ'ଣ ରହିବ ତାହା ଉପରେ ସାରା ବିଶ୍ବର ନଜର ଥିଲା । ଋଷ ବିରୋଧୀ ପ୍ରସ୍ତାବରେ ଆମେରିକା ଭାରତର ସମର୍ଥନ ଚାହିଁଥିବାବେଳେ ଋଷ ବିପକ୍ଷରେ ଭୋଟ ଦେବାରୁ ନିବୃତ୍ତ ରହିଛି ଭାରତ । ଅର୍ଥାତ୍ ଜାତିସଂଘର ଋଷ ବିରୋଧୀ ପ୍ରସ୍ତାବ ଉପରେ ଭାରତ ଭୋଟ ଦେବାକୁ ମନା କରିଛି । ଭାରତ ସମେତ ଚୀନ ଏବଂ ୟୁନାଇଟେଡ ଆରବ ଏମିରେଟର୍ ମଧ୍ୟ ଭୋଟ ଦେବାରୁ ବିରତ ରହିଛନ୍ତି ।

ଜାତିସଂଘ ବୈଠକରେ ଭାରତ କହିଛି, ୟୁକ୍ରେନ ସଙ୍କଟକୁ ନେଇ ଭାରତ ଚିନ୍ତିତ । ହିଂସା ଏବଂ ଶତ୍ରୁତା ସମାପ୍ତ କରିବା ଦିଗରେ ସମସ୍ତ ପ୍ରୟାସ କରାଯାଉ । ମଣିଷ ଜୀବନ ମୂଲ୍ୟର ପ୍ରତିବଦଳରେ ଅନ୍ୟ କୌଣସି ସମାଧାନ ନାହିଁ । ସବୁ ସମସ୍ୟା କୂଟନୀତିକ ଆଲୋଚନା ଦ୍ବାରା ସମାଧାନ ହୋଇପାରିବ । ତେଣୁ ଋଷ ବିରୋଧ ଚିଠା ପ୍ରସ୍ତାବ ଉପରେ ଭାରତ ନିଜ ମତଦେବାରୁ ନିବୃତ୍ତ ରହିଥିବା ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ରାଷ୍ଟ୍ରଦୂତ ଟିଏସ ତିରୁମୂର୍ତ୍ତି କହିଛନ୍ତି ।

Last Updated : Feb 26, 2022, 9:49 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.