ETV Bharat / bharat

ନିବେଶ ପାଇଁ ଭାରତ ଏକ ପ୍ରକୃଷ୍ଟ ସ୍ଥାନ: ନୀତିନ ଗଡକରୀ - ଭର୍ଚୁଆଲ ପ୍ରବାସୀ ଭାରତୀୟ ଦିବସ କନଫରେନ୍ସ

ନିବେଶ ପାଇଁ ଭାରତ ଏକ ପ୍ରକୃଷ୍ଟ ସ୍ଥାନ। ତେଣୁ ଏଠାରେ ନିବେଶ କରିବାକୁ ଭର୍ଚୁଆଲ ପ୍ରବାସୀ ଭାରତୀୟ ଦିବସ କନଫରେନ୍ସ ଅବସରରେ ପ୍ରବାସୀ ଭାରତୀୟଙ୍କୁ କେନ୍ଦ୍ର ଏମଏସଏମଇ ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି । ଅଧିକ ପଢନ୍ତୁ...

ନୀତିନ ଗଡକରୀ
ନୀତିନ ଗଡକରୀ
author img

By

Published : Dec 11, 2020, 11:04 AM IST

ନୂଆଦିଲ୍ଲୀ: ଭାରତ ନିବେଶ ପାଇଁ ଏକ ପ୍ରକୃଷ୍ଟ ସ୍ଥାନ । ଏମଏସଏମଇ କ୍ଷେତ୍ରରେ ରୁଚି ରଖିଥିବା ଲୋକମାନେ ଦେଶହିଁ ନିବେଶ କରନ୍ତୁ । ଦେଶ ପାଖରେ ନିବେଶ ପାଇଁ କ୍ଷମତା ରହିଛି ବୋଲି କେନ୍ଦ୍ର ଏମଏସଏମଇ ମନ୍ତ୍ରୀ ନୀତିନ ଗଡକରୀ ଗୁରୁବାର କହିଛନ୍ତି ।

ନୀତିନ ଗଡକରୀ

ଭର୍ଚୁଆଲ ପ୍ରବାସୀ ଭାରତୀୟ ଦିବସ କନଫରେନ୍ସ ଅବସରରେ ସେ ଏଭଳି କହି ପ୍ରବାସୀ ଭାରତୀୟଙ୍କୁ ଦେଶରେ ନିବେଶ କରିବାକୁ ପ୍ରରୋଚିତ କରିଛନ୍ତି । ଏହାସହ ବିଶ୍ବ ନିବେଶ କ୍ଷେତ୍ରରେ ଚୀନ ଠାରୁ ଦୂରେଇ ଯାଉଛି, ତେଣୁ ଭାରତ ହିଁ ଦ୍ବିତୀୟ ବିକଳ୍ପ ଭାବେ ଉଭା ହୋଇଥିବା ସେ କହିଛନ୍ତି ।

ଏହାସହ ସେ କହିଛନ୍ତି,‘ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି, ଯେ ଏମଏସଏମଇ କ୍ଷେତ୍ରରେ ନିବେଶ କରନ୍ତୁ । ଦେଖିବେ ଭଲ ରିଟର୍ଣ୍ଣ ପାଇବେ । ଭାରତ ନିବେଶ ପାଇଁ ଏକ ପ୍ରକୃଷ୍ଟ ସ୍ଥାନ । ଆମେ ଜାଣିଛେ ସାରା ବିଶ୍ବ ଚୀନ ସହିତ ବେପାର କରିବାକୁ ଏତେଟା ଆଗ୍ରହ ଦେଖାଉନାହିଁ । ତେଣୁ ଏହାର ବିକଳ୍ପ ଭାବେ ଭାରତ ରହିଛି ।’

ଆମ ପାଖରେ ର’ ମାଟେରିଆଲ, ଟ୍ୟାଲେଣ୍ଟ ଓ ଯୁବ ଶକ୍ତି ରହିଛି ଯାହା ନିବେଶକଙ୍କୁ ଅଧିକ ଆକୃଷ୍ଟ କରିବ ବୋଲି ସେ ଦର୍ଶାଇଛନ୍ତି । ଏହାସହ ଜଳ, ଶକ୍ତି, ଯୋଗାଯୋଗ ଓ ଟ୍ରାନ୍ସପୋର୍ଟ କ୍ଷେତ୍ର ଉନ୍ନତ ବୋଲି ସେ କହିଛନ୍ତି ।

ଭାରତ ଜଳ, ଶକ୍ତି, ଯୋଗାଯୋଗ ଓ ଟ୍ରାନ୍ସପୋର୍ଟ କ୍ଷେତ୍ରର ଉନ୍ନତି ପାଇଁ କରୁଥିବା କାମ ଦର୍ଶାଇ ପ୍ରବାସୀଙ୍କୁ ଏଠାରେ ନିବେଶ କରିବାକୁ ସେ କହିଛନ୍ତି । ଏହା ଆପଣମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଆମେ ଆପଣଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇବାକୁ ପ୍ରସ୍ତୁତ ରହିଛୁ । ମୋ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ପ୍ରକାର ସୁବିଧା ଯୋଗାଇଦିଆଯିବ ବୋଲି ସେ କହିଛନ୍ତି ।

ହିତାଧିକାରୀଙ୍କ ସହିତ ମିଶି ଆମେ ଭାରତକୁ ବିଶ୍ବର ଏକ ନମ୍ବର ଅର୍ଥନୀତିରେ ପରିଣତ କରିପାରିବା ବୋଲି ଗଡକରୀ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.